Summer Beverages: ଆଗକୁ ଆସୁଛି ଖରାଦିନ। ଦିନକୁ ଦିନ ତାତି ବଢିବା ସହ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ତେବେ ଦୋକାନରେ ମିଳୁଥିବା ମୃଦୁ ପାନୀୟ ସ୍ୱାସ୍ଥ୍ୟ ପକ୍ଷେ କେତେ ଯେ ହାନିକାରକ ଏହା ସମସ୍ତେ ଜାଣନ୍ତି। ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଥଣ୍ଡା ପାନୀୟ ବିଷୟରେ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ପିଇବା ଦ୍ୱାରା ଗରମରୁ ମଧ୍ୟ ଆରାମ ମିଳିଥାଏ।


COMMERCIAL BREAK
SCROLL TO CONTINUE READING

ବେଲ ପଣା


ବେଲ ପଣାରେ ବହୁତ ଔଷଧୀୟ ଗୁଣ ରହିଥାଏ। ଗରମରୁ ରକ୍ଷା କରିବା ସହ ଏହି ପଣା ପିଇଲେ ପେଟ ରୋଗରୁ ମୁକ୍ତି ମିଳିଥାଏ। ଭାରତର ପ୍ରାୟ ସମସ୍ତ ସ୍ଥାନରେ ବେଲ ଗଛ ଦେଖାଯାଏ।


ଆମ୍ବ ପଣା


ପାଚିଲା ଆମ୍ବ ସହ ଜିରା ଗୁଣ୍ଡ ଓ ପୁଦିନା ପତ୍ର ମିଶାଇ ପ୍ରସ୍ତୁତ ଏହି ପାନୀୟ ମହାରାଷ୍ଟ୍ରରେ ବହୁତ ପ୍ରସିଦ୍ଧ। ତେବେ ଖରାରୁ ରକ୍ଷା କରିବା ସହ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।


ଖଟା ମିଠା ଜଲଜିରା


ଜିରା ଗୁଣ୍ଡ ସହ ପାଣିର ମିଶ୍ରଣରେ ଜଲଜିରା ପ୍ରସ୍ତୁତ କରାଯାଇଥାଏ। ତେବେ ଖରା ଦିନେ ହେଉଥିବା ବଦ୍‌ ହଜମ ରୋଗରୁ ଏହା ମୁକ୍ତି କରିବା ସହ ପେଟ ଥଣ୍ଡା ରଖିଥାଏ।


ଆଖୁ ରସ


ଆଖୁ ରସକୁ ଅନେକ ସମସ୍ୟାର ପ୍ରାକୃତିକ ଉପଚାର ଭାବରେ ବ୍ୟବହାର କରାଯାଏ । ଏହା ଶରୀରରେ ପ୍ଲାଜମା ତିଆରି କରିବାରେ ସହାୟକ ହୋଇଥାଏ। ତେବେ ଖରାଦିନେ ଏହା ଶରୀରକୁ ହାଇଡ୍ରେଟେଡ ରଖିବା ସହ ଶରୀରକୁ ସତେଜ ରଖିଥାଏ।


ଦହି ଲସି


ଖରା ଦିନ ଆସିଲେ ଲସିକୁ ବା କିଏ ଭୁଲେ। ଦହି ମିଶ୍ରିତ ଏହି ଥଣ୍ଡା ପାନୀୟ ଭାରତର ସମସ୍ତ ସ୍ଥାନରେ ଲୋକଙ୍କର ଭାରି ପ୍ରିୟ। ଆପଣଙ୍କ ମନ ଅନୁଯାୟୀ ଏଥିରେ ବିଭିନ୍ନ ପ୍ରକାର ଡ୍ରାଏ ଫୁଡ଼ସ୍ ପକାଇ ଆପଣ ଏହାର ମଜା ନେଇ ପାରିବେ।