Mars Transit Creates Ruchak Rajayoga In May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଓ ସାହାସର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ମେ ୩୧ ତାରିଖ ସକାଳ ୬ଟା ୪୫ ମିନିଟ୍ ସମୟରେ ବୃଷ ରାଶି ଛାଡି଼ ମୀନ ରାଶିକୁ ଚଳନ କରିବେ ମଙ୍ଗଳ। ଯେଉଁ ରାଶିରେ କି ପୂର୍ବରୁ ଛାୟାଗ୍ରହ କେତୁ ବିରାଜମାନ ଅଛନ୍ତି। ଗୋଟିଏ ଗ୍ରହରେ ମଙ୍ଗଳ-କେତୁଙ୍କ ମିଳନ ରୁଚକ୍ ରାଜଯୋଗ ସୃଷ୍ଟି କରୁଛି। ଏହାର ପ୍ରଭାବ ରାଶି ଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡି଼ବ । କେତେକ ରାଶିଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ ତ ଆଉ କେତେକ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ରୁଚକ ରାଜଯୋଗ ଶୁଭଫଳ ପ୍ରଦାନ କରିବ।


COMMERCIAL BREAK
SCROLL TO CONTINUE READING

ALSO READ: Chaturgrahi Yog 2024: ଚତୁଃଗ୍ରାହୀ ଯୋଗ ଆଣୁଛି ଶୁଭବେଳା, ଆସନ୍ତମାସରୁ ଏହି ସବୁ ରାଶି ହେବେ କୋଟିପତି!


ALSO READ: Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?


ଭାଗ୍ୟବାନ୍ ହେବେ ଏହି ସବୁ ରାଶି:


ମେଷ: ରୁଚକ ରାଜଯୋଗ ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଖବର ମିଳିପାରେ। ଚାକିରିଆମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ଦରମା ବୃଦ୍ଧି ହେବା ସହ ଆୟ ବଢିବ।  ବେକାରୀମାନେ ଚାକିରି ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ନିଜ ପରିବାର ବର୍ଗଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବା। ନୂଆ ଗାଡି଼ କିମ୍ବା ଜମି କିଣିପାରନ୍ତି।


ବୃଷ : ରୁଚକ ରାଜଯୋଗ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ । ଖାସ୍ କରି,  ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କୁ ଦ୍ବି ଗୁଣିତ ଲାଭ ପ୍ରଦାନ କରିବ। ଆମଦାନୀ ଓ ରପ୍ତାନୀ ସହ ଜଡି଼ତ ବ୍ୟବସାୟୀମାନେ ବେଶ୍ ଲାଭବାନ୍ ହେବେ। କୌଣସି ନୂତନ ଡି଼ଲ ପାଇନାଲ ହୋଇପାରେ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଏହା ଆପଣଙ୍କ ପାଇଁ ଭଲ ସମୟ। ଯେଉଁଥିରୁ ଲାଭବାନ୍ ହେବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି । ଫଳରେ ଖର୍ଚ୍ଚ ବଢିପାରେ। ଆୟ -ବ୍ୟୟ ସମାନ ରହିବ । କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ ପାଇବେ। ସରକାରୀ ଚାକିରି ପାଇବାର ମଧ୍ୟ ସମ୍ଭାବନା ରହିଛି । ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କେଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷୟରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।


ମିଥୁନ: ଏହି ରାଶି ଲୋକଙ୍କ ପାଇଁ ରୁଚକ ରାଜଯୋଗ ଫଳପ୍ରଦ ରହିବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। କଠିନ ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବା ସହ ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦରମା ବୃଦ୍ଧି ହେବା ସହ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି କରିବେ। ଦୂରଯାତ୍ରା ସଫଳ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।ନଚେତ୍ ଶରୀର ପିଡା ଦେଖାଦେଇପାରେ।


ମୀନ: ଏହି ରାଶର ଲୋଙ୍କ ଭାଗ୍ୟର ତାଲା ଖୋଲିବ ରୁଚକ ରାଜଯୋଗ। ବିଶେଷକରି, ଜୁନ୍ ମାସ ଆରମ୍ଭରୁ କାର୍ଯ୍ୟାଳୟରେ ପଦୋନ୍ନତି ପାଇବେ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବଢିବ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବିଦେଶ ଯାତ୍ରାର ଆଶା ପୂରଣ ହେବ। ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ପ୍ରେମୀ ମାନଙ୍କ ପାଇଁ ମାସଟି ଭଲ ରହିବ। ଅଯଥା ଖର୍ଚ୍ଚ ବଢିବ।


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)