ନୂଆଦିଲ୍ଲୀ: ଦେଶରେ କୋରୋନାର ଭୟଙ୍କର ଦ୍ୱିତୀୟ ଲହର (Covid Second Wave) ପରେ ତୃତୀୟ ଲହରକୁ (Third Wave) ନେଇ ଆଶଙ୍କା ଲଗାଯାଉଥିଲା । ବର୍ତ୍ତମାନ ହାଇଦ୍ରାବାଦର ବରିଷ୍ଠ ବିଶେଷଜ୍ଞ କହିଛନ୍ତି ଯେ ବୋଧହୁଏ ତୃତୀୟ ଲହର ଦେଶରେ ପହଞ୍ଚି ସାରିଛି ଓ ଯଦି ଲୋକମାନେ ଏହାର ଅନୁରୂପକ ନିୟମ ପାଳନ ନକରନ୍ତି ତେବେ ଏହା ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ । ଗତ ୧୫ ମାସର ତଥ୍ୟ ଅଧ୍ୟୟନ କରିବା ପରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର (University of Hyderabad) ପୂର୍ବତନ ପ୍ରୋ-ଭାଇସ ଚାଇନସେଲର ତଥା ଜଣାଶୁଣା ପଦାର୍ଥ ବିଜ୍ଞାନୀ ଡକ୍ଟର ଭିପିନ ଶ୍ରୀବାସ୍ତବ ଏହା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ ବୋଧହୁଏ ତୃତୀୟ ଲହର ୪ ଜୁଲାଇରେ ଦେଶରେ ପ୍ରବେଶ କରି ସାରିଛି । ଏହି ଭବିଷ୍ୟବାଣୀ ପାଇଁ ସେ ଯାହା ବ୍ୟବହାର କରିଥିଲେ ତାହାକୁ ବୈଜ୍ଞନିକ ଭାଷାରେ 'ଡେଲି ଡେଥ ଲିଡ଼' କୁହାଯାଏ ।


ଅଧିକ ପଢ଼ନ୍ତୁ: ICC ଏହି ଖେଳାଳିମାନଙ୍କୁ ଦେଲା ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ


ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିପୋର୍ଟରେ ମଧ୍ୟ ଏହି ଆଶଙ୍କା ପ୍ରକାଶ ପାଇଛି
ଏହା ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟରେ (SBI Report) ମଧ୍ୟ କୁହାଯାଇଛି ଯେ ଖୁବ୍ ଶୀଘ୍ର ତୃତୀୟ ଲହର ମଧ୍ୟ ଦେଶକୁ ଧକ୍କା ଦେଇପାରେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ରିପୋର୍ଟରେ କହିଛି ଯେ ଆସନ୍ତା ମାସରେ ଭାରତରେ କୋରୋନାର ତୃତୀୟ ଲହର ଆତଙ୍କ ମଚେଇ ପାରେ । ଏହା ସହିତ ସେପ୍ଟେମ୍ବର ମାସରେ ଏହି ଲହର ଶିଖରରେ ପହଞ୍ଚିପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି ।


SBI ର ଗବେଷଣା ରିପୋର୍ଟରେ ଏହା ସୂଚିତ କରାଯାଇଛି ଯେ ମେ' ୭ ରେ ଭାରତରେ ଦ୍ୱିତୀୟ କରୋନା ଲହର ଶିଖରରେ ପହଞ୍ଚିଥିଲା । "ବର୍ତ୍ତମାନର ତଥ୍ୟ ଅନୁଯାୟୀ, ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ଭାରତ ପ୍ରାୟ ୧୦,୦୦୦ ମାମଲାରେ ପହଞ୍ଚି ପାରେ । ତଥାପି ଅଗଷ୍ଟ ମାସର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଦେଶରେ କୋରୋନା ମାମଲା ବଢି଼ବାରେ ଲାଗିପାରେ ।"


ଅଧିକ ପଢ଼ନ୍ତୁ: 7th Pay Commission: ଜୁଲାଇରୁ ବୃଦ୍ଧି ପାଇବ DA! ପିଏମ ମୋଦି ଦେଇପାରନ୍ତି ମଞ୍ଜୁରୀ


ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ତୃତୀୟ ଲହର
ତୃତୀୟ ଲହରର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ଦୃଶ୍ୟମାନ ହେବ । ଏହା ବ୍ୟତୀତ ସମସ୍ତ ଲୋକଙ୍କ ପ୍ରାଥମିକତା ଏହି ସମୟରେ ଟିକା ହେବା ଉଚିତ୍ । ରିପୋର୍ଟରେ ଏହା ଲେଖାଯାଇଛି ଯେ ଦେଶରେ ୧୨ ରୁ୧୮ ବର୍ଷ ବୟସରେ ୧୫ ରୁ ୧୭ କୋଟି ପିଲା ଅଛନ୍ତି । ବିକଶିତ ଦେଶମାନଙ୍କ ପରି ଭାରତ ମଧ୍ୟ ଏହି ବୟସ ବର୍ଗର ଟିକା କିଣିବା ପାଇଁ ଏକ ଅଗ୍ରୀମ ରଣନୀତି କରିବା ଉଚିତ୍ ।