Migraine Treatment: ମାଇଗ୍ରେନ ଏକ ଜଟିଳ ସମସ୍ୟା । ଆଉ ଦୁନିଆରେ ପାଖାପାଖି ୧୫ ପ୍ରତିଶତ ଲୋକ ମାଇଗ୍ରେନ ପରି ରୋଗରେ ପୀଡିତ। ମାଇଗ୍ରେନ ଏକ ମୁଣ୍ଡବିନ୍ଧା ରୋଗରେ ଯାଏନି ବରଂ ଏହା ଏକ ଗମ୍ଭୀର ନ୍ୟୁରୋଲୋଜିକାଲ କଣ୍ଡିସନ ଅଧିନରେ ଆସିଥାଏ। ମାଇଗ୍ରେନ ମସ୍ତିଷ୍କର କେବଳ ଗୋଟିଏ ଭାଗରେ ଭୀଷଣ ବିନ୍ଧା ହୋଇଥାଏ ଯାହା ଅସହ୍ୟ ହୋଇପଡିଥାଏ। ମାଇଗ୍ରେନ ସାଧାରଣ ମୁଣ୍ଡବିନ୍ଧା ଅନେକ ଗୁଣରୁ ଅଧିକ ହୋଇଥାଏ। ମାଇଗ୍ରେନରେ ବ୍ରେନର କିଛି ଖାସ ଭାଗ ହାଇପର ଆକ୍ଟିଭ ହୋଇଯାଇଥାଏ ଯାହା ଫଳରେ ଅସହ୍ୟ ବିନ୍ଧା ହୋଇଥାଏ। ପୀଡିତକୁ ଚିଡଚିଡା, ନିଦ୍ରାହୀନତା ପରି ଲକ୍ଷଣ ଦେଖାଦେଇଥାଏ। 


COMMERCIAL BREAK
SCROLL TO CONTINUE READING

ମାଇଗ୍ରେନର ପ୍ରାଥମିକ ଲକ୍ଷଣ ହେଲା ମୁଣ୍ଡ ବା ମସ୍ତିଷ୍କ ର ଗୋଟିଏ ଭାଗ ବା କିଛି ସ୍ଥାନରେ ଭୀଷଣ ବିନ୍ଧା ହେବା। ସେମିତିରେ ଦେଖିବାକୁ ଗଲେ ମାଇଗ୍ରେନର ଲକ୍ଷଣ ସମସ୍ତଙ୍କ କ୍ଷେତ୍ରରେ ଅଲଗା ହୋଇଥାଏ ତେଣୁ ଏହାକୁ ବୁଝିବା କିଛି ମାତ୍ରାରେ କଷ୍ଟସାଧ୍ୟ ହୋଇଥାଏ। ଏହି ଭୀଷଣ ଯନ୍ତ୍ରଣା କାରଣରୁ ଅନେକ ଦୈନନ୍ଦିନ କାର୍ଯ୍ୟ୍ ଉପରେ କୁପ୍ରଭାବ ପକାଇଥାଏ। ଶବ୍ଦ, ଆଲୋକ ଏସବୁରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି ମାଇଗ୍ରେନରେ ପୀଡିତ ଲୋକ(Migraine Treatment)। ମାଇଗ୍ରେନରେ କିଛି ଲୋକ ବାନ୍ତି ସହ ଦୃଷ୍ଟି ଶକ୍ତିରେ ମଧ୍ୟ ଫରକ ଦେଖାଇଥାଏ । ମାଇଗ୍ରେନ ଆଟାକ୍ ସପ୍ତାହରେ ଥମେ କିମ୍ବା ମାସକୁ ଥରେ ଦୁଇଥର ହୋଇପାରେ। ଏହାସହ ଏହା ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ଦେଇପାରେ। ତେବେ ଆସନ୍ତୁ ଜାଣିବା-: ମାଇଗ୍ରେନକୁ କେମିତି ନିଜ ଜୀବନରୁ ଦୂରେଇ ରଖିବେ...


ମାଇଗ୍ରେନ୍ ବାରମ୍ବାର ଆଟାକ୍ (Migraine Episode) ସୃଷ୍ଟି କରିପାରେ, ମୁଣ୍ଡବିନ୍ଧାକୁ ଅକ୍ଷମ ବା ଅସହ୍ୟ କରିଥାଏ, ଯାହା ଜୀବନର ପ୍ରତ୍ୟେକ ଦିଗ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ  ଏହା ଚାକିରି, ପରିବାର କିମ୍ବା ସାମାଜିକ କାର୍ଯ୍ୟକଳାପ ହେଉନା କାହିଁକି । ଏମିତି ମାଇଗ୍ରେନ ଥିବା ବ୍ୟକ୍ତି ନିଜେ ଶୋଇବା ମଧ୍ୟ ଭୁଲିଯାଏ। ତେବେ ମାଇଗ୍ରେନକୁ ନେଇ ଚିକିତ୍ସାରେ ମଧ୍ୟ ଉନ୍ନତମାନର ପଦ୍ଧତି ଆସିଲାଣି। ପୂର୍ବରୁ ମାଇଗ୍ରେନ ପାଇଁ କୌଣସି ଚିକିତ୍ସା ନାହିଁ ବୋଲି କୁହାଯାଇଥିବାରୁ ଅନେକ ଲୋକ ଚୁପଚାପ୍ ମାଇଗ୍ରେନ୍ରର ଶିକାର ହୋଇ କଷ୍ଟ ଭୋଗିଥାନ୍ତି ହେଲେ ଏହା ସତ ନୁହେଁ।


କାରଣ  ମାଇଗ୍ରେନ୍ ପାଇଁ ଉତ୍କୃଷ୍ଟ ଏବଂ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ |
ଅଧିକ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ: 



 


1. ତୀବ୍ର ମୁଣ୍ଡବିନ୍ଧା ଆଟାକ୍ ପାଇଁ ଚିକିତ୍ସା ବିକଳ୍ପ
2. ମୁଣ୍ଡବିନ୍ଧାର ପୁନରାବୃତ୍ତି ହ୍ରାସ କରିବାକୁ ଉପଲବ୍ଧ ଚିକିତ୍ସା ବିକଳ୍ପ
3. ମାଇଗ୍ରେନ୍ ଚିକିତ୍ସାର ନୂତନ ବିକଳ୍ପ


Also Read: କେରଳରୁ ଆସିଲା ଭୟଙ୍କର ଖବର, ବ୍ରେନ୍ କୁ ଖିନଭିନ କରି ଖାଇଦେଲା Amoeba