Ruchak Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଚଳିତ ମାସ ୩୧ ତାରିଖରେ ମଙ୍ଗଳ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ବୁଧ ବିରାଜମାନ। ଗୋଟିଏ ରାଶିରେ ମଙ୍ଗଳ-ବୁଧଙ୍କ ମିଳନ ରୁଚକ ଯୋଗ ସୃଷ୍ଟି କରୁଛି । ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର କୁହାଯାଉଥିବା ବେଳେ ମଙ୍ଗଳଙ୍କୁ (Mangal)ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସର କାରକ ବୋଲି ବିବେଚନା କରାଯାଏ।  ଏହି ରୁଚକ ଯୋଗ (Ruchak Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟିକରିବ। ତେବେ, ଆସନ୍ତୁ ଜାଣିବା କେଉଁ ରୁଚକ ଯୋଗ କେଉଁ ରାଶିଙ୍କ ଭାଗ୍ୟ ଫିଟାଇବାକୁ ଯାଉଛି। ଏହି ରୁଚକ ଯୋଗର ପ୍ରଭାବ ଯୋଗୁଁ କିଛି ରାଶି ଜୁଲାଇ ୧୨ ପର୍ଯ୍ୟନ୍ତ ଧନୀ ହେବେ। 


COMMERCIAL BREAK
SCROLL TO CONTINUE READING

ALSO READ: Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!


ଧନବାନ୍ ହେବେ ଏହି ସବୁ ରାଶି:


ମେଷ: ରୁଚକ ଯୋଗ ଏହି ରାଶିର ଭାଗ୍ୟ ଫିଟାଇବ। ବିଶେଷକରି,  ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଏବଂ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଧନଲାଭର ଯୋଗ ମଧ୍ୟ ରହିଛି


ବୃଷ: ଏହି ରାଶିଙ୍କ ଭାଗ୍ୟ ଚମକାଇବ ରୁଚକ ଯୋଗ। କର୍ମକ୍ଷେତ୍ରରେ ଚାକିରିରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରିବେ। କର୍ମ କ୍ଷେତ୍ରରେ ଅଧିକ ଉତ୍ସାହିତ ରହିବେ। କିଛି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବେ। ବିଶେଷ କରି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ ବକେୟା ଥିବା ଟଙ୍କା ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜ ଜୀବନ ସାଥୀଙ୍କ ସହ ଡେଟ୍ ରେ ଯାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ। ଏବଂ ଦାମ୍ପତ୍ୟ ଜୀବନ ବି ଭଲ ରହିବ। 


ମିଥୁନ: ରୁଚକ ଯୋଗ ମିଥୁନ ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଖାସ୍ କରି, ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ  ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ଅବଧି ମଧ୍ୟରେ କୌଣସି ନୂତନ ଡିଲ୍ ଫାଇନାଲ୍ କରିପାରନ୍ତି। ଯାହା ଆପଣଙ୍କୁ ଅଧିକ ଲାଭ ଦେବ। ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରୁଣା ରୋଗକୁ ମୁକ୍ତି ପାଇବେ। ଆପଣଙ୍କ ଆୟ ବୃଦ୍ଧି ପାଇବ। କଠିନ ପରିଶ୍ରମର ଫଳ ପାଇବେ। କିନ୍ତୁ ଶାରୀରିକ ସମସ୍ୟା ଦେଖାଦେବ। ଯେଉଁଥି ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।


ମୀନ:  ଏହି ରାଶିଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ, ଅଧା ରହିଥିବା କାର୍ଯ୍ୟ ପୂରା ହେବ।  କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ସଫଳତା ମିଳିବ। ଯେଉଁମାନେ ବିବାହ କରିନାହାଁନ୍ତି ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଅର୍ଥନୈତିକ ସ୍ଥିତି  ପୂର୍ବ ଅପେକ୍ଷା ଭଲ ରହିବ। ଏବଂ ଲାଭର ନୂତନ ଉତ୍ସ ସୃଷ୍ଟି ହୋଇପାରେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)