Rajyog 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ଜୁଲାଇରେ ବହୁ ଗ୍ରହ ସେମାନଙ୍କର ଗତିବିଧି ବା ରାଶି ପରିବର୍ତ୍ତନ କରିବେ। ଆସନ୍ତା ମାସ ଜୁଲାଇରେ ସୂର୍ଯ୍ୟ, ମଙ୍ଗଳଙ୍କ  ସଂଯୋଗ ହେତୁ ଆଦିତ୍ୟ ମଙ୍ଗଳ ରାଜଯୋଗ (Rajyog) ଜୁଲାଇ ୯ରେ ଗଠନ ହେବାକୁ ଯାଉଛି । ଏହାସହ ଚନ୍ଦ୍ର ଓ ବୃହସ୍ପତିଙ୍କ ମିଳନ ହେତୁ ଆୟୁଷ୍ମାନ ରାଜଯୋଗ ଗଠନ ହେବ । ଏହି ଦୁଇ ରାଜଯୋଗ ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ, ଏହି ଦୁଇଟି ରାଜଯୋଗ କାରଣରୁ ତିନୋଟି ରାଶିର ଲୋକଙ୍କୁ ଶୁଭଫଳ ପ୍ରାପ୍ତ ହେବ। ଏହି ତିନି ରାଶିର ବ୍ୟକ୍ତି ବିଶେଷଙ୍କ ଦାମ୍ପତ୍ୟ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଏହି ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ପ୍ରେମ ଜୀବନରେ ଉନ୍ନତି ଆସିବ । ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ତିନି ରାଶିଙ୍କ ବିଷୟରେ..


COMMERCIAL BREAK
SCROLL TO CONTINUE READING

ଧନବାନ୍ ହେବେ ଏହି ତିନି ରାଶି:


ମେଷ:  ଆସନ୍ତା ମାସ ଏହି ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଦିର୍ଘ ଦିନର ଆଶା ପୂରଣ ହେବ। ବିଶେଷକରି କ୍ୟାରିୟରରେ ଆପଣଙ୍କୁ ବିଶେଷ ସଫଳତା ମିଳିବ। ନୂଆ ଚାକିରି ଅଫର ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ କିମ୍ବା ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଭଲ ରହିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି ।   


ବୃଷ: ଆଦିତ୍ୟ ମଙ୍ଗଳ ରାଜଯୋଗ ଓ ଆୟୁଷ୍ମାନ ରାଜଯୋଗ କାରଣରୁ ଜୁଲାଇ ମାସରେ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବ।  ଏ-ହି ଅବଧି ମଧ୍ୟରେ ଆପଣ ଏକ ନୂଆ ଗାଡି଼ କିମ୍ବା ସମ୍ପତ୍ତି କିଣିପାରନ୍ତି। ବ୍ୟବସାୟରୁ ଅଧିକ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା  କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ।


ମକର: ଜୁଲାଇରେ ରାଜଯୋଗ ପଡୁଥିବାରୁ ମକର ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ସହ ଲାଭ ମିଳିବ । ଏହି ରାଶିର ଲୋକଙ୍କ ଆୟ ବୃଦ୍ଧି ପାଇବ ।  ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । ପୁରୁଣା ମନୋମାଳିନ୍ୟ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଖାସ୍ ରହିବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)