Kartik Month 2023: ଶରତ ପୂର୍ଣ୍ଣିମା (Sharad Purnima 2023) ଶେଷ ହେବା ପରେ ଆରମ୍ଭ ହୋଇଥାଏ ପବିତ୍ର କାର୍ତ୍ତିକ ମାସ (Kartik Month)। ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହି ମାସରେ ପ୍ରତିଦିନ ଭଗବାନଙ୍କୁ ଘିଅ ଦୀପ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ, ଏପରି ଦ୍ୱାରା ଆମେ ସମସ୍ତ ପାପରୁ ମୁକ୍ତି ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚନ୍ଦ୍ରମାସକୁ କାର୍ତ୍ତିକ ମାସ (Kartik Month) ବୋଲି କୁହାଯାଏ । ପୁରାଣ ଅନୁଯାୟୀ, ୧୨ ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ମାସ। ଧର୍ମ ମାସ ହୋଇଥିବାରୁ ପୁରରୁ ପଲ୍ଲୀ ସବୁଠି ଏ ମାସକୁ ବେଶ ନିଷ୍ଠା ସହକାରେ ପାଳନ କରିଥାଆନ୍ତି ଲୋକେ । ମାସ ସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚ ଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି । ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ।


ପାଳନ କରନ୍ତୁ ଏହିସବୁ ନିୟମ


  • ଇଶ୍ବରଙ୍କ ନାମ ନେବା ସହ କୀର୍ତ୍ତନ କରନ୍ତୁ ।

  •  ଭଗବାନଙ୍କ ନିକଟରେ ଦୀପ, ଫୁଲ, ଧୂପ ଓ ଭୋଗ ଅର୍ପଣ କରି ଉପାସନା କରନ୍ତୁ ।

  •  ଶ୍ରୀମଦ୍ ଭାଗବତ କଥା ଶୁଣନ୍ତୁ ।

  •  ତୁଳସୀଙ୍କୁ ପୂଜା କରିବା ପରେ ୩ ଥର ପରିକ୍ରମା କରନ୍ତୁ ।

  • ବ୍ରହ୍ମଚର୍ଯ୍ୟାର ପାଳନ କରନ୍ତୁ ।


​ପବିତ୍ର କାର୍ତ୍ତିକ ମାସରେ ଦୀପ ଦାନ, ଗଙ୍ଗା ସ୍ନାନ, ଯଜ୍ଞ ଓ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି । ଏହି ମାସରେ, ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ତୁଳସୀ ମାଆଙ୍କୁ ଜଳ ଅର୍ପଣ କରନ୍ତୁ । ବିଶ୍ୱାସ ରହିଛି ଯେ, ଏହି ମାସରେ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ସଫଳତା ମିଳିଥାଏ ।


ଏହା ବି ପଢନ୍ତୁ-Kartika Brata: ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଆଜି ହବିଷ୍ୟାଳି ଶିବିରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)