Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!

Written ByNarmada BeheraEdited By:Narmada Behera
Published: May 20, 2024, 01:34 PM IST|Updated: May 20, 2024, 01:34 PM IST

Shani Jayanti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ଦିନରେ ଶନି ମହାରାଜଙ୍କୁ ପୂଜା କରାଯାଏ। ଏହି ଦିନ ଶନିଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଏବଂ ବାଧାବିଘ୍ନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ଶନି ଜୟନ୍ତୀ ଜୁନ୍ ୬ ତାରିଖରେ ପାଳନ କରାଯିବ। କିନ୍ତୁ ଚଳିତ ଥର ଶନି ଜୟନ୍ତୀରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ବୃଷ ରାଶିରେ ବୁଧ, ସୂର୍ଯ୍ୟ, ବୃହସ୍ପତି, ଶୁକ୍ର ଏବଂ ଚନ୍ଦ୍ର ଚଳନ କରିବେ। ଗୋଟିଏ ରାଶିରେ ୫ ଗ୍ରହଙ୍କ ମହା ମିଳନ ପଞ୍ଚଗ୍ରାହୀ ଯୋଗ ସୃଷ୍ଟି କରିବ। ଏହା ବ୍ୟତିତ  ବୁଦ୍ଧଦିତ୍ୟ ଯୋଗ, ଶୁକ୍ରଦିତ୍ୟ ଯୋଗ, ଗଜଲକ୍ଷ୍ମୀ ଯୋଗ ମଧ୍ୟ ଗଠନ ହେବ। । ଯାହାକି କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ....