ଭୁବନେଶ୍ୱର: ଆଦିବାସୀ ଅଧ୍ୟୁସିତ, ନକ୍ସଲ ପ୍ରଭାବିତ ଓ ପଡୋଶୀଙ୍କ ଅକ୍ତିଆର ଅଞ୍ଚଳ ବୁଲିଲେ ଅଭିନେତ୍ରୀ ଏଲିନା ଦାଶ। ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଦଳ ବଳ ସହ କୋରାପୁଟର କୋଟିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆଉ କୋରାପୁଟ ଟୁରର ସ୍ମୃତିକୁ ସେ ତାଙ୍କ ସୋସିଆଲ ମିଡିଆ ସାଇଟରେ ସେୟାର କରିଛନ୍ତି। ଏହା ସହ ଏଲିନା ଆନ୍ଧ୍ର ସରକାରଙ୍କୁ ଏକ କଡା ଚେତାବନୀ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନ ହେବ ଓଡିଶା ମାଟି ଉପରେ ପଡୋଶୀ ରାଜ୍ୟଙ୍କ କୁଦୃଷ୍ଟି ପଡିଛି। କେତେବେଳେ ପଶ୍ଚିମବଙ୍ଗ ତ ଆଉ କେତେବେଳେ ଆନ୍ଧ୍ରପ୍ରଦେଶ ସୀମା ଅତିକ୍ରମଣ କରୁଛନ୍ତି। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଗଲାଣି। ତଥାପି ରାଜ୍ୟର ସୀମାନ୍ତ ଅଞ୍ଚଳରେ ପଡୋଶୀ ରାଜ୍ୟର ପତିଆର ଦେଖିବାକୁ ମିଳୁଛି। ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଜଗନ ମୋହନ ସରକାର ଅନେକ ପୋଷ୍ଟର ଓ ହୋର୍ଡିଂ ଲଗାଇଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଫଟୋ ସହ ତେଲୁଗୁରେ ଆନ୍ଧ୍ରର ଯୋଜନା ବିଷୟରେ ଅବଗତ କରାଯାଇଛି।


Also Read: ବଲିଉଡ୍ ହିରୋଇନଙ୍କଠାରୁ କମ୍ ନୁହନ୍ତି ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ, ଦେଖନ୍ତୁ ହଟ୍ ଫଟୋ


ଆନ୍ଧ୍ରର ଏହି ଦାଦାଗିରି ରୋକିବା ପାଇଁ ରାଜ୍ୟ ସରକାର ବହୁଚେଷ୍ଟା କରିଛନ୍ତି। ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ହୋଇଛି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସାକ୍ଷାତ ମଧ୍ୟ କରିଛନ୍ତି। କିନ୍ତୁ ତାହାର କୌଣସି ସୁଫଳ ମିଳିନାହିଁ। ପୂର୍ବ ପରି ଆନ୍ଧ୍ର, କୋଟିଆ ଜମି ହଡପ କରିବାକୁ ଚେଷ୍ଟା ଚଲାଇଛି। ଆଉ ଏହାର କଡା ଯବାବ ଦେବାକୁ ଏବେ ସୀମାନ୍ତକୁ ବିଜେଡି ନେତାଙ୍କ ସୁଅ ଛୁଟିଛି। ନିକଟ ଅତୀତରେ ଶାସକ-ବିରୋଧି ବିଧାୟକ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ସମସ୍ତେ କୋଟିଆ ପରିଦର୍ଶନ କରିଛନ୍ତି। ଏହି ତାଲିକାରେ ଏବେ ଅଭିନେତ୍ରୀ ଏଲିନା ଦାଶ ସାମିଲ ହୋଇଛନ୍ତି।


 



ଅଭିନେତ୍ରୀ ତଥା BJD ନେତ୍ରୀ ଏଲିନା ଦାଶ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ କୋରାପୁଟ ଗସ୍ତର କିଛି ଫଟୋ ପୋଷ୍ଟ କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, 'ହୋର୍ଡିଂ ଏବଂ ପୋଷ୍ଟର ମାରିଦେଲେ କୋଟିଆ ଦାବି ଯୁକ୍ତିଯୁକ୍ତ ହେବ ନାହିଁ। ଚାଲନ୍ତୁ, ଏକ କ୍ୟାମ୍ପେନ ଆରମ୍ଭ କରିବା। କୋଟିଆରେ ଫଟୋ ଉଠାଇ #MoKotia ଲେଖି ପୋଷ୍ଟ କରିବା।' ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି, 'ଆମେ ସୀମା ଦ୍ୱାରା ନୁହେଁ ବରଂ ବନ୍ଧନ ଦ୍ୱାରା ପରିଭାଷିତ। ଦିନ-ରାତି, ଜୀବନ-ମୃତ୍ୟୁ, ଆଶା-କ୍ଷତି ମଧ୍ୟରେ ଏକମାତ୍ର ପ୍ରକୃତ ସୀମା ରେଖା ଅଛି।'


Also Read: ଓଡ଼ିଶା ଦୁଆରେ ଓମିକ୍ରନ, ଦୁର୍ବଳ ହେଉଛି ଭ୍ୟାକସିନ୍


ଏଲିନା ପୋଷ୍ଟ କରିଥିବା ଫଟୋରେ ଆନ୍ଧ୍ର ସରକାର ଦ୍ୱାରା କୋଟିଆରେ ଲଗାଯାଇଥିବା ହୋର୍ଡିଂ ଏବଂ ପୋଷ୍ଟର ଗୁଡିକୁ ସ୍ପଷ୍ଟ ଭାବେ ଦେଖାଯାଉଛି। ସେ ସ୍ଥାନୀୟ ଆଦିବାସୀ ମହିଳାଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି। ଅଭିନେତ୍ରୀ କେବଳ ଯେ ଫଟୋ ଉଠାଇଛନ୍ତି ତାହାନୁହଁ, ସେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି। ଏଲିନା ଏକାଧାରରେ ଜଣେ ଅଭିନେତ୍ରୀ, ରଜନେତା, ସାମାଜିକ କର୍ମୀ। ଏଲିନାଙ୍କ 'ମୋ ଭୂଗୋଳରେ ଭଲ ହେଉଥିଲା' ଆଲବମ ବହୁତ ହିଟ୍ ହେଇଥିଲା। ସେ ୫୦୦ରୁ ଊର୍ଦ୍ଧ୍ୱ ଆଲବମ ଓ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। କିନ୍ତୁ ତାଙ୍କର ସମାଜ ସେବା ପ୍ରେମ ରାଜନୀତିକୁ ଟାଣିଆଣଥିବା ଖୋଦ ଏଲିନା କୁହନ୍ତି।