Shani Vakri 2024: ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ।  ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ନ୍ୟାୟର ଦେବତା ଧିର ଗତିରେ ରାଶିପରିବର୍ତ୍ତନ କରିଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିଲାବେଳେ  ଜୁନ୍ ୨୯ ତାରିଖରେ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ( ଶନି ବକ୍ରି ହେବା) କରିବେ। ଶନିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶି ଅତ୍ୟନ୍ତ ଶୁଭ ରହିବ ଶନିଙ୍କ ଏହି ଓଲଟା ଚଳନ।...


COMMERCIAL BREAK
SCROLL TO CONTINUE READING

ALSO READ: Lucky Zodiac Sign Today: ନବରାତ୍ରୀରେ ଆୟୁଷ୍ମାନ ଯୋଗ, ଫିଟିବ ଏହି ୫ ରାଶିଙ୍କ ଭାଗ୍ୟ!


ଧନବାନ୍ ହେବେ ଏହି ସବୁ ରାଶି:


ମେଷ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ଅତ୍ୟନ୍ତ ମଙ୍ଗଳମୟ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣ ବିପୁଳ ଅର୍ଥ ଲାଭ ପାଇବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟାଙ୍କ୍ ବାଲାସ୍ସ ବଢିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବା ସହ ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ ।


ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବାନା ରହିଛି। ଆୟ ବଢିବ। ଦିର୍ଘ ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ପ୍ରେମ ସମ୍ପର୍କରେ ସୁଧାର ଆସିବ।


ତୁଳା: ଶନିଙ୍କ କୃପା ଏହି ରାଶି ଉପରେ ରହିବ। ଏହି ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର । ଶୁକ୍ର ଓ ଶନି ଭଲ ବନ୍ଧୁ ହୋଇଥିବାରୁ ଏହି ରାଶିର ଲୋକେ ବିଶେଷ ଭାବେ ଲାଭ ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଅନକୂଳ ରହିଛି। ବିଦେଶ ଯାତ୍ରା କରିପାରନ୍ତି। 


ଧନୁ: ଶନିଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। ଏହି ଅବଧି ମଧ୍ୟରେ ଆପଣଙ୍କ ବ୍ୟାଙ୍କ୍ ବାଲାନ୍ସ ବଢିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଚାକିରି କରୁଥିବା ଲୋକଙ୍କ ପାଇଁ ଶୁଭ ସମୟ ରହିଛି। ଅଧୁରା କାର୍ଯ୍ୟ ପୂରା ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)