Shani Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶନି କୁମ୍ଭ ରାଶିରେ ଥିବା ବେଳେ ଆସନ୍ତା ଜୁନ୍ ୩ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଚଳିତ ବର୍ଷ ଜୁନ୍ ୬ରେ ଶନିଙ୍କ ଜୟନ୍ତୀ ପାଳନ ହେବ। ଶନି ଜୟନ୍ତି ପୂର୍ବରୁ ଗୋଟିଏ ରାଶିରେ ଶୁକ୍ର-ଶନିଙ୍କ ମିଳନ ଶନି-ଶୁକ୍ର-ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଶନି ମଣିଷଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରୁଥିବା ବେଳେ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଶନି ଓ ଶୁକ୍ରଙ୍କ ସ୍ଥିତି ଜାତକ ବା ରାଶିରେ ଭଲ ରହିଲେ,ବ୍ୟକ୍ତି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ କରିଥାଏ ବୋଲି ବିଶ୍ବାସ ରହିଛି । ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ରଙ୍କ ୟୁତି କେଉଁ ସବୁ ରାଶିଙ୍କ ପାଇଁ ବରଦାନ ପାଲଟିବ।...


COMMERCIAL BREAK
SCROLL TO CONTINUE READING

ALSO READ: Ruchak Rajayoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବ ରୁଚକ୍ ରାଜଯୋଗ, ବର୍ଷିବ ଧନ, ଆରମ୍ଭ ହେବ ଶୁଭଦିନ!


ଲାଭରେ ରହିବେ ଏହି ସବୁ ରାଶି:


ମେଷ:  ଆସନ୍ତାମାସରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବ ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ। ଏହି ଅବଧି ମଧ୍ୟରେ ଆପଣଙ୍କ ଦିର୍ଘ ଦିନ ଆଶା ପୂରଣ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀ କରୁଥିବା ଲୋକଙ୍କ ଆୟ ବଢିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯଦି ଆପଣ କୌଣସି ଚାକିରି ପରିବର୍ତ୍ତନ କରିବାକି ଚିନ୍ତା ବା ଯୋଜାନ କରିଛନ୍ତି । ତେବେ, ଏହି ସମୟରେ ଚାକିରି ବଦଳାନ୍ତୁ। କଳା, ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। 


କୁମ୍ଭ:  ଏହି ରାଶିର ଦଶମ ଘରେ ଶୁକ୍ର-ଶନିଙ୍କ ମିଳନ ହେବ।  ଏହି ଦୁର୍ଲଭ ସଂଯୋଗ ପ୍ରଭାବରୁ କୁମ୍ଭ ରାଶିର ଲୋକେ ବେଶ୍ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଦରମା ବୃଦ୍ଧି ହେବ। ସରକାରୀ ଚାକିରିଆ ଲୋକଙ୍କ ଟ୍ରନ୍ସଫର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଠିନ ପରିଶ୍ରମର ଫଳ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ଅବିବାହିତ ଲୋକଙ୍କ ପାଇଁ ମନଲାଖି ପ୍ରସ୍ତାବ ଆସିପାରେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଏହି ଅବଧି ମଧ୍ୟରେ ନୂତନ ଗାଡି ମଧ୍ୟ କିଣିପାରନ୍ତି।


ମିଥୁନ: ଶନି-ଶୁକ୍ରଙ୍କ ୟୁତି ଏହି ରାଶିଙ୍କ ପାଇଁ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀ ମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ବ୍ୟବସାୟରୁ ଆଶାତିତ ସଫଳତା ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏ-ହି ସମୟରେ ଭଲ ରେଜଲ୍ଟ ପାଇବେ। ପ୍ରେମୀଯୁଗଳଙ୍କ ପାଇଁ ସମୟ ଖାସ୍ ରହିଛି। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହେବ।  ଧନଲାଭ ନେଇ ଯୋଗ ରହିଛି। 


ସିଂହ:  ଜୁନ୍ ମାସ ପ୍ରଥମ ସପ୍ତାହରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ବୈବାହିତ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। କ୍ୟାୟରିୟକୁ ନେଇ କୌଣସି ବଡ଼ ଖବର ପାଇ ପାରନ୍ତି। ମାସ ଶେଷ ଆଡକୁ ବିଦେଶ ଯାତ୍ରା କରିପାରନ୍ତି। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)