Tuesday Tips: ହିନ୍ଦୁ ଧର୍ମରେ ମଙ୍ଗଳ ଗ୍ରହ ପାଇଁ ମଙ୍ଗଳବାର ଉତ୍ସର୍ଗ କରାଯାଇଛି। ଏହା ବ୍ୟତୀତ ସପ୍ତାହର ଏହି ଦିନ ସଙ୍କଟ ମୋଚନ ପ୍ରଭୁ ଶ୍ରୀ ହନୁମାନଙ୍କୁ ମଧ୍ୟ ଉତ୍ସର୍ଗ କରାଯାଇଛି । ତେବେ  ଦୀର୍ଘ ଦିନ ଧରି ଯେଉଁ ମାନେ ନିଜ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଛି। ସମସ୍ୟାରେ ଜଡିତ ହେତୁ ଆମର ଶକ୍ତି ଓ ମନୋବଳ ଦିନକୁ ଦିନ ହ୍ରାସ ପାଇଥାଏ । ଏଭଳି ପରିସ୍ଥିତିରେ ବିଶ୍ୱାସ କରାଯାଏ ଯେ ଏହି ଦିନ ଯଦି ସଙ୍କୋଟ ମୋଚନ ତଥା ତ୍ରାଣକର୍ତ୍ତା ଶ୍ରୀ ହନୁମାନଙ୍କୁ ପ୍ରକୃତ ହୃଦୟରେ ପୂଜା କରାଯାଏ, ତେବେ ସେ ଶୀଘ୍ର ଖୁସି ହୁଅନ୍ତି ଏବଂ ତାଙ୍କ ଭକ୍ତଙ୍କ ଅସୁବିଧା ଦୂର କରନ୍ତି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଦିନ କରନ୍ତୁ ଏହି ୬ଟି ଉପାୟ
ମଙ୍ଗଳବାର ଦିନ (Tuesday Tips) ସକାଳୁ ସକାଳୁ ଭଲଭାବେ ଗାଧୋଇ ପରିସ୍କାର ପରିଚ୍ଛନ ହୋଇ ନିକଟସ୍ଥ ରାମ ମନ୍ଦିରକୁ ଯିବା ଉଚିତ୍ । ଏହା ପରେ ପୱନ ସୂତ ଶ୍ରୀ ହନୁମାନଙ୍କ ମୁଣ୍ଡରୁ ଡାହାଣ ହାତର ଆଙ୍ଗୁଠି ସାହାଯ୍ୟରେ ସିନ୍ଦୁର ନେଇ ମାତା ସୀତାଙ୍କ ପାଦରେ ଅର୍ପଣ କରିବା ଉଚିତ୍ । ଏହା କରିବା ଦ୍ୱାରା ବିଶ୍ୱାସ ରହିଛି ଯେ, ସବୁ ମନୋସ୍କାମନା ପୂରଣ ହେବ। ମଙ୍ଗଳବାର କିମ୍ବା ଶନିବାର ଦିନ, ନିଜ ଘର କିମ୍ବା ଦୋକାନ ସାମ୍ନାରେ ଗୋଟିଏ ସୂତୁଲିରେ ୪ଟି କଞ୍ଚାଲଙ୍କା ସୂତୁଲିର ତଳେ ଓ ଉପରେ ତିନୋଟି ଲଙ୍କା ସହ ଲେମ୍ବୁ ଗୁନ୍ଥି ଟାଙ୍ଗିଦିଅନ୍ତୁ। କୁହାଯାଏ ଯେ, ଏମିତି କରିବା ଦ୍ୱାରା ଖରାପ ନଜର ହଟିଯାଏ। 


ଏହି ଦିନ ହନୁମାନ ମନ୍ଦିରକୁ (Hanuman Temple) ଯିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ହାତରେ ଏକ ନଡ଼ିଆ ନେଇ ନିଜ ମୁଣ୍ଡ ପଟେ ଏହାକୁ ୭ ଥର ବୁଲାନ୍ତୁ ଏବଂ ତା’ପରେ ସେହି ନଡ଼ିଆକୁ ହନୁମାନଙ୍କୁ ସୁମରଣା କରି ସାମ୍ନାରେ ଭାଙ୍ଗିଦିଅନ୍ତୁ । ଏହା କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଯାଏ ବୋଲି ବିଶ୍ୱାସ କରାଯାଏ। ଏହି ଦିନ, ପ୍ରଭୁ ସଙ୍କଟ ମୋଚନଙ୍କ ପାଦରେ ଏକ ତୂଳସୀ ପତ୍ରରେ ସିନ୍ଦୂରରେ ଶ୍ରୀରାମ ଲେଖି ପ୍ରଭୁ ହନୁମାନଙ୍କ ପାଦ ତଳେ ସମର୍ପଣ କରନ୍ତୁ । ଏହି ପ୍ରତିକାର ସହିତ ବଜରଙ୍ଗବଲୀ (Bajrangbali) ଶୀଘ୍ର ଖୁସି ହୁଅନ୍ତି ଏବଂ ଭକ୍ତଙ୍କ ସମସ୍ତ ଅସୁବିଧା ଦୂର କରନ୍ତି 


ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ବୁନ୍ଦି ଲଡୁ ଅର୍ପଣ କରିଲେ ପ୍ରଭୁ ଖୁସି ହୁଅନ୍ତି ବୋଲି ବିଶ୍ୱାସ ରହିଛି। ମଙ୍ଗଳବାର ଦିନ ବଜରଙ୍ଗବାଲିକୁ ୧୧ଟି ଅଶ୍ୱସ୍ତ ପତ୍ର ପ୍ରଦାନ କରନ୍ତୁ। ହେଲେ ଏହି ସମୟରେ, ମନେରଖନ୍ତୁ ଯେ ଗୋଟିଏ ପତ୍ର ମଧ୍ୟ ଭାଙ୍ଗିବା ଉଚିତ୍ ନୁହେଁ । ଏହି ପତ୍ରଗୁଡ଼ିକର ଏକ ଫୁଲ ତିଆରି କରି ହନୁମାନଜୀଙ୍କୁ ପାଦତଳେ ଅର୍ପଣ କରନ୍ତୁ। ଆପଣ ଏଥିରୁ ଆର୍ଥିକ ଲାଭ (Financial Issue)  ପାଇବା ସହ କ୍ୟାରିୟରରେ ମଧ୍ୟ ସଫଳତା ପାଇପାରିବେ। 


(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)


Also Read: Sri Jagannath Temple: ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳା, ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ ୧୦ ଅଜଣା ବିଷୟ


Also Read: Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼