ନୂଆଦିଲ୍ଲୀ: ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଥିବା କହିଲେ କିଛି ଅତ୍ୟୁକ୍ତି ନାହିଁ । କାରଣ ମହାମାରୀ ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଦେଇଥିଲା । ଆଉ ଏହି ମହାମାରୀରୁ ନିଜକୁ ବଞ୍ଚାଇବା ପାଇଁ ସମସ୍ତେ ଆପଣେଇଥିଲେ ସାମାଜିକ ଦୂରତ୍ୱ ,ମାସ୍କ  ବ୍ୟବହାର ସହ ସାନିଟାଇଜେସନ । ହେଲେ ଆମେ ବ୍ୟବହାର କରୁଥିବା ସାନିଟାଇଜର କେତେ ସୁରକ୍ଷିତ ଆମ ପାଇଁ ଆଉ କେତେ ସୁରକ୍ଷିତ ଶିଶୁଙ୍କ ପାଇଁ ?


COMMERCIAL BREAK
SCROLL TO CONTINUE READING

କୋରୋନା ମହାମାରୀ (Corona Pandemic) କୁ ମାତ୍ ଦେବାକୁ ଭ୍ୟାକସିନ (Vaccine) ଆସିବା ପରେ କିଛିଟା ମାତ୍ରାରେ ଆଶ୍ୱସ୍ତି ଲାଭ କରିଛନ୍ତି ବିଶ୍ୱବାସୀ । ମାତ୍ର ସଙ୍କଟ ଏବେ ବି ଖଣ୍ଡା ଭଳି ଆମ ମୁଣ୍ଡ ଉପରେ ଝୁଲୁଛି । ହେଲେ କୋରୋନା (Corona) ଠାରୁ ଦୂରେଇ ରଖୁଥିବା ସାମଗ୍ରୀ ଯଥା ସାନିଟାଇଜର (Hand Sanitizer) ଏବେ ଆମ ପାଇ ବିପଦ ଆଣିବାକୁ ଯାଉଛି ! କାରଣ ସାନିଟାଇଜର ସିନା ଆମକୁ ସଂକ୍ରମଣରୁ ରକ୍ଷା କରିପାରିବ ହେଲେ ଆପଣଙ୍କ ଶିଶୁର ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡି଼ଛି।


Also Read: ଅଟୋ ମୋବାଇଲ ସେକ୍ଟରରେ ପ୍ରବାସୀ ଓଡ଼ିଆଙ୍କ କମ୍ପାନୀ, ପ୍ରତାପ ନନା ଚଳାଇଲେ E-Auto Rickshaw


ତେବେ ହ୍ୟାଣ୍ଡ ସାନିଟାଇଜର (Hand Sanitizer)ରେ ଥିବା ଆଲକୋହଲିକ୍ (Alcohol) ମାତ୍ରା ଛୋଟ ଶିଶୁଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏହାଦ୍ୱାରା ସେମାନଙ୍କ ଆଖି ଉପରେ ଖରାପ ପ୍ରଭାବ ପଡି଼ବା ସହ ଏହି ତଥ୍ୟ ଏକ ଫ୍ରେଞ୍ଚ ଷ୍ଟଡି (French Study) ଦ୍ୱାରା ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ମୁତାବକ, ୨୦୧୯ ମସିହା ତୁଳନାରେ ୨୦୨୦ରେ ହ୍ୟାଣ୍ଡ ସାନିଟାଇଜର ଯୋଗୁଁ ଛୋଟଶିଶୁଙ୍କ ଆଖି ଖରାପ ହୋଇଥିବା ମାମଲା ସାତଗୁଣା ବଢିଥିବା ଜଣାପଡିଛି । ହେଲେ ଏହାର ସୂଚନା ପୂର୍ବରୁ ମଧ୍ୟ ଦିଆଯାଇସାରିଛି କି ସାନିଟାଇଜାର କିଛିଟା ମାତ୍ରାରେ ହାନିକାରକ ମଧ୍ଯ । 


Also Read: କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!


ପୂର୍ବରୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଜୁଲାଇ ୨୦୨୦ ରେ ଏହି ଘଟଣାରେ ଚେତାବନୀ ଦେଇଛି ଯେ ସାନିଟାଇଜରର ବ୍ୟବହାର ଆପଣଙ୍କ ଦୃଷ୍ଟି ଶକ୍ତି ( Eye Sight Problem) ରେ ମଧ୍ୟ ହାନି ପହଞ୍ଚାଇପାରେ। କିଛି ସାନିଟାଇଜରରେ ଉପସ୍ଥିତ ଥିବା ଇଥେଲ ​​ଆଲକହଲରେ ମିଥାନୋଲ ମଧ୍ୟ ମିଳିଥିବାର FDA ଚେତାବନୀ ଦେଇଛି। ଏହା ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇପାରେ। ମାତ୍ର ଏମିତି ଏକ ମହାମାରୀ ସମୟରେ ହ୍ୟାଣ୍ଡ ସାନିଟାଇଜର (Hand Sanitizer) କୁ ସମ୍ପୂର୍ଣ୍ଣ ବ୍ୟାନ କରିବା ମଧ୍ୟ ଅସମ୍ଭବ । ଏଥିପାଇଁ ଅଭିଭାବକ ମାନେ ଧ୍ୟାନ ଦେବା ନିହାତି ଜରୁରୀ ।