Cyclone Michaung Update: ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି ଯେ ଡିସେମ୍ବର ୪ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର ମାଚିଲିପାଟନମ୍ ଓ ଚେନ୍ନାଇ ଉପକୂଳରେ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ । ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ନିମ୍ନ ଚାପ ଅଞ୍ଚଳ ଏହାର କେନ୍ଦ୍ର ଚେନ୍ନାଇ ଉପକୂଳଠାରୁ ୮୦୦ କିଲୋମିଟର ଦୂରରେ, ମାଚିଲିପାଟନମ୍ ଠାରୁ ୯୭୦ କିଲୋମିଟର ଦୂରରେ, ଆନ୍ଧ୍ରପ୍ରଦେଶର ବାପାଟଲା ଠାରୁ ୯୯୦ କିଲୋମିଟର ଦୂରରେ ଓ ପୁଡୁଚେରୀର ଉପକୂଳଠାରୁ ୭୯୦ କିଲୋମିଟର ଦୂରରେ ଅବସ୍ଥିତ । 


COMMERCIAL BREAK
SCROLL TO CONTINUE READING

ଜାତୀୟ ସଙ୍କଟ ପରିଚାଳନା କମିଟି କଲା ବୌଠକ
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏକ ବୌଠକ କରି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା 'ମାଇଚାଙ୍ଗ' ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ / ବିଭାଗର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ (ଆଇଏମଡି) ବାତ୍ୟା 'ମାଇଚୋଙ୍ଗ'ର ପରିସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି । ଦକ୍ଷିଣ ପୂର୍ବ ଏବଂ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା ନିମ୍ନଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ୨ ତାରିଖ ଏକ ଗଭୀର ଅବପାତରେ ପରିଣତ ହେବ ଓ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ୩ ଡିସେମ୍ବରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି । ଆହୁରି ମଧ୍ୟ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ଏବଂ ଉତ୍ତର ତାମିଲନାଡୁ ଉପକୂଳବର୍ତ୍ତୀ ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ପହଞ୍ଚିବ ।


ଓଡ଼ିଶାର ଏହି ଅଞ୍ଚଳରେ ବର୍ଷା ସମ୍ଭାବନା
ଏହି ବାତ୍ୟାର ଆଂଶିକ ପ୍ରଭାବ ଆମ ରାଜ୍ୟ ଓଡ଼ିଶାର ପଡି଼ପାରେ । ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ପ୍ରଭାବ ଯୋଗୁଁ ଓଡି଼ଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହୋଇପାରେ । ଏଥିମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କାଳାହାଣ୍ଡି, କନ୍ଦମାଳ ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ । ପାଣିପାଗ ବିଭାଗ କହିଛି ଯେ ଆନ୍ଧ୍ରପ୍ରଦେଶ ଓ ରୟାଲାସିମା ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।


ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 
ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ନିମ୍ନ ଚାପ ଅଞ୍ଚଳ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ଏବଂ ଡିସେମ୍ବର ୨-୨ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ମାଇଚୋଙ୍ଗ ବାତ୍ୟା ଯୋଗୁଁ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ତେଣୁ ଭାରତୀୟ ପାଣିପାଗ ବିଭାଗ ଏଠାରେ ଏକ ଅରେଞ୍ଜ ଆର୍ଲଟ ଜାରି କରିଛି ।