IPS Reshuffle: ରବିବାର ଦିନ ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ୱାଇ.ବି ଖୁରାନିଆ ଅନେକ ଜିଲ୍ଲାର ଏସ୍‌ପି ସ୍ତରରେ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସହିତ ଅନେକ ଜିଲ୍ଲାର ଏସ୍‌ପିଙ୍କର ବଦଳି କରାଯାଇଛି।


COMMERCIAL BREAK
SCROLL TO CONTINUE READING

୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପୁରୀ ଏସ୍‌ପି  ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଭାବ ନିଯୁକ୍ତ କରାଯାଇଛି। ସେହିପରି ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଜିଲ୍ଲାର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି।  


ଅନ୍ୟପଟେ ଭଦ୍ରକ ଏସ୍‌ପି ଭାବେ ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ  ଦାୟିତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲାର ଥିବା ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। 


କଟକ ଡିସିପି ଭାବେ ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଜଗମୋହନ ମୀନାଙ୍କୁ ବଦଳି କରାଯାଇଛି। କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ବିଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ନୟାଗଡ଼ ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ବ୍ରହ୍ମପୁର ଏସ୍‌ପି ଭାବେ ଭିଜିଲାନ୍ସ ଏସ୍‌ପି ଥିବା ଡାକ୍ତର ଏସ୍‌.ବିବେକ ଏମ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। 


ଦେଖନ୍ତୁ ପୂରା ଲିଷ୍ଟ: