ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ
Advertisement
Article Detail0/zeeodisha/odisha810603

ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ

ଶନିବାର ସଂଧ୍ୟାରେ ଅନୁଭବଙ୍କ ଫ୍ୟାନ କ୍ଲବର ସଦସ୍ୟ ମାନେ ଏକାଠି ହୋଇଥିଲେ । ସମସ୍ତ ନିଜ ନିଜ ହାତରେ ଦୀପ ଧରି ଚଣ୍ଡି ମନ୍ଦିର ଆଗରେ କିଛି ସମୟ ପାଇଁ ହାତରେ ଦୀପ ଧରି ସମୂହ ପ୍ରାର୍ଥନା କରିଥିଲେ ।

ଫାଇଲ ଫଟୋ

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ଓ ତାଙ୍କ ପନ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ (Varsha Priyadarshaini) ଙ୍କୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ । ପ୍ରତିଟି କଥାରେ ସୋସିଆଲ ମିଡିଆରେ ଭାଇରାଲ ଓ ବାରମ୍ୱାର ଥାନାରେ ଏତଲା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏପିରିସ୍ଥିତିରେ ଆଜି ଅନୁଭବଙ୍କ ସପକ୍ଷରେ ଅନୁଭବ ଫ୍ୟାନ କ୍ଲବ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । କଟକ ଚଣ୍ଡି ମନ୍ଦିରରେ ଅନୁଭବଙ୍କ ବାପାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଥିଲା । ଏଥିସହ ବର୍ଷାଙ୍କ ସଦବୁଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେ ଫ୍ୟନ କ୍ଲବ ସଦସ୍ୟ ।

ଅଧିକ ପଢ଼ନ୍ତୁ:-ପୁଣି ଥାନାରେ ବର୍ଷା

ଶନିବାର ସଂଧ୍ୟାରେ ଅନୁଭବଙ୍କ ଫ୍ୟାନ କ୍ଲବର ସଦସ୍ୟ ମାନେ ଏକାଠି ହୋଇଥିଲେ । ସମସ୍ତ ନିଜ ନିଜ ହାତରେ ଦୀପ ଧରି ଚଣ୍ଡି ମନ୍ଦିର ଆଗରେ କିଛି ସମୟ ପାଇଁ ହାତରେ ଦୀପ ଧରି ସମୂହ ପ୍ରାର୍ଥନା କରିଥିଲେ । ପନ୍ତ୍ରୀ ବର୍ଷାଙ୍କ ଯୋଗୁଁ  ଅନୁଭବଙ୍କ ବାପା ଅସୁସ୍ଥ ରହୁଛନ୍ତି । ଏପିରିକି ଅନୁଭବଙ୍କ  ପରିବାରର ମାନସିକ ନିର୍ଯ୍ୟାତନାର କାରଣ ବର୍ଷା ବୋଲି ଦର୍ଶାଇଛନ୍ତି ଅନୁଭବ ଫ୍ୟାନ କ୍ଲବର ସଦସ୍ୟ  ଅନୁରାଗ ମିଶ୍ର ।

ଅପରପଟେ ପୁଣି କଟକ ପୁରିଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦୁଇଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭିଡ଼ିଓ ଭାଇରାଲକୁ ନେଇ ଥାନାରେ ଏତଲା ଦେଇଛନ୍ତି ବର୍ଷା । ସେହି ଭିଡ଼ିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଏତଲାରେ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ବେଡ୍ ରୁମ୍ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହୋଇଥିଲା । 

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ଏହି ଭିଡ଼ିଓଟି ଘର ବାହାରୁ ସୁଟିଂ କରାଯାଇଥିବା ଦେଖିବାକୁ ମିଳୁଛି । ଉକ୍ତ ଭିଡିଓରେ ଅନୁଭବ ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଶୁଣିବାକୁ ମିଳୁଛି ଏବଂ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି । ସେପଟେ ବର୍ଷାଙ୍କ  ଏହି ମାମଲା ଆଧାରରେ ତଦନ୍ତ ଚାଲୁଛି ଯଦି ସେଭଳି କିଛି ପ୍ରମାଣ ମିଳେ ତେବେ ତାକୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କରିବୁ ବୋଲି କହିଛନ୍ତି ଅତିରିକ୍ତ ଡିସିପି ତ୍ରୀନାଥ ମିଶ୍ର ।