Budh Margi 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ,(Budh Margi 2024) ବୁଧଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ। ବୁଧଙ୍କୁ ବୁଦ୍ଧି ଓ ବାଣୀର ଦେବତା ବୋଲି କୁହାଯାଏ । ତେବେ, ଏହି କ୍ରମରେ ବୁଧ ବର୍ତ୍ତମାନ ଧନୁ ରାଶିରେ ଥିବା ବେଳେ ଡିସେମ୍ବର ୧୩ରେ ବିଛା ରାଶିକୁ ଚଳନ କରିବେ। ବୁଧ ଏହି ରାଶିରେ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ତେବେ, ବୁଧଙ୍କ ଏହି ମାର୍ଗି ହେବା ବା ଚଳନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ।  ତେବେ ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।


COMMERCIAL BREAK
SCROLL TO CONTINUE READING

ALSO READ:  Gajalakshmi Raja Yoga 2024: ବୃହସ୍ପତିଙ୍କ କୃପାରୁ ଧନବାନ୍ ହେବେ ଏହି ୪ ରାଶି


ମାଲେମାଲ୍ ହେବେ ଏହି ସବୁ ରାଶି:


କନ୍ୟା: ବୁଧ ବିଛା ରାଶିକୁ ଚଳନ କଲେ ଏହି ରାଶିର ଲୋକେ ଶୁଭଫଳ ପାଇବେ। ଏହି ଅବଧି ମଧ୍ୟରେ ଆକସ୍ମିକ ଧନଲାଭର ଯୋଗ ରହିଛି। କ୍ୟାରିୟର ଓ ବ୍ୟବସାୟରେ ବିପୁଳ ସଫଳତା ହାସଲ କରିବେ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଆପଣ କରିଥିବା କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ପ୍ରଶଂସା କରିବକ ସ୍ଥିତି ମଜବୁତ୍ ହେବା ସହ ଆୟର ଉତ୍ସ ବଢିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ବୈବାହିତ ଜୀବନ ସୁଖମୟ ହେବ।  ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । 


ମକର: ବୁଧଙ୍କ ରାଶି ପରିବର୍ତ୍ତନ ମକର ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ୨୦୨୪, ମାର୍ଚ୍ଚ ମାସ ଏହି ଲୋକଙ୍କ ପାଇଁ ବରଦାନ ପାଲଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ଚାକିରି କରୁଥିଲେ ପଦୋନ୍ନତିର ଯୋଗ ରହିଛି। ଏପରିକି ନୂତନ ନିଯୁକ୍ତି ଅଫର ବି ଆପଣ ପାଇ ପାରନ୍ତି।  କାରବାର ପାଇଁ ସମୟ ଶୁଭ ରହିଛି । ଆପଣ ବିନିଯୋଗରୁ ଲାଭବାନ ହେବେ । ବ୍ୟବସାୟରେ ଅଗ୍ରଗତି ହେବାର ସମ୍ଭାବନା ରହିଛି।


ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି , ସେମାନେ ଏହି ସମୟରେ ନୂତନ ଚାକିରି ଅଫର ବି ପାଇ ପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)