Kartika Brata: ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଆଜି ହବିଷ୍ୟାଳି ଶିବିରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1934714

Kartika Brata: ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଆଜି ହବିଷ୍ୟାଳି ଶିବିରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

kartika Month: ବର୍ଷର ୧୨ଟି ମାସ ଭିତରେ କାର୍ତ୍ତିକ ମାସକୁ ‘ଧାର୍ମିକ ମାସ’ ବୋଲି କୁହାଯାଏ । ରାଜ୍ୟର ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି, ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ ହୋଇ ଆସିଛି । ତେବେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ (kartika Month 2023) ।

ସୌ(ସୋସିଆଲ ମିଡିଆ)

kartika Month 2023: ବର୍ଷର ୧୨ଟି ମାସ ଭିତରେ କାର୍ତ୍ତିକ ମାସକୁ ‘ଧାର୍ମିକ ମାସ’ ବୋଲି କୁହାଯାଏ । ରାଜ୍ୟର ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି, ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ ହୋଇ ଆସିଛି । ତେବେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ (kartika Month 2023) ।

ମାସେ ଧରି ଚାଲିବାକୁ ଥିବା ଏହି ବତ୍ରରେ ହବିଷ୍ୟାଳିମାନେ (Habisyalis) ଚଉରା ମୂଳେ ପୂଜା କରିବା ସହ ହବିଷ୍ୟ ପାଳନ କରିବା ଆରମ୍ଭ କରିଛନ୍ତି । ସେପଟେ କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୀ (Puri)। ପବିତ୍ର ଶ୍ରୀକ୍ଷେତ୍ରରେ ଏହି ବ୍ରତ (Kartika Brata) ପାଳନର ବିଶେଷ ମହତ୍ତ୍ବ ଥିବାରୁ ହବିଷ୍ୟାଳିମାନଙ୍କ ଭିଡ଼ ଜମିଛି । ହବିଷ୍ୟାଳୀମାନେ ସଂକଳ୍ପ ପରେ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ପାଳନ ଆରମ୍ଭ କରିଛନ୍ତି । ପୁରୀରେ ୫ଟି ହବିଷ୍ୟାଳି କେନ୍ଦ୍ରରେ ୩ ହଜାରରୁ ଅଧିକ ବ୍ରତଧାରୀଙ୍କ ରହଣୀ, ଖାଦ୍ୟ, ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ବ୍ୟବସ୍ଥା କରିଛି ପ୍ରଶାସନ (Puri Administration) । ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍ ରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ହବିଷ୍ୟାଳି ଶିବିରର (Habisiyali Sibira) ଶୁଭାରମ୍ଭ କରିବେ ।

ହବିଷ୍ୟାଳିମାନଙ୍କ (Habisyalis) ସେବା ଓ ସହାୟତା ଲାଗି ପୁରୀର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ଯ ସାମିଲ କରାଯାଇଛି । ସୁରକ୍ଷା କର୍ମୀଙ୍କ ବ୍ୟତୀତ ୨ ଜଣ ଅଧିକ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪୪ ଜଣ ଏସଆଇ ଓ ଏଏସଆଇ , ୭୦ ଜଣ ହାବିଲଦାର ଓ କନେଷ୍ଟବଳ ଓ ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କ ଦର୍ଶନ ସମେତ ମହାପ୍ରସାଦ ସେବନର ବ୍ୟବସ୍ଥା, କାର୍ତ୍ତିକ ମହାତ୍ମା ଶ୍ରବଣ ଓ ଭଜନ କୀର୍ତ୍ତନ ପରିବେଷଣର ସୁବ୍ୟବସ୍ଥା କରାଯାଇଛି। ହବିଷ୍ୟାଳିଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା, ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ୱଚ୍ଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି। ସମସ୍ତ ଅଧିକାରୀଙ୍କୁ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପୁରୀରେ ଥିବା ମଠ, ବାଡ଼ି ଓ ଧର୍ମଶାଳାରେ ମଧ୍ଯ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଛି ।

Also Read-Weather Update: ପୁଣି ଫେରିବ ବର୍ଷା, ଏହି ଦିନ ଠାରୁ ବର୍ଷିବ!