Mahashivratri 2024 Zodiac Sign: ଜ୍ୟୋତିଶ ଶାସ୍ତ୍ରରେ ମହାଶିବରାତ୍ରୀର ମହତ୍ବ ବେଶ୍ ଅଧିକ ରହିଛି।  ପ୍ରତ୍ୟକ ବର୍ଷ ଫାଲଗୁଣ ମାସ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ  ଶିବରାତ୍ରୀ ପାଳନ କରାଯାଏ। ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୮, ୨୦୨୪ରେ ପାଳନ କରାଯିବ। ତେବେ, ଏହି ମହାଶିବରାତ୍ରୀ ଦିନ ଦିର୍ଘ ୩୦୦ ବର୍ଷ ପରେ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଖାସ୍ କରି, ଶିବରାତ୍ରୀ ଦିନ ସିଦ୍ଧ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଶିବ ଯୋଗ ଓ ଶ୍ରବଣ ନକ୍ଷତ୍ର ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହା ସହିତ ଏହି ଦିନ ମାସିକ ଶିବରାତ୍ରୀ ଓ ପ୍ରଦୋଷ ବ୍ରତର ସଂଯୋଗ ମଧ୍ୟ ସୃଷ୍ଟି ହେବ । ତେବେ,ଏହି ଦୁର୍ଲଭ ସଂଯୋଗ କାରଣରୁ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ଅର୍ଥପ୍ରାପ୍ତର ଯୋଗ ମଧ୍ୟ ରହିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Shani Shukra Yuti 2024: ଧନ ବର୍ଷା କରିବେ ଶନି-ଶୁକ୍ର, ଏହି ତିନି ପାଇଁ ଆଜିଠୁ ଆରମ୍ଭ ହେଲା ଶୁଭଦିନ


ମହାଶିବରାତ୍ରୀରେ ଫିଟିବ ଏହି ସବୁ ରାଶିଙ୍କର ଭାଗ୍ୟ:


ମେଷ ରାଶି:  ମହାଶିବରାତ୍ରୀରେ ପଡୁଥିବା ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଶିବଙ୍କ ଆର୍ଶିବାଦରୁ ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ପୂରା ହେବ। ଯେଉଁମାନେ ବ୍ୟବସାୟ କରୁଛନ୍ତି । ସେମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ବିଶେଷ କରି ଛାତ୍ରଛାତ୍ରୀମାନେ ଏହି ସମୟରେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ନିଜ ସନ୍ତାନମାନଙ୍କ ଠାରୁ କିଛି ଭଲ ଖବର ପାଇ ପାରନ୍ତି। 


ବୃଷ ରାଶି: ଶିବରାତ୍ରୀ ଦିନ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନେ ସାମାଜିକ କାର୍ଯ୍ୟରେ ଜଡି଼ତ ସେମାନଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିତ ଜୀବନ ସୁଖମୟ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।


ମକର ରାଶି :  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମହାଶିବରାତ୍ରୀ ବେଶ୍ ଖାସ୍ ହେବାକୁ ଯାଉଛି। ପ୍ରେମ ଜୀବନରେ ମଧୁରତା ବଢିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଅଫର ମିଳିବ। କାର୍ଯ୍ୟାଳୟର ପ୍ରମୋସନ ହେବାର ମଧ୍ୟ ସମ୍ଭାବନା ରହିଛି। ଆୟ ବଢିବା ସହ ବ୍ୟବସାୟରେ ଲାଭ ହେବ। ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି଼ - ଜମି କିଣିବାର ସ୍ୱପ୍ନ ପୂରଣ ହେବ ।  


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)