Advertisement
Photo Details/zeeodisha/odisha2227163
photoDetails0hindi

Horoscope: ଚାକିରି ସହ ଧନ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ ମଙ୍ଗଳମୟ ରହିବ ଆଜି ଦିନ

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି: ଆଜି ସକାଳୁ ଦେବ ଦର୍ଶନର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ । ଯେକୌଣସି କାର୍ଯ୍ୟ କଲେ ମଧ୍ଯ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବିରୋଧୀ କ୍ଷତି କରିବାକୁ ଉଦ୍ୟମ କରି ଅସଫଳ ହେବେ।

2/12

ବୃଷ ରାଶି: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଶୁଭ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପଡ଼ିବେ ।

3/12

ମିଥୁନ ରାଶି: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତା-ପିତାଙ୍କ ସେବା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ସୁସମ୍ବାଦ ପାଇବେ। ବଡ଼ ବ୍ୟବସାୟ ନେଇ ଡ଼ିଲ୍ ହୋଇପାରେ।

4/12

କର୍କଟ ରାଶି: ଚାକିରି ସୁଯୋଗ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ। ବ୍ୟବସାୟରେ ଲାଭ ଓ ପ୍ରେମରେ ସଫଳତା ମିଳିବ। ନୂଆ କାର୍ଯ୍ୟ ଆରମ୍ଭ ନେଇ ଦିନଟି ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଦିନଟି ଖରାପ ଯିବ।

5/12

ସି˚ହ ରାଶି: ମନରେ ଦ୍ବନ୍ଦ୍ବ ରହିଲେ ମଧ୍ଯ ବ୍ୟବହାରରେ ମଧୁରତା ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ ଅଟେ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶାରୀରିକ ସୁସ୍ଥତା ଲାଭ କରିବେ ।

6/12

କନ୍ୟା ରାଶି: ଆଜି ମନ ଅଶାନ୍ତ ଓ ଭାବନା ରଚନାତ୍ମକ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ପର୍କ ମଧୁର ହେବ। ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶାରୀରିକ ସୁସ୍ଥତା ଲାଭ କରିବେ ।

7/12

ତୁଳା ରାଶି: ନୂଆ ଆହ୍ବାନର ସାମ୍ନା କରିବାକୁ ପଡ଼ିପାରେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନ ରହିବେ।

8/12

ବିଛା ରାଶି: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଜୀବନସାଥୀଙ୍କ ସହ ମତାନ୍ତର ହେବ ।

9/12

ଧନୁ ରାଶି: ସାବଧାନର ସହ କାମ କାମ କଲେ ଲାଭ ମିଳିବ। କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ ଭ୍ରମଣ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

10/12

ମକର ରାଶି: ଦିନ ତମାମ ମନ ପ୍ରସନ୍ନ ରହିବ। ପରିବାରର ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ । ପ୍ରେମ ପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ। ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟୀ ରହିବ ।

11/12

କୁମ୍ଭ ରାଶି: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ ।

12/12

ମୀନ ରାଶି: ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟୀ ରହିବ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଆଜି ଦୂରଯାତ୍ରା କରନ୍ତୁ ନାହିଁ ।