ପୁରୀ ଆଡକୁ ମାଡ଼ିଆସୁଛି ବାତ୍ୟା ଜୱାଦ!
Cyclone Jawad Update: ବର୍ତ୍ତମାନ ଅବପାତ ସମୁଦ୍ର ଭିତରେ ରିକର୍ଭିଂ କରିବାକୁ ଯାଉଛି ଓ ଏହା ପୁରୀ ଜିଲ୍ଲାର କିଛି ଅଂଶ ଛୁଇଁବା ସନ୍ଦେହ କରାଯାଉଛି ।
ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା "ବାତ୍ୟା" ଜୱାଦ (Cyclone Jawad) ବର୍ତ୍ତମାନ ଅବପାତରୁ ତୀବ୍ର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଅବପାତ ସମୁଦ୍ର ଭିତରେ ରିକର୍ଭିଂ କରିବାକୁ ଯାଉଛି ଓ ଏହା ପୁରୀ ଜିଲ୍ଲାର କିଛି ଅଂଶ ଛୁଇଁବା ସନ୍ଦେହ କରାଯାଉଛି । ସ୍ଥଳ ଭାଗରେ ଛୁଇଁବା ସମୟରେ ଏହାର ବେଗ ୮୦ରୁ ୧୦୦ କିମି ରହିବ । ୪ ତାରିଖ ସନ୍ଧ୍ଯାରୁ ୫ ତାରିଖ ସକାଳେ ମଧ୍ୟରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ।
ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରେ ଏହାର ପ୍ରଭାବ ଦେଖାଦେବ । ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ୯୦ରୁ ୧୦୦ କିମି ପବନ ହେବ। ଆଜି ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ଦଷିଣ ଓ ଉପକୂଳବର୍ତୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷାର ପ୍ରଭାବ ଅଧିକ ରହିବ ।
ବର୍ତ୍ତମାନ କୋରାପୁଟ ଏବଂ ବୌଦ୍ଧରେ ରିଜର୍ଭ ଥିବା ଓଡ୍ରାଫ ଟିମକୁ ପୁରୀ, ଜଗତସିଂହପୁର ଜିଲ୍ଲାକୁ ପଠାଯିବ । ଗଂଜାମ ପୁରୀ ଖୋର୍ଦ୍ଧା ଚିଲିକା ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ଯ କରାଯିବ । ପରିସ୍ଥିତି ଦେଖି ଜିଲ୍ଲାପାଳ ମାନେ ନିଜ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ କାର୍ଯ୍ଯ କରିବେ ।
ପାଣି, ବିଦ୍ଯୁତ ଯୋଗାଣ ବ୍ଯାଘାତ ହେବା ସମ୍ଭାବନା ରହିଛି । କିଛି ଜାଗାରେ ଦରଦାମ ବୃଦ୍ଧିକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଏହାପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ରାଜ୍ଯରେ ଆବଶ୍ଯକ ମୁତାବକ ଖାଇବା ସାମଗ୍ରୀ ରହିଛି । ତେଣୁ ଭୟଭୀତ ହେବା କୌଣସି ଆବଶ୍ଯକତା ନାହିଁ ।
ଏହା ବି ପଢ଼ନ୍ତୁ: ପୁରୁଷ ମାନଙ୍କର ଷ୍ଟାମିନା ବଢ଼ାଇବାର ରାମବାଣ, ଏହି ଜିନିଷ ଖାଇଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ