Sanjay Raut on ED summons : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ (Sanjay Raut) ଶନିବାର ଦିନ ଖୁଲାସା କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର୍ ମିଳିଥିଲା । ରାଉତ କହିଛନ୍ତି, "ମୁଁ ମଧ୍ୟ ଗୁଆହାଟି ଯିବାକୁ ଏକ ଅଫର ପାଇଥିଲି, କିନ୍ତୁ ମୁଁ ବାଲାସାହେବ ଠାକରେଙ୍କୁ ଅନୁସରଣ କରେ ତେଣୁ ମୁଁ ସେଠାକୁ ଯାଇ ନଥିଲି । ଯେତେବେଳେ ସତ୍ୟ ଆପଣଙ୍କ ପକ୍ଷରେ ଅଛି, ଭୟ କାହିଁକି?"


COMMERCIAL BREAK
SCROLL TO CONTINUE READING

ଏହା ସମସ୍ତଙ୍କୁ ଜଣା ଯେ ଶିବସେନାଙ୍କ (Shiv Sena) ସହ ବିଦ୍ରୋହ ପରେ ସିନ୍ଦେ ନିଜ ସମର୍ଥ ବିଧାୟକଙ୍କ ସହ ଗୁଆହାଟୀର ରେଡିସନ୍ ବ୍ଲୁ ହୋଟେଲରେ ଆଠ ଦିନ ରହିଥିଲେ । ଏହି ହୋଟେଲର ସମସ୍ତ ୭୦ ରୁମ୍ ଶିବସେନାର ବିଦ୍ରୋହୀମାନଙ୍କ ପାଇଁ ବୁକ୍ କରାଯାଇଥିଲା । ଏଥି ସହିତ, ୨୨ ରୁ ୨୯ ଜୁନ୍ ପର୍ଯ୍ୟନ୍ତ ହୋଟେଲକୁ ବାହାର ଲୋକଙ୍କ ପାଇଁ ନିଷେଧ କରାଯାଇଥିଲା ।


ସଞ୍ଜୟ ରାଉତ କହିଛନ୍ତି, "ଏହି ଦେଶର ଜଣେ ଦାଇତ୍ୱବାନ ନାଗରିକ ଭାବରେ, ସାଂସଦ ଭାବରେ, ମୋର କର୍ତ୍ତବ୍ୟ ଯେ ଯେତେବେଳେ ଦେଶର କୌଣସି ଯାଞ୍ଚକାରୀ ସଂସ୍ଥା ମୋତେ ଡାକନ୍ତି, ମୁଁ ସେମାନଙ୍କ ଆଗରେ ଯାଇ ଏକ ବୟାନ ଦେବା ଉଚିତ୍ । ମୋତେ ଡକାଯାଇଥିଲା, ଲୋକଙ୍କ ମନରେ ଆଶଙ୍କା ଥିଲା ଏହା ରାଜନୈତିକ ଚାପରେ ଘଟିଛି, ସେପରି କିଛି ନାହିଁ ।"


ମନି ଲଣ୍ଡରିଂ ମାମଲାରେ ବୟାନ ରେକର୍ଡ କରିବାକୁ ଶୁକ୍ରବାର ଦିନ ରାଉତ ଇଡି ନିକଟରେ ହାଜର ହୋଇଥିଲେ ଓ ୧୦ ଘଣ୍ଟାରୁ ଅଧିକ ସମୟ ପରେ ବାହାରକୁ ଆସିଥିଲେ । ସେ କହିଥିଲେ ଯେ ତାଙ୍କ ମନରେ ସନ୍ଦେହ ଥିଲା ଯେ, ଏପରି ଟାଇମିଂରେ କାହିଁକି ଡକାଗଲା? ମୁଁ ସେମାନଙ୍କ ସହିତ ୧୦ ଘଣ୍ଟା ରହିଲି, ଅଧିକାରୀମାନେ ମୋତେ ବହୁତ ଭଲ ବ୍ୟବହାର କଲେ । ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଲି । ମୁଁ ସେମାନଙ୍କୁ କହିଲି ଯଦି ଆପଣ ଭାବୁଛ ମୁଁ ପୁନର୍ବାର ଆସିବା ଉଚିତ୍ ତେବେ ମୁଁ ପୁଣି ଆସିବି ।"


ଏହା ବି ପଢ଼ନ୍ତୁ: ଦେବେନ୍ଦ୍ର ଫଡନାଭିସଙ୍କୁ ବନ୍ଧୁ ରାଜ ଠାକରେ ଲେଖିଲେ ଚିଠି; କହିଲେ- ଆପଣ ...


ଏହା ବି ପଢ଼ନ୍ତୁ: ମୁର୍ମୁଙ୍କୁ ସମର୍ଥନ କରିବ ଅକାଳି ଦଳ; ଏପର୍ଯ୍ୟନ୍ତ ଏହି ଅଣ-ଏନଡିଏ ଦଳ କରିସାରିଛନ୍ତି ଘୋଷଣା


ଏହା ବି ପଢ଼ନ୍ତୁ: ସିନ୍ଦେ ଓ ବିଜେପି ଉପରେ ଜୋରଦାର ଟାର୍ଗେଟ କଲେ ଉଦ୍ଧବ ଠାକରେ; ସାମ୍ବାଦିକ ସମ୍ମିଳନୀ କରି ଏହା କହିଲେ