Natural Viagra Foods: ଆମେରିକୀୟ କ୍ୟାନସର ସୋସାଇଟି ଅନୁଯାୟୀ, ଯୁବକମାନଙ୍କ ମଧ୍ୟରେ ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟା ଏବେ ଦିନକୁ ଦିନ ବାଢିବାରେ ଲାଗିଛି। ପ୍ରତି ୮ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଏହାର ଶିକାର ହେଉଛନ୍ତି।  ଇରେକ୍ଟାଇଲ୍ ଡିସଫଙ୍କସନ୍ ର ସମସ୍ୟା ର କାରଣ କଣ । ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଏଥିପାଇଁ ଅଧିକ ଦାୟୀ ହୋଇଥାଏ। ଇରେକ୍ଟାଇଲ୍ ଡିସଫଙ୍କସନ କେବଳ ଯୌନ ଜୀବନକୁ ପ୍ରଭାବିତ କରେ ନାହିଁ, ପୁରୁଷମାନେ ମଧ୍ୟ ସେମାନଙ୍କର ଆତ୍ମବିଶ୍ୱାସ ହରାଇବା ଆରମ୍ଭ କରନ୍ତି। ଯାହାଫଳରେ ତାଙ୍କ ପାର୍ଟନର ମାନେ ବି ସେମାନଙ୍କଠାରୁ ମୁହଁ ଫେରାଇ ନିଅନ୍ତି। 


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ, କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ସେଥିପାଇଁ ଏହା ଜରୁରୀ ଯେ ଆପଣ ଏବଂ ନିଜ ସାଥୀଙ୍କ ଖାଦ୍ୟରେ ସେହି ଖାଦ୍ୟଗୁଡ଼ିକୁ ଅନ୍ତର୍ଭୂକ୍ତ କରନ୍ତୁ, ଯାହା ଯୌନ ଶକ୍ତି ଏବଂ ଇରେକସନ୍ ବୃଦ୍ଧିରେ ସ୍ୱାଭାବିକ ଭାବରେ ସହାୟକ ହୋଇଥାଏ । ଆଜି ଆସନ୍ତୁ ଜାଣିବା ଏହିପରି ୮ଟି ପ୍ରାକୃତିକ ଭାଏଗ୍ରା ଖାଦ୍ୟ (Natural Viagra Foods) ଉପରେ...


ଇରେକ୍ଟାଇଲ୍ ଡିସଇନଫେକସନ୍ ହେତୁ ପୁରୁଷମାନେ ଲିଙ୍ଗ ଇରେକସନ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସାଧାରଣତଃ ପୁରୁଷମାନେ ଏ ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ଲଜ୍ଜିତ ହୁଅନ୍ତି ଏବଂ ଏଥିପାଇଁ ସେମାନେ ଭାଏଗ୍ରା ପରି ଔଷଧ ଗ୍ରହଣ କରନ୍ତି । କିନ୍ତୁ ଏହା ଏକ ସାଧାରଣ ସମସ୍ୟା, ଏଥିରେ ଲାଜ କରିବାର କିଛି ନାହିଁ । ଏଥିପାଇଁ ସମସ୍ତ ମହିଳା ନିଜ ପୁରୁଶ ସାଥୀଙ୍କୁ ସମର୍ଥନ କରିବା ଉଚିତ୍ । ଯାହାଫଳରେ ଦମ୍ପତ୍ତି ଦୁହେଁ ଖୋଲାଖୋଲି ଭାବେ ଏ ବିଷୟରେ କଥା ହୋଇପାରିବେ ।


ପାଳଙ୍ଗ (Palak)
ପାଳଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଫୋଲେଟ୍ ଥାଏ ଯାହା ରକ୍ତ ପ୍ରବାହକୁ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସହିତ, ଫୋଲିକ୍ ଏସିଡ୍ ପୁରୁଷଙ୍କ ଯୌନ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ। ଏକ କପ୍ ରନ୍ଧା ହୋଇଥିବା ପାଳଙ୍ଗ ଆମ ଶରୀରରେ ଫୋଲେଟ୍ ର ନିୟମିତ ଆବଶ୍ୟକତାର ୭୭ପ୍ରତିଶତ ଯୋଗାଇଥାଏ । ଏହା ସହିତ, ଏଥିରେ ପର୍ଯ୍ୟାପ୍ତ ପରିମାଣର ମ୍ୟାଗ୍ନେସିୟମ୍ ମଧ୍ୟ ମିଳିଥାଏ, ଯାହା ରକ୍ତ ପ୍ରବାହକୁ ବଢାଇବା ସହିତ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତରକୁ ପୁରୁଷଙ୍କ କ୍ଷେତ୍ରରେ  ବଜାୟ ରଖିବାରେ ସାହାଯ୍ୟ କରିଥାଏ। 


ଆଭୋକାଡୋ (Avocado)
ଆଭୋକାଡୋ ପୁରୁଷମାନଙ୍କଠାରେ Sperm Count କୁ ବୃଦ୍ଧି କରିପାରେ ଏବଂ ପୁରୁଷ ବନ୍ଧ୍ୟାକରଣର ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ । ଏହା ସହିତ, ଆଭୋକାଡୋରେ ଜିଙ୍କ ବହୁଳ ପରିମାଣରେ ରହିଥାଏ।ଯାହା ଶୁକ୍ରାଣୁ ଗୁଣକୁ ପ୍ରୋତ୍ସାହନ ଦେବାବେଳେ ଟେଷ୍ଟୋଷ୍ଟେରନ୍ ଉତ୍ପାଦନ ଏବଂ ଫର୍ଟିଲିଟିକୁ ବଜାୟ ରଖିବାରେ ସାହାଯ୍ୟ କରେ |


ସେଓ (Apple) 
ଆପଲ୍ ବା ସେଓ ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ । ସେଓ ଚୋପାରେ ବିଶେଷ ଭାବରେ ଉର୍ସାଲିକ୍ ଏସିଡ୍ ନାମକ ଏକ ସକ୍ରିୟ କମ୍ପାଉଣ୍ଡ ଥାଏ । ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଉର୍ସାଲିକ୍  ଏସିଡ୍ ପ୍ରୋଷ୍ଟେଟ୍ କର୍କଟ କୋଷକୁ ବୃଦ୍ଧି କରିବାରେ ରୋକ୍ ଲଗାଇଥାଏ। 


କଖାରୁ ମଞ୍ଜି (Pumpkin Seeds)
କଖାରୁ ମଞ୍ଜିରେ ପର୍ଯ୍ୟାପ୍ତ ପରିମାଣର ଜିଙ୍କ ଏବଂ ଓମେଗା -3 ଫ୍ୟାଟି ଏସିଡ୍ ଥାଏ । ଏହା ପୁରୁଷ ମାନଙ୍କର ଯୌନ ହରମୋନ୍ ସ୍ତରକୁ ଉତ୍ସାହିତ କରିବାରେ ସାହାଯ୍ୟ କରିଥାଏ ଏବଂ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ଆପଣଙ୍କ ସାଥୀଙ୍କ ଯୌନ ଶକ୍ତିକୁ ବୃଦ୍ଧି କରିଥାଏ। 


କଦଳୀ (Banana)
କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ୍ ଥାଏ ଯାହା ରକ୍ତ ପ୍ରବାହକୁ ପ୍ରୋତ୍ସାହିତ କରିଥାଏ । ପବ୍ ମେଡ୍ ସେଣ୍ଟ୍ରାଲ୍ ଅନୁଯାୟୀ, ଏହି ଫଳରେ ଥିବା ଭିଟାମିନ୍ ବି ଆପଣଙ୍କ ଶକ୍ତିକୁ ଦ୍ୱି-ଗୁଣ କରିଥାଏ। ଆପଣଙ୍କ ସାଥୀ ଶଯ୍ୟାରେ ଅଧିକ ସମୟ ଧରି ପରିଶ୍ରମ କରିପାରିବେ। ଏହା ଟେଷ୍ଟୋଷ୍ଟେରନର ସ୍ତରକୁ ମଧ୍ୟ ବଢାଇଥାଏ। 


ଡାର୍କ ଚକୋଲେଟ (Dark Chocolate) 
ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଖାଦ୍ୟ ସ୍ତର ବୃଦ୍ଧି ପାଇଥାଏ। ଇରେକ୍ଟାଇଲ୍ ଡିସଙ୍କସନ ପାଇଁ ଚାପ ସବୁଠାରୁ ବଡ କାରଣ ହୋଇପାରେ। ଡାର୍କ ଚକୋଲେଟରେ ସେରୋଟୋନିନ୍ ଏବଂ ଫେନେଥାଇଲାମାଇନ୍ ଥାଏ ଯାହାକି ଆପଣଙ୍କର ଯୌନ ଉତ୍ତେଜନାକୁ ବୃଦ୍ଧି କରିଥାଏ। 


Also Read:  Physical Relation Tips: ବିନା ସମ୍ବନ୍ଧରେ ବି ମହିଳାଙ୍କ ଯୌନାଙ୍ଗରେ ହେଉଛି ଯନ୍ତ୍ରଣା, ଜାଣନ୍ତୁ କେଉଁ ରୋଗର ଲକ୍ଷଣ


Also Read: Health Tips: ଦମ୍ପତିଙ୍କ ମଧ୍ୟରେ କମୁଛି ଶାରୀରିକ ସମ୍ବନ୍ଧର ଦୂରତା, ଜାଣନ୍ତୁ କାରଣ କଣ?