Shani Nakshatra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ଶନି ଲୋକଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ଆସନ୍ତା ମାସ ( ମେ ୧୨) ତାରିଖରେ ସକାଳ ୮ଟା ୮ ମିନିଟ୍ ସମୟରେ (Pūrva Bhādrapadā) ପୂର୍ବା ଭଦ୍ରାପଦ ନକ୍ଷେତ୍ରକୁ ଚଳନ କରିବେ  । ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ୩ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ।  ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Horoscope: ଚାକିରି ସହ ଧନ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ ମଙ୍ଗଳମୟ ରହିବ ଆଜି ଦିନ


ଧନବାନ୍ ହେବେ ଏହି ସବୁ ରାଶି:


ମେଷ: ଶନି ମହାରାଜ୍ ଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅପ୍ରତ୍ୟାଶିତ ଆର୍ଥିକ ଲାଭର ସମ୍ଭାବନା ରହିଛି । ଅଟକି ଥିବା ଟଙ୍କା ପ୍ରାପ୍ତ ହେବା ସହ ଆକସ୍ମିକ ଧନଲାଭ ହୋଇପାରେ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିଲେ । ଏହା ହେଉଛି ସବୁଠୁ ଅନୁକୂଳ ସମୟ। ବ୍ୟବସାୟୀମାନେ ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।



କନ୍ୟା: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଭାଗ୍ୟ ଚମକାଇବ।  ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।  ବିଶେଷକରି, ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ବ୍ୟବସାୟରେ ସଫଳତା ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଜୀବନରେ ମଧୁରତା ବଢିବା ସହ ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି଼ ହେବ। ବୈବାହିକ ଜୀବନ ସୁଖମୟ ହେବ। ଯଦି କୌଣସି ଶୁଭକାର୍ଯ୍ୟ ଆରମ୍ଭ କରୁଛନ୍ତି । ତେବେ ପିତାମାତାଙ୍କ ଆର୍ଶିବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ ସଫଳତା ପାଇବେ।


ଧନୁ: ଶନି ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି। ଅକସ୍ମାତ୍ ଧନଲାଭର ଯୋଗ  ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ।  ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)