ସକାଳ ଜଳଖିଆ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଏକ ଭଲ ଜଳଖିଆ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ସକାଳୁ କଣ ଖାଇବା ଉଚିତ୍ ଆଉ କଣ ନ ଖାଇବା ଉଚିତ୍ ଜାଣିପାରୁନାହାନ୍ତି । ଏଭଳି ସ୍ଥିତିରେ ଅନେକ ଲୋକେ ସକାଳେ ଜଙ୍କ ଫୁଡ୍ ଖାଇବା ଆରମ୍ଭ କରିଦିଅନ୍ତି ଯାହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତି କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରୋଟିନ୍ ପ୍ୟାକ ଖାଦ୍ୟ ବିଷୟରେ ଯାହା ଆପଣଙ୍କୁ ଦିନସାରା ଉର୍ଜା ସହ କାମ କରିବାରେ ସାହାଯ୍ୟ କରିବ । 


COMMERCIAL BREAK
SCROLL TO CONTINUE READING

ବେସନ ଚକୁଳି-
ବେସନ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ । ତେଣୁ ବେସନରେ ତିଆରି ଚକୁଳି ଏକ ସୁସ୍ଥ ଜଳଖିଆ ଭାବେ ବିବେଚନା କରାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କଞ୍ଚା ଲଙ୍କା, ହଳଦୀ, ଗୋଲମରିଚ ଗୁଣ୍ଡ, କଟା ପିଆଜ ଏବଂ ବେସନ ସହ ମିଶାଇ ଗାଢା ଘୋଳ ତିଆରି କରନ୍ତୁ । ବର୍ତ୍ତମାନ ପ୍ୟାନକୁ ଗରମ କରି କିଛି ଘିଅ ଲଗାଇ ଭଲ ଭାବରେ ଘୋଳକୁ ଚକୁଳିର ରୂପ ଦିଅନ୍ତୁ । ଉଭୟ ପାର୍ଶ୍ବକୁ ଭଲରେ ସେକି ଦିଅନ୍ତୁ ଆପଣଙ୍କ ସନ୍ତୁଳିତ ଜଳଖିଆ ପ୍ରସ୍ତୁତ । 


Also Read ; ଧୂମ୍ରପାନକାରୀଙ୍କ ନିକଟରେ ରହିବା ଅତ୍ୟନ୍ତ ବିପଦଜ୍ଜନକ, ସତର୍କ ହୋଇଯାଆନ୍ତୁ ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ


ପିନଟ୍ ବଟର ଟୋଷ୍ଟ-
ଯଦି ଆପଣ ସକାଳେ ଏକ ସୁସ୍ଥ ଜଳଖିଆ ଚାହୁଁଛନ୍ତି ତେବେ ଆପଣ ସକାଳ ଡାଏଟରେ ପିନଟ୍ ବଟର ଟୋଷ୍ଟ ଏକ ଭଲ ବିକଳ୍ପ ଅଟେ । ଏଥିପାଇଁ ଆପଣ ବ୍ରେଡକୁ ଦୁଇ ଭାଗ କରି ସେଥିରେ ପିନଟ୍ ବଟର ଲଗାନ୍ତୁ ଏହା ପରେ କଟା କଦଳୀ ରଖି ବ୍ରେଡକୁ ତାୱା ବା ଓଭନରେ ରଖି ଟୋଷ୍ଟ କରି ନିଅନ୍ତୁ ଆପଣଙ୍କର ହେଲଦି ଜଳଖିଆ ପ୍ରସ୍ତୁତ । 


ପ୍ରୋଟିନ୍ ସେକ୍-
ପ୍ରୋଟିନ୍ ସେକ୍ ଆପଣଙ୍କୁ ସବୁବେଳେ ଶକ୍ତି ପ୍ରଦାନ କରିଥାଏ । ଏଥିପାଇଁ ଆପଣ ଏକ ସ୍କୁପ ପ୍ରୋଟିନ ପାଉଡର, କ୍ଷୀର, କିଛି କଟା ଫଳ, ବାଦାମ ଏବଂ ପିସ୍ତା ଦରକାର । ଯଦି ଆପଣ ଚାହାନ୍ତି ତେବେ ଆପଣ ଚିଆ ସିଡ୍ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରୋଟିନ୍ ପାଉଡର ଏବଂ କ୍ଷୀରକୁ ମିଶାନ୍ତୁ । ଏହା ଉପରେ କଟା ତାଜା ଫଳ ପକାନ୍ତୁ ଆପଣଙ୍କ ପାୱାର ବୁଷ୍ଟର ସେକ୍ ପ୍ରସ୍ତୁତ ।