ନୂଆଦିଲ୍ଲୀ: ସମସ୍ତେ ସ୍ଲିମ ଏବଂ ଫିଟ୍ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ନିଜର ପତଳାପଣକୁ ନେଇ ଚିନ୍ତିତ ଥାନ୍ତି । ଓଜନ ବଢା଼ଇବାକୁ ହେଲେ ଏକ୍ସରସାଇଜ ସହ ଡାଏଟ୍ ବି ଅତ୍ୟନ୍ତ ଜରୁରୀ । ଆମେ ଆପଣଙ୍କୁ ଆଜି ଏମିତି କିଛି ପ୍ରୋଟିନ ସେକ୍ ବିଷୟରେ ଟିପସ୍ ଦେବୁ ଯାହାକୁ ପିଇବା ମାତ୍ରେ ଖୁବ କମ ଦିନରେ ଆପଣ ନିଜର ଓଜନ ବଢାଇବା ସହିତ ନିଜକୁ ଫିଟ୍ ରଖିପାରିବେ । ଯଦି ଓଜନ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଏହି ହାଇ ପ୍ରୋଟିନ ସେକ୍ ନିଜର ଡାଇଟ୍ ପ୍ଲାନରେ ନିଶ୍ଚିତ ସାମିଲ କରନ୍ତୁ । ଏହି ପ୍ରୋଟିନ ସେକ୍ ସ୍ବାଦିଷ୍ଟ ଏବଂ ଅତ୍ୟନ୍ତ ସ୍ବାସ୍ଥ୍ୟକର ଅଟେ ।


COMMERCIAL BREAK
SCROLL TO CONTINUE READING

ଅନେକ ଲୋକେ ମୋଟାପଣ ପାଇଁ ଚିନ୍ତିତ ଥିବାବେଳେ ଅନେକ ଲୋକ ନିଜର ପତଳାପଣ ପାଇଁ ବି ଚିନ୍ତିତ ଥାନ୍ତି । ଓଜନ ବଢ଼ାଇବା ପାଇଁ ସେମାନେ ଜିମରେ ଢେର ଟଙ୍କା ମଧ୍ୟ ବର୍ବାଦ କରିଦିଅନ୍ତି । ସେମାନଙ୍କୁ ଓ୍ବାର୍କଆଉଟ ସହ ସୁସ୍ଥ ପ୍ରୋଟିନ ଯୁକ୍ତ ଖାଦ୍ୟକୁ ନିଜ ଡାଏଟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ । ନିଜର ଡାଏଟରେ ପ୍ରୋଟିନ ସେକ ଏବଂ ସ୍ମୁଦି ସାମିଲ କରନ୍ତୁ ଏହା ଦ୍ବାରା ଆପଣଙ୍କ ଓଜନ ବଢ଼ାଇବା ପାଇଁ ସହାୟକ ହେବ । ଏଠାରେ ଆପଣଙ୍କୁ ଓଜନ ବଢାଉଥିବା ୫ ପ୍ରୋଟିନ ସେକ ବିଷୟରେ କହିବୁ । ଏହାକୁ ଯଦି ନିଜର ପ୍ରତିଦିନ ଡାଏଟରେ ସାମିଲ କରିବେ ତେବେ ଆପଣଙ୍କ ଓଜନ ଦ୍ରୁତ ଭାବରେ ବୃଦ୍ଧିପାଇବ।


1. କଦଳୀ ଏବଂ ,ଷ୍ଟ୍ରବେରୀ  ପ୍ରୋଟିନ ସେକ୍
ଓଜନ ବଢ଼ାଇବା ପାଇଁ ହେଲେ ସର୍ବ ପ୍ରଥମେ ପ୍ରଚୁର କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। ଆପଣ କଦଳୀକୁ ସେକ୍ ବନାଇ ପି ପାରିବେ , ଏବଂ ଏହାକୁ ଆଉଟିକେ ସ୍ବାଦିଷ୍ଟ କରିବା ପାଇଁ ଏଥିରେ ଷ୍ଟ୍ରବେରୀ ବି ମିଶାଇ ପାରିବେ । ଏହି ଖଟାମିଠା ସେକ ବନାଇବା ପାଇଁ ଆପଣଙ୍କୁ ଦରକାର ଦୁଇ କପ ଖିର , ଗୋଟିଏ କଦଳୀ, ୪ ରୁ ୫ ଟି  ଷ୍ଟ୍ରବେରୀ , ଏବଂ ଅଧକପ ଫୁଲକ୍ରିମ । ଏବେ ଏହି ସବୁ ଜିନିଷରୁ ଗ୍ରାଇଣ୍ଡିଂ କରିନିଅନ୍ତୁ । ଆପଣ ଯଦି ଚାହିଁବେ ଟିକେ ଚିନି ବି ଏଥିରେ ମିଶାଇ ପାରିବେ ।


2. ବାଦାମ ବଟର ଏବଂ ଡାର୍କ ଚକୋଲେଟ ସେକ୍
ବାଦାମଦ୍ବାରା ତିଆରି ହୋଇଥିବା ଏହା ଏକ ହାଇ ପ୍ରୋଟିନ ସେକ , ଯେଉଁଥିରେ ଭରପୁର କ୍ୟାଲୋରୀ , ପ୍ରୋଟିନ , ଫ୍ୟାଟ୍ ସାମିଲ ଥାଏ । ଏହା ଓଜନ ବଢ଼ାଇବା ପାଇଁ ଏକ ଭଲ ବିକଲ୍ପ । ଏହି ସେକକୁ ବନାଇବା ପାଇଁ ଆପଣଙ୍କୁ ଦୁଇ କପ କ୍ଷୀର, ଗୋଟିଏ ଡାର୍କ ଚକୋଲେଟ, ଗୋଟେ ଚାମଚ ଚକୋଲେଟ ପ୍ରୋଟିନ ପାଉଡର ଏବଂ ଦୁଇ ଚାମଚ ବାଦାମ ବଟର । ଏହି ସବୁ ଜିନିଷକୁ ଭଲଭାବେ ଗ୍ରାଇଣ୍ଡିଂ କରିନିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହାଇ କ୍ୟାଲୋରୀ ପ୍ରୋଟିନ ସେକ, ଏହାକୁ ଆପଣ ସକାଳ ବ୍ରେକଫାଷ୍ଟ କିମ୍ବା ଲଞ୍ଚରେ ନେବେ ତ ଆପଣଙ୍କ ଓଜନ କିଛି ଦିନ ମଧ୍ୟରେ ହିଁ ବଢ଼ିଯିବ ।


3. ପିନଟ ବଟର ଏବଂ କଦଳୀ ସେକ
ପିନେଟ ବଟର ଏବଂ କଦଳୀ ସେକ ମଧ୍ୟ ଆପଣ ଓଜନ ବଢ଼ାଇବାରେ ସାହାଯ୍ୟ କରିବ। ଏହି ପ୍ରୋଟିନ ସେକ ଆପଣ ଅତି ସହଜରେ ଘରେ ବନାଇ ପାରିବେ ଏବଂ ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ବଡକପ ପ୍ଲେନ ଦହି , ଗୋଟିଏ କଦଳୀ , ଦୁଇ ଚାମଚ ପିନଟ୍ ବଟର, ଦେଢ଼କପ କ୍ଷୀର ନିଅନ୍ତୁ । ଏବେ ଏସବୁକୁ ମିଶାଇ ଭଲଭାବରେ ଗ୍ରାଇଣ୍ଡିଂ କରିନିଅନ୍ତୁ । ଏହାକୁ ଆପଣ ସକାଳ ସମୟରେ ନେଇପାରିବେ ।


4. ଚକୋଲେଟ ଏବଂ ଏଭୋକାଡୋ ପ୍ରୋଟିନ ସେକ୍
ଏଭୋକାଡୋ ଓଜନ ବଢାଇବା ଯୁକ୍ତ ଫଳଙ୍କ ମଧ୍ୟରେ ରାଜା ବୋଲି ମନାଯାଏ । ଏଥିରେ ଭରପୁର ଫ୍ୟାଟ୍ ଯୁକ୍ତ ପ୍ରୋଟିନ ରହିଛି । ପ୍ରତିଦିନ ଏଭୋକାଡୋ ଖାଇଲେ ଆପଣଙ୍କ ଓଜନ ଦ୍ରୁତଗତିରେ ବୃଦ୍ଧି ପାଇବ । ଏହି ପ୍ରୋଟିନ ସେକକୁ ବନାଇବା ପାଇଁ ଆପଣ ଦେଢ଼ କପ କ୍ଷୀର ନିଅନ୍ତୁ , ଗୋଟିଏ ସିଝା ଏଭୋକାଡୋ , ଗୋଟିଏ ଚକୋଲେଟ, ଏବଂ ଗୋଟିଏ କଦଳୀ । ଏସବୁ ଜିନିଷକୁ ଭଲଭାବରେ ମିକ୍ସ କରି ଗ୍ରାଇଣ୍ଡିଂ କରି ନିଅନ୍ତୁ । ଏବେ ଏଥିରେ ବରଫ ପକାଇ ଏହି ପ୍ରୋଟିନ ସେକ୍ ର  ମଜା ନିଅନ୍ତୁ।


5. କଦଳୀ , ପାଚିଲା ଆମ୍ବ ଏବଂ ,ଷ୍ଟ୍ରବେରୀ ସେକ୍
ଓଜନ ବଢ଼ାଇବା ପାଇଁ ଆପଣ କଦଳୀ ,ଆମ୍ବ ଏବଂ, ଷ୍ଟ୍ରବେରୀ ପ୍ରୋଟିନ ସେକ ନିଜର ଖାଇବାରେ ସାମିଲ କରି ପାରିବେ । ଏହାକୁ ବନାଇବା ବହୁତ ସହଜ । ଏହାକୁ ବନାଇବା ପାଇଁ କ୍ଷୀରରେ କଦଳୀ, ଆମ୍ବ,  ଷ୍ଟ୍ରବେରୀ ରୁ ମିକ୍ସ କରି ସେଥିରେ ଅଳ୍ପ ଚିନି ପକାଇବେ । ଏବେ ଏସବୁକୁ ଭଲଭାବେ ଗ୍ରାଇଣ୍ଡିଂ କରିନିଅନ୍ତୁ । ବ୍ରେକଫାଷ୍ଟରେ ଏହି ପ୍ରୋଟିନ ସେକ ପିଇବାକୁ ସ୍ବାଦିଷ୍ଟ ତ ଲାଗିଥାଏ , ଏହା ସହ ଏହା ବହୁତ ସ୍ବାସ୍ଥ୍ୟକର ବି । ଏହାକୁ ପ୍ରତିଦିନ ପିଇବା ଦ୍ବାରା ଓଜନ ଖୁବଶୀଘ୍ର ବୃଦ୍ଧିପାଏ ।


Also Read: ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍


Also Read: କେଶ ସମସ୍ୟାର ରାମବାଣ! ରୂପି ଟେନସନ୍ ଦୂର କରିବ ଏହି ଘରୋଇ ଉପଚାର