Lucky Zodiac Sign Today: ନବରାତ୍ରୀରେ ଆୟୁଷ୍ମାନ ଯୋଗ, ଫିଟିବ ଏହି ୫ ରାଶିଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha2203139

Lucky Zodiac Sign Today: ନବରାତ୍ରୀରେ ଆୟୁଷ୍ମାନ ଯୋଗ, ଫିଟିବ ଏହି ୫ ରାଶିଙ୍କ ଭାଗ୍ୟ!

Lucky Zodiac Sign Today:  ବର୍ତ୍ତମାନ ଶନି କୁମ୍ଭ ରାଶିରେ ଥିବା ବେଳେ ମଙ୍ଗଳ ଆଜି ସକାଳ ୮ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ନବରାତ୍ର ସମୟରେ ଗୋଟିଏ ରାଶିରେ ମଙ୍ଗଳ -ଶନିଙ୍କ ମିଳନ ଆୟୁଷ୍ମାନ ଯୋଗ (Ayushman yog 2024 ) ସୃଷ୍ଟି କରୁଛି। ଏହି ଆୟୁଷ୍ମାନ ଯୋଗ କିଛି ରାଶିକୁ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ...

Lucky Zodiac Sign Today: ନବରାତ୍ରୀରେ ଆୟୁଷ୍ମାନ ଯୋଗ, ଫିଟିବ ଏହି ୫ ରାଶିଙ୍କ ଭାଗ୍ୟ!

Lucky Zodiac Sign Today: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ବର୍ତ୍ତମାନ ଶନି କୁମ୍ଭ ରାଶିରେ ଥିବା ବେଳେ ମଙ୍ଗଳ ଆଜି ସକାଳ ୮ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ନବରାତ୍ର ସମୟରେ ଗୋଟିଏ ରାଶିରେ ମଙ୍ଗଳ -ଶନିଙ୍କ ମିଳନ ଆୟୁଷ୍ମାନ ଯୋଗ (Ayushman yog 2024 ) ସୃଷ୍ଟି କରୁଛି। ଏହି ଆୟୁଷ୍ମାନ ଯୋଗ କିଛି ରାଶିକୁ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ...

ALSO READ: Weather Update: ପୁଣି କଲବଲ କରିବ ତାତି, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି

ଧନବାନ୍ ହେବେ ଏହି ସବୁ ରାଶି:

ମେଷ: ଆୟୁଷ୍ମାନ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।

ସିଂହ: ଆୟୁଷ୍ମାନ ଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଏକ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା: ଆୟୁଷ୍ମାନ ଯୋଗ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ସେହିପରି, ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।  ପ୍ରେମ ଜୀବନରେ ମଧୁରତା ବଢିବ।

ବିଛା: ଏହି ସମୟ ଆପଣଙ୍କ ପାଇଁ ବେଶ୍ ଶୁଭଙ୍କର ରହିବ । ବିଶେଷ କରି ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବୈବାହିକ ଜୀବନରେ ସମସ୍ୟା ଶେଷ ହେବ । ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ବିଦେଶ ଭ୍ରମଣର ସୁଯୋଗ ମିଳିପାରେ । ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟ ଖୁବ୍ ଭଲ । ଟଙ୍କା ରୋଜଗାର ବୃଦ୍ଧି ପାଇବ । ଆୟର ନୂତନ ଉତ୍ସ ମିଳିବ । ପୁଞ୍ଜି ବିନିଯୋଗରେ ଭଲ ଫଳାଫଳ ପାଇବେ ।

କୁମ୍ଭ:  ଆୟୁଷ୍ମାନ ଯୋଗ ଏହି ରାଶିକୁ ଧନୀ କରିବ । ଏହି ଅବଧି ମଧ୍ୟରେ ବ୍ୟବସାୟରେ ଲାଭ ମିଳିବ । ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। କର୍ମ କ୍ଷେତ୍ରରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)