• ବ୍ରହ୍ମପୁର: ସଦର ଥାନା ଝାଡ଼ଙ୍କୁଲି ଗାଁରେ ଖଣ୍ଡାରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ
  • ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ପହ୍ମ ଧରିଲେ ମିଥୁନ
  • ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
  • ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମେ ୩୦ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍
  • ଗଜପତି ଗୁରାଣ୍ଡି ଥାନା ଆରିବା ଗାଁରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କୋରୋନା ଆକ୍ରାନ୍ତ
  • କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି
  • ସୋମବାରଠୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
  • ତେଲଙ୍ଗାନା: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସବୁ ମହିଳା କର୍ମଚାରୀଙ୍କୁ ଛୁଟି
  • କେନ୍ଦ୍ରାପଡ଼ାର ଗଗୁଆ-ଚଉଦକୁଲାଟ ରାସ୍ତାରେ ଟ୍ରକ୍‌-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!

କୃଷକ ସଙ୍ଗଠନ ଗୁଡିକୁ ବୁଝାଇବାକୁ ସରକାର (Modi Govt) ଯେତେ ପ୍ରକାରର ହାତକଣ୍ଡା ଆପଣାଉଛନ୍ତି, ସେସବୁ ବିଫଳ ହେଉଛି। ନୂଆ କୃଷି ଆଇନ (New Farm Law) କୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଇନକୁ ୨ ବର୍ଷ ପାଇଁ ସ୍ଥଗିତ ରଖି ଆଲୋଚନା କରିବା ପାଇଁ ସଙ୍ଗଠନକୁ ପ୍ରସ୍ତାବ ଦେଇଥିଲେ। ଆଉ ଏହାରି ଉପରେ ବିଚାର କରି ଶନିବାର ନିଷ୍ପତ୍ତି ଶୁଣାଇବାକୁ ଅପିଲ କରିଥିଲେ।

କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!
କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!

ନୂଆଦିଲ୍ଲୀ: ୫୫ରୁ ଊର୍ଦ୍ଧ୍ୱ ଦିନ ହେଲା ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି ଲକ୍ଷାଧିକ କୃଷକ। ବିବାଦୀୟ ନୂଆ କୃଷି ଆଇନର ପ୍ରତ୍ୟାହାର ଓ MSP ଗ୍ୟାରେଣ୍ଟି ଦାବିରେ ସେମାନେ ଅଡି ବସିଛନ୍ତି। ଏହାରି ଭିତରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ୧୧ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଥରେ ବୈଠକ ହୋଇଛି। ମୋଟ ୧୨ ଥର ଦ୍ୱିପାକ୍ଷିକ ବୈଠକ ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିନାହିଁ।

ପ୍ରଥମ ଥର ପାଇଁ ଦିନକ ବ୍ୟବଧାନରେ ଶୁକ୍ରବାର କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ପୂର୍ବ ପରି ଏହି ବୈଠକ ମଧ୍ୟ ନିସ୍ଫଳ ହୋଇଛି। କୃଷକ ସଙ୍ଗଠନ ଗୁଡିକୁ ବୁଝାଇବାକୁ ସରକାର (Modi Govt) ଯେତେ ପ୍ରକାରର ହାତକଣ୍ଡା ଆପଣାଉଛନ୍ତି, ସେସବୁ ବିଫଳ ହେଉଛି। ନୂଆ କୃଷି ଆଇନ (New Farm Law) କୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଇନକୁ ୨ ବର୍ଷ ପାଇଁ ସ୍ଥଗିତ ରଖି ଆଲୋଚନା କରିବା ପାଇଁ ସଙ୍ଗଠନକୁ ପ୍ରସ୍ତାବ ଦେଇଥିଲେ। ଆଉ ଏହାରି ଉପରେ ବିଚାର କରି ଶନିବାର ନିଷ୍ପତ୍ତି ଶୁଣାଇବାକୁ ଅପିଲ କରିଥିଲେ। 

Also Read: କୃଷକ ଆନ୍ଦୋଳନ: କମିଟିରୁ ଭୁପିନ୍ଦର ସିଂହ ଓହରିଲା ପରେ ଏପରି କହିଲେ ସୁପ୍ରିମକୋର୍ଟ

ସେପଟେ କୃଷକ ସଙ୍ଗଠନ (Farmer Union) ଗୁଡିକ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇନାହାନ୍ତି। ପୂର୍ବ ବୈଠକ ଭଳି ଶୁକ୍ରବାର ମଧ୍ୟ ସେମାନେ ନୂଆ କୃଷି ଆଇନ (Farm Law 2020) ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ। ଉଭୟ କୃଷକ ଓ ସରକାର ନିଜ ନିଜ ଜିଦରେ ଅଟଳ ଅଛନ୍ତି। ଯେଉଁଥିପାଇଁ ବୈଠକ ପୁଣି ବିଫଳ ହୋଇଛି। ସେପଟେ ପରବର୍ତ୍ତୀ ଆଲୋଚନା ପାଇଁ ସରକାର ତାରିଖ ନିର୍ଦ୍ଧାରିତ କରିନାହାନ୍ତି। ଯଦି କୃଷକ ସଙ୍ଗଠନ ଗୁଡିକ ସରକାରଙ୍କ ପ୍ରସ୍ତାବରେ ରାଜି ନହୁଅନ୍ତି ତେବେ ଆଗକୁ ବୈଠକ ହେବ ନାହିଁ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar) କହିଛନ୍ତି।

ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଅପେକ୍ଷା ବିରୋଧି ଦଳ ଅଧିକ ପ୍ରଭାବୀ। ଖୋଦ ପ୍ରଧାନମନ୍ତ୍ରୀ, ତାଙ୍କର ଏକାଧିକ ମନ୍ତ୍ରୀ ଓ BJP ନେତାମାନେ କହିଥିଲେ ଯେ, କୃଷକଙ୍କୁ ବିରୋଧିମାନେ ଭ୍ରମିତ କରୁଛନ୍ତି। କୃଷକଙ୍କ ଆନ୍ଦୋଳନ (Farmer Protest) ରେ ଖଲିସ୍ଥାନୀ, ଦେଶଦ୍ରୋହୀ, ଆତଙ୍କବାଦୀ, ନକ୍ସଲମାନେ ପ୍ରବେଶ କରିଥିବା BJP ଦାବି କରିଛି। ଏପରି କି ଖଲିସ୍ଥାନୀଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ (Supreme Court) ରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପ୍ରସଙ୍ଗରେ କୌଣସି ସତ୍ୟପାଠ ଦିଆଯାଇନାହିଁ। 

Also Read: ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସରକାର ଦେଇଥିଲେ ବାଲାକୋଟର ଗୁଇନ୍ଦା ସୂଚନା!

ସେପଟେ ଆସନ୍ତା ଗଣତନ୍ତ୍ର ଦିବସ (Republic Day) ପରେଡ ଓ ଟ୍ରାକ୍ଟର ରାଲି (Tractor Rally) ପାଇଁ ଆନ୍ଦୋଳନକାରୀ କୃଷକ ସଙ୍ଗଠନ ଗୁଡିକ ପ୍ରସ୍ତୁତି ଚଳାଇଛନ୍ତି। ଜାନୁଆରୀ ୨୬ରେ ଦିଲ୍ଲୀ ଆଉଟର୍ ରିଂ ରୋଡରେ ଟ୍ରାକ୍ଟର ରାଲି କରାଯିବ ବୋଲି କୃଷକ ନେତାମାନେ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ପର୍ବରେ ଯେଭଳି କୌଣସି ବାଧା ନ ଉପୁଜେ ସେଥିପାଇଁ ଦିଲ୍ଲୀ କାର୍ଯ୍ୟକ୍ରମ ପରେ ଶାନ୍ତିଶୃଙ୍ଖଳାରେ ରାଲି କରାଯିବ ବୋଲି ସେମାନେ କହିଛନ୍ତି। ତେବେ କୃଷକଙ୍କ ରାଲିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହ ଦିଲ୍ଲୀ ପୋଲିସକୁ ଏହାର ନିଷ୍ପତ୍ତି ନେବାକୁ କହିଛନ୍ତି।