ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଅନେତ୍ର ବଦଳିକୁ ନେଇ ଅସନ୍ତୋଷ
ଦାରିଙ୍ଗବାଡି ତହସିଲର ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ଏବଂ ଦାରିଙ୍ଗବାଡି ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ବ୍ୟବହାର ଓ କାର୍ଯ୍ୟରେ ଲୋକେ ଖୁସି ରହିଥିବା ବେଳେ ସେମାନଙ୍କ ବଦଳିକୁ ରଦ୍ଧ କରିବାକୁ ଲୋକେ ଦାବି କରୁଛନ୍ତି ।
ଦାରିଙ୍ଗବାଡି: କନ୍ଧମାଳ (Kandhamal) ଜିଲ୍ଲାର ଦାରିଙ୍ଗବାଡି ତହସିଲରେ (Daringibadi Tehsil) କାର୍ଯ୍ୟରତ ଦୁଇ ଜଣ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ (Assistant Revenue Inspector) ଅନ୍ୱେତ୍ର ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ବଦଳି ଆଦେଶକୁ ରଦ୍ଧ କରିବା ପାଇଁ ଲୋକେ ଦାବି କରି ଆଜି ପୁଣି ଦାରିଙ୍ଗବାଡି ତହସିଲଦାରଙ୍କୁ (Daringibadi Tehsildar) ଭେଟି ଲୋକେ ଲିଖିତ ଅଭିଯୋଗ ଜଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଲୋକେ ଏନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନ (District administration) ପକ୍ଷରୁ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଦାରିଙ୍ଗବାଡି ତହସିଲର ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ଏବଂ ଦାରିଙ୍ଗବାଡି ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ବ୍ୟବହାର ଓ କାର୍ଯ୍ୟରେ ଲୋକେ ଖୁସି ରହିଥିବା ବେଳେ ସେମାନଙ୍କ ବଦଳିକୁ ରଦ୍ଧ କରିବାକୁ ଲୋକେ ଦାବି କରୁଛନ୍ତି । ଏହା ସହ ଜଙ୍ଗଲ ଜମିରେ ଲୋକଙ୍କ ଜମି ଚିହ୍ନଟ ଓ ପଟା ପ୍ରଦାନ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ହଟାତ ଉଭୟଙ୍କ ବଦଳି ହେବା ଦ୍ୱରା ଜଙ୍ଗଲ ଜମି ଚିହ୍ନଟ ଓ ପଟା ପ୍ରଦାନରେ ପୁଣି ଅବହେଳା ଦେଖା ଦେବ ଆଶଙ୍କା କରି ସ୍ଥାନୀୟ ଲୋକେ ଉଭୟଙ୍କ ବଦଳିକୁ ରଦ୍ଧ କରାଯାଉ ବୋଲି ଦାବି କରୁଛନ୍ତି ।
ଏହା ବି ପଢ଼ନ୍ତୁ: ଓମିକ୍ରନକୁ ନେଇ ସାରା ବିଶ୍ୱକୁ ଚେତାବନୀ ଦେଲେ WHO ମୁଖ୍ୟ ବୈଜ୍ଞାନିକ