କନ୍ଧମାଳ: ହାଡ଼ଭଙ୍ଗା ଜାଡ଼ରେ (Winter) ଥରିବା ଆରମ୍ଭ ହୋଇଛି କନ୍ଧମାଳ (Kandhamal)। ଓଡ଼ିଶାର କାଶ୍ମୀର (Kashmir) କୁହାଯାଉଥିବା ଦାରିଙ୍ଗବାଡିରେ (Daringbadi) ଆଜି ଚଳିତ ବର୍ଷର ପ୍ରଥମ ତୁଷାରପାତ ମଧ୍ୟ ହୋଇଛି। ଅନ୍ୟପକ୍ଷେ ଜିଲ୍ଲା ସଦର ମହକୁମା ଫୁଲବାଣୀରେ (Phulbani) ୩ ବର୍ଷରେ ରେକର୍ଡ଼ ଭାଙ୍ଗିଛି ଶୀତ। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୦ ଡିଗ୍ରିକୁ ଖସିଆସିଛି। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ନବୀନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଲେଣି ଅନୁଭବ !


ଯାହାକି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା।ଆଉ ଓଡ଼ିଶାର କାଶ୍ମୀର (Kashmir) ଦାରିଙ୍ଗବାଡିରେ (Daringbadi) ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ବେଳେ ତାପମାତ୍ରା ୬.୦ ଡ଼ିଗ୍ରୀ ସେଲସିୟସ ରହିଛି।ଆଉ ଦାରିଙ୍ଗବାଡି ଆସିଥିବା ପର୍ଯ୍ୟଟକ ମାନେ ଗତ କାଲି ରାତିରେ ଶୀତର ପ୍ରକୋପକୁ ଭରପୁର ଉପଭୋଗ କରିଥିବା ବେଳେ ସକାଳୁ ସକାଳୁ ଆଜି ବିଭିନ୍ନ ସ୍ଥାନରେ ପଡିଥିବା ତୁଷାର ପାତ ଦେଖି ବେଶ ଖୁସି ମଧ୍ୟ ହୋଇଛନ୍ତି।


ଅଧିକ ପଢନ୍ତୁ: ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ


ତେବେ କେବଳ ଯେ ଦାରିଙ୍ଗବାଡି ଅଞ୍ଚଳ ନୁହଁ ଜି ଉଦୟଗିରିରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ତୁଷାର ପାତ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଭଳି ଶୀତର ପ୍ରକୋପ ଆହୁରି ୩ରୁ ୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ ଦାରିଙ୍ଗବାଡି ସମେତ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାରେ ଆଜି ତୁଷାରପାତ ହୋଇଥିବା ଜଣାପଡ଼ିଛି।