ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍
Advertisement
Article Detail0/zeeodisha/odisha1130163

ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

Russia-Ukraine War: ଋଷ (Russia) ରେ କଣ୍ଡୋମ (Condom) ବିକ୍ରିରେ ଏହି ବୃଦ୍ଧି ଏପରି ସମୟରେ ଘଟିଛି ଯେଉଁ ସମୟରେ ଡ୍ୟୁରେକ୍ସ (Durex) ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କଣ୍ଡୋମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ  (Reckitt) ଦେଶରେ ବ୍ୟବସାୟ ଜାରି ରଖିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଯାହା ଫଳରେ ବିଶ୍ୱର ଆର୍ଥିକ ଗତିବିଧି ଉପରେ ବହୁତ ଖରାପ ପ୍ରଭାବ ପକାଉଛି । କିନ୍ତୁ ଇତି ମଧ୍ୟରେ ଋଷରେ କଣ୍ଡୋମର ବିକ୍ରି (Condom Sale) ରେ ୧୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ବ୍ରିଟେନର ଏକ ଖବରକାଗଜ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି । ଯୁଦ୍ଧର ମାହୌଲ ମଧ୍ୟରେ ଋଷରେ କଣ୍ଡୋମ ବିକ୍ରିରେ ଏହି ଅଭିବୃଦ୍ଧିର କାରଣ କ’ଣ ଆସନ୍ତୁ ଜାଣିବା...

ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣ ପରେ ଆମେରିକା (America) ଓ ଅନେକ ପାଶ୍ଚାତ୍ୟ ଦେଶ (Western Countries) ଋଷ ଉପରେ ଅନେକ ପ୍ରକାରର ଅର୍ଥନୈତିକ ପ୍ରତିବନ୍ଧକ (Economic Sanctions) ଲଗାଇଛନ୍ତି । ଏହି କାରଣରୁ ଋଷରେ ଏକ ଆଶଙ୍କା ରହିଛି ଯେ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଦେଶରେ କଣ୍ଡୋମ (Condom) ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇପାରେ ଓ କେବଳ ଏହା ନୁହେଁ, ସେଠାରେ କଣ୍ଡୋମ ଅଭାବ ମଧ୍ୟ ହୋଇପାରେ ।

ଏହା ବି ପଢ଼ନ୍ତୁ:-'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..

ଏହା ବି ପଢ଼ନ୍ତୁ:-ବଡ଼ ଖବର: ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ କୋଟି କୋଟି ଲୋକଙ୍କ ନାମ! ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

ଋଷ (Russia) ରେ କଣ୍ଡୋମ (Condom) ବିକ୍ରିରେ ଏହି ବୃଦ୍ଧି ଏପରି ସମୟରେ ଘଟିଛି ଯେଉଁ ସମୟରେ ଡ୍ୟୁରେକ୍ସ (Durex) ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କଣ୍ଡୋମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ  (Reckitt) ଦେଶରେ ବ୍ୟବସାୟ ଜାରି ରଖିଛି ।

ଋଷର ସର୍ବବୃହତ ଅନଲାଇନ୍ ରିଟେଲର ୱାଇଲ୍ଡବେରୀ (Wildberries) କହିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ କଣ୍ଡୋମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶର ବୃହତ୍ତମ ଫାର୍ମାସି ଚେନ୍ ୩୬.୬ PJSC ବିକ୍ରିରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି ବୋଲି କହିଛି । ଆରବିସିର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ଔଷଧ ଦୋକାନୀଙ୍କ ଦ୍ୱାରା କଣ୍ଡୋମ ବିକ୍ରି ୩୨ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ସୁପରମାର୍କେଟ ନିଜର ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛି ।