How to check your name in voter list: 


COMMERCIAL BREAK
SCROLL TO CONTINUE READING

ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି ନା ନାହିଁ, କେମିତି କରିବେ ଯାଞ୍ଚ


ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି ନାଁ କଟିଛି ତାହେଲେ ପ୍ରଥମେ ନିଜ କମ୍ପ୍ୟୁଟର କିମ୍ବା ମୋବାଇଲରେ www.nvsp.inj ସାଇଟକୁ ଅପନ୍ କରନ୍ତୁ ।


ଏବେ ଆପଣଙ୍କ ସାମ୍ନାରେ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲ ଖୋଲିଯିବ । ବାମ ପାର୍ଶ୍ବରେ ଏକ ସର୍ଚ୍ଚ ବକ୍ସ ଆସିବ । ଏବଂ ସେହି ସ୍ଥାନରେ କ୍ଲିକ କରିବା ମାତ୍ରେ ଆଉ ଏକ ନୂଆ ପେଜ ଖୋଲିବ । ଯାହାର ୟୁଆରଏଲ http://electoralsearch.in ଥିବ । ଏଠି ଆପଣ ଦୁଇ ପ୍ରକାରରେ ଆପଣଙ୍କ ନାଁ ଯାଞ୍ଚ କରି ପାରିବେ । ପ୍ରଥମ ଉପାୟରେ ଆପଣଙ୍କ ନାଁ, ବାପା ଏବଂ ସ୍ବାମୀ ନାଁ, ବୟସ, ରାଜ୍ୟ, ଲିଙ୍ଗ, ଜିଲ୍ଲା, ନିର୍ବାଚନ ମଣ୍ଡଳୀ ନାଁ ଦେଇ ଆପଣଙ୍କ ନାଁ ଯାଞ୍ଚ କରିପାରିବେ ।


ଦିତ୍ବୀୟ ଉପାୟରେ ନିଜର ନାଁ ଦେଇ ସର୍ଚ୍ଚ କରିବା ପରିବର୍ତ୍ତେ ଭୋଟର ଆଇଡ଼ି ନମ୍ବର ଦେଇ ସର୍ଚ୍ଚ କରିହେବ । ଏହା ଆପଣଙ୍କୁ ଅଧିକ ସହଜ ହେବ କାରଣ ପୂର୍ବ ମାଧ୍ୟମରେ ଆପଣଙ୍କୁ ଅନେକ ତଥ୍ୟ ଦେବାକୁ ପଡ଼ିବ । ହେଲେ ବିହାର, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ରାଜ୍ୟର ଲୋକଙ୍କ ପାଇଁ ମେସେଜର ସୁବିଧା ରହିଛି ।


ସେମାନେ ମେସେଜ ଦ୍ବାରା ମଧ୍ୟ ଯାଞ୍ଚ କରି ପାରିବେ । ଏଥିପାଇଁ ସେମାନଙ୍କୁ ELE ଲେଖି ୧୦ ଅଙ୍କ ବିଶିଷ୍ଟ ଭୋଟର ଆଇଡି ନମ୍ବର ବା ଉଦାହରଣ ସ୍ବରୁପ (TDA1234567)ଦେଇ ୫୬୬୭୭ ନମ୍ବରେ ମେସେଜ ପଠାଇବା ଦ୍ବାରା ତଥ୍ୟ ଆସିଯିବ । ଏବଂ ମେସେଜ ପାଇଁ ୩ଟଙ୍କା କଟିବ ।