Rahu Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ କ୍ରୃର ଗ୍ରହ ବୋଲି ବିବେଚନା କରାଯାଏ।  ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ରହିଥାନ୍ତି ।  ରାହୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଇଥାଏ । ତେବେ, ଏହି କ୍ରମରେ ରାହୁ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମେ ୧୮ ତାରିଖରେ ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ତେବେ, ରାହୁଙ୍କ ଏହି ଚଳଣ କିଛି ରାଶିଙ୍କ ଲାଗି ଅଶୁଭ ତ ଆଉ କିଛି ରାଶିଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ । ଜାତକରେ ରାହୁଙ୍କର ସ୍ଥିତି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଯଦି ଜାତକରେ ରାହୁ ଭଲ ସ୍ଥିତିରେ ରହିଥାଏ ତାହାଲେ, ବ୍ୟକ୍ତି ତା ଜୀବନରେ ଅନେକ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ରାହୁଙ୍କ ରାଶି ପରିବରର୍ତ୍ତନ କେଉଁ ସବୁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ।....


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?


ଧନବାନ୍ ହେବେ ଏହି ସବୁ ରାଶି:


ବୃଷ: ରାହୁଙ୍କ କୃପାରୁ ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟରେ ଅଗ୍ରଗତି ହେବ। ଏହି ଅବଧି ମଧ୍ୟରେ ଆପଣଙ୍କର ନୂଆ ରୋଜଗାର ପାଇଁ ବାଟ ଖୋଲିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଏହି ସମୟରେ ଶୁଭଫଳ ମିଳିବ।  ଆୟରେ ମଧ୍ଯ ବୃଦ୍ଧି ଘଟିବ । ସେୟାର ମାର୍କେଟ, ବେଟିଂ ଓ ଲଟେରୀରେ ଲାଭ ମିଳିବ। ରାହୁଙ୍କ ଆଗମନ ଯୋଗୁଁ ଆକସ୍ମକ ଧନଲାଭ ନେଇ ମଧ୍ଯ ଯୋଗ ରହିଛି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ମିଳିପାରେ ।


ବିଛା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଆର୍ଥିର କ୍ଷେତ୍ରରେ ଲାଭବାନ ହେବେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଘର, ଗାଡ଼ି ଓ ଜମି ବାଡ଼ି କ୍ରୟ କରିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। କିନ୍ତୁ ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇପାରନ୍ତି ।


ମିଥୁନ : ରାହୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ପରି ଚମକିବ।  ଆୟ ବୃଦ୍ଧି ହେବ।  ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବିଦେଶରୁ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆକସ୍ମିକ ଧନଲାଭର ଯୋଗ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ମଧ୍ୟ ଯୋଡି଼ ହୋଇପାରେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)