Shukra Gochar in Scorpio: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶୁକ୍ର ମଧ୍ୟ ତୁଳା ରାଶିରେ ବିରାଜମାନ ଥିବା ବେଳେ ଡିସେମ୍ବର ୨୫ ତାରିଖ ,ସକାଳ ୬ଟା ୪୫ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିବେ। ଏହାସହିତ ଶୁକ୍ର ୧୮ ଜାନୁଆରୀ, ୨୦୨୪ ରେ ମୂଳା ନକ୍ଷେତ୍ରକୁ ଗମନ କରିବେ। ଶୁକ୍ରଙ୍କ ଏହି ଚଳନ ତିନି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। କାହିଁକିନ ଶୁକ୍ର (venus)ଙ୍କୁ ପ୍ରେମ,ଧନ ,ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Rajyog in December: ଚଳିତ ମାସରେ ଏକାସହ ୪ ରାଜଯୋଗ; ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ


Also Read:Today Horoscope: ଏହି ରାଶିର ଲୋକଙ୍କୁ ମିଳିବ ଶୁଭଫଳ ,ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?


ଧନବାନ୍ ହେବେ ଏହି ସବୁ ରାଶି:


ବୃଷ: ଡିସେମ୍ବର ଶେଷ ସପ୍ତାହ ବେଳକୁ ବୃଷ ରାଶିର ଲୋକଙ୍କର ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଶୁକ୍ରଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଧନୀ କରିବ। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଅଗ୍ରଗତି ହେବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏପରିକି ନୂଆ ଚାକିରି ଅଫର ବି ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି । ପୁରୁଣା ବିନିଯୋଗରୁ ମଧ୍ୟ ଲାଭବାନ ହେବ। ଆପଣ ନୂଆ ବର୍ଷରେ ଯାହା ବି ନୂଆ କାମ କରିବେ ସେଥିରେ ସଫଳତା ପାଇବେ । ପୁରୁଣା ରୋଗରୁ ମୁକ୍ତି ମିଳିବ। 


ତୁଳା : ଶୁକ୍ରଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ।  ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସଫଳତାର ଶିଖର ଛୁଇଁବେ। ଏହାସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୂକୁଳ ରହିଛି। କାର୍ଯ୍ୟାଳୟରେ ଆପଣଙ୍କୁ ଏକ ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବ।  ଅଚାନକ ଧନ ପ୍ରାପ୍ତ ହେବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ମାଲି ମକଦ୍ଦମାମଲାରେ ଜିତିବେ। ଏହି ସମୟ ମଧ୍ୟରେ ଘର କିଣିବାର ଇଚ୍ଛା ପୂରଣ ହେବ। ମୋଟ୍ ଉପରେ କହିବାକୁ ଗଲେ ଆସନ୍ତା ଜାନୁଆରି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ 


ବିଛା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଡିସେମ୍ବର ୨୫ରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏପରି ସ୍ଥିତିରେ, ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା ଦଳସ ଢାଳିବ। ଏହି ଅବଧି ମଧ୍ୟରେ ଧନ ସମ୍ପତ୍ତିରେ ଅହେତୁକ ବୃଦ୍ଧି ଘଟିବ । ଚାକିରି କରିଥିବା ଲୋକଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବ । ଶୁକ୍ରଙ୍କର ଆର୍ଶିବାଦ କାରଣରୁ ଆପଣଙ୍କର ଆୟ ଏବଂ ବ୍ୟୟ ସନ୍ତୁଳିତ ରହିବ। ବ୍ୟବସାୟରେ ଉଲ୍ଲେଖନୀୟ ଆର୍ଥିକ ଅଗ୍ରଗତି ହେବ । ଏହାଛଡା ବେପାରରେ ଭଲ ଲାଭର ସମ୍ଭାବନା ରହିଛି। ଯଦି ଆପଣ କେଉଁଠି ନିବେଶ କରିଛନ୍ତି, ତେବେ ସେଥିରୁ ଅଧିକ ଲାଭ ପାରିବେ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)