Lakshmi Narayan Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଚଳିତ ମାସ (ଜୁଲାଇ ) ଦ୍ବିତୀୟ ସପ୍ତାହରେ ଏକାଧିକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫଳରେ ଏକାଧିକ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । କନ୍ୟା ରାଶିରେ ଗଜକେଶରୀ ରାଜଯୋଗ, ତ୍ରିଲୋକନ ,ଶଶ ରାଜଯୋଗ, ମାଲଭିୟ ରାଜଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ। ଏହି ସଂଯୋଗ ବା ରାଜଯୋଗର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ । ତେବେ ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଏହି ସବୁ ରାଜଯୋଗ କେଉଁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ALSO READ: Sun Venus Transit 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ!


ଧନବାନ୍ ହେବେ ଏହି ସବୁ ରାଶି:


ମେଷ:  ଜୁଲାଇ ମାସର ଦ୍ବିତୀୟ ସପ୍ତାହରେ ୫ ରାଜଯୋଗ ସୃଷ୍ଟି ହେଉଥିବା କାରଣରୁ ଏହି ରାଶିଙ୍କ ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିପାରେ। ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇବ। ବିଦେଶର ଭ୍ରମଣରେ ଯାଇପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ଭରିବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 


ସିଂହ: ରାଜଯୋଗର ପ୍ରଭାବ ମଧ୍ୟ ଏହି ରାଶି ଉପରେ ରହିବ।  ଖାସ୍ କରି,  କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିବ। ବ୍ୟବସାୟରେ ବିପୁଳ ଲାଭ ନେଇ ସମ୍ଭାବନା ରହିଛି। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।


କନ୍ୟା:  ବିଶେଷ କରି ୫ ରାଜଯୋଗ ମଧ୍ୟରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଏହି ରାଶିର ଭାଗ୍ୟ ଫିଟିବାକୁ ଯାଉଛି। ଆକସ୍ମିକ ଧନଲାଭର ଯୋଗ ରହିଛି।  ଆର୍ଥିକ୍ ସମସ୍ୟା ଦୂର ହେବା ସହ ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆୟ ବୃଦ୍ଧି ହେବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ। ନଚେତ କ୍ଷତି ସହିବେ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।


ତୁଳା : ତୁଳା ରାଶି ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ । ଶାସ୍ତ୍ର ଅନୁଯାୟୀ, ଏହି ରାଜଯୋଗ ତୁଳା ରାଶିର କର୍ମ ଗୃହରେ ଗଠିତ ହେବାକୁ ଯାଉଛି । ଫଳରେ ଏହି ସମୟ ମଧ୍ଯରେ ସୁସମ୍ବାଦ ମିଳିବ । ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି ।  ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ଏହି ରାଜଯୋଗ ଫଳରେ କ୍ୟାରିୟରରେ ସଫଳତା ମିଳିବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)