Weight Loss Tips: ଜଣେ ବ୍ୟକ୍ତି ଭଲ ଦେଖାଯିବା ପାଇଁ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ । ପେଟର ଚର୍ବି ମଣିଷକୁ ଅସୁନ୍ଦର କରିଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କୁ କୌଣସି ସ୍ଥାନକୁ ଯିବା ପାଇଁ ମଧ୍ୟ ଲଜ୍ଜିତ ହେବାକୁ ପଡିଥାଏ । ଅନେକ ଥର ଆମେ ସେଲିବ୍ରିଟିମାନଙ୍କୁ ଦେଖୁ ଏବଂ ଭାବୁଥାଉ କି ଏମାନେ କିପରି ଫିଟ୍ ଏତେ ଫିଟ୍ ରୁହନ୍ତି । ଏବଂ ସୁନ୍ଦର ଦେଖା ଯାଆନ୍ତି । ତେବେ, ଓଜନ ହ୍ରାସ କରିବା ନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ଯାହା ଆପଣଙ୍କ କାମରେ ଆସିବ । ଆଉ ଆପଣ ମଧ୍ୟ ଖୁବଶିଘ୍ର ନିଜ ଓଜନ ହ୍ରାସ କରି ପାରିବେ।


COMMERCIAL BREAK
SCROLL TO CONTINUE READING


ଅଭିନେତ୍ରୀ ତଥା ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ବଲିଉଡକୁ ଆସିବା ପୂର୍ବରୁ ଅଭିନେତ୍ରୀଙ୍କ ଓଜନ ୯୦ କିଲୋ ଥିଲେ। ଚଳଚ୍ଚିତ୍ରରେ ପ୍ରବେଶ କରିବା ପାଇଁ ସେ ନିଜର ଓଜନ ହ୍ରାସ କରିଥିଲେ। ସୋନାକ୍ଷୀ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସାଇକେଲିଂ, ଜିମ୍, ଯୋଗ ଏବଂ ପହଁରିବା ସହିତ ନିର୍ଦ୍ଦିଷ୍ଟ ଖାଦ୍ୟ ଅନୁସରଣ କରି ସେ ନିଜର ଓଜନ ହ୍ରାସ କରିଛନ୍ତି। ଯଦି ଆପଣ ଜଣେ ଅଭିନେତ୍ରୀଙ୍କ ପରି ଖାଦ୍ୟ  ଏବଂ ବ୍ୟାୟମ କରିବେ। ତେବେ ଆପଣ ମଧ୍ୟ ନିଜକୁ ଅଳ୍ପ ଦିନ ମଧ୍ୟରେ ଫିଟ୍ କରିପାରିବେ।  


ଓଜନ ହ୍ରାସ କରିବାକୁ ଏହି କାମ କରନ୍ତୁ :



ମେଦବହୁଳତାକୁ ରୋକିବା ପାଇଁ ଅଭିନେତ୍ରୀ ଭୁମି ପେଡନେକର(Bhumi Pednekar)ମଧ୍ୟ କଠିନ ପରିଶ୍ରମ କରିଥିଲେ। ସେ ବହୁତ ବ୍ୟାୟାମ କରିଥିଲେ ଏବଂ ଅଣ୍ଟାକୁ ପତଳା କରିବା ପାଇଁ ଜିମରେ ଝାଳ ମଧ୍ୟ ବୁହାଇଥିଲେ । ଏହା ବ୍ୟତୀତ, ଯଦି ଆପଣ ମଧ୍ୟ ମୋଟାପଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ସକାଳେ ଉଠ ପରେ ପରେ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଆହୁରି ମଧ୍ୟ, ଯଦି ଆପଣ ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଅନ୍ତି, ତେବେ ଆପଣ ଅଧିକ ଲାଭ ପାଇବେ।


ଏଥିସହ, ଆପଣ ନିଜ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ କ’ଣ ଖାଉଛନ୍ତି ସେଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ଉଦାହରଣ ସ୍ୱରୂପ, ଜଳଖିଆରେ କମ୍ ଚର୍ବିଯୁକ୍ତ ଜିନିଷ ଖାଆନ୍ତୁ, ମଇଦାରେ ତିଆରି ଜିନିଷ ଖାଆନ୍ତୁ ନାହିଁ । କେବଳ ମଧ୍ୟାହ୍ନ ଭୋଜନରେ ମସୁର ଡାଲି ଏବଂ ସବୁଜ ପନିପରିବା ଖାଆନ୍ତୁ । ମେଦବହୁଳତା ହ୍ରାସ ପାଇଁ ଗ୍ରୀନ୍ ଟି ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଆଜିଠାରୁ ଏହି ଡାଏଟ୍ ଅନୁସରଣ କରିବା ଆରମ୍ଭ କରନ୍ତୁ ।


ଏହାବି ପଢନ୍ତୁ : Cardamom Benefits: ଛୋଟ ଅଳେଇଚ ପୁରୁଷଙ୍କ ଯୌନ ସମସ୍ୟା ସମେତ ଅନେକ ରୋଗ ପାଇଁ ରାମବାଣ ଚିକିତ୍ସା, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର


ଏହାବି ପଢନ୍ତୁ : Vastu Tips: ରୋଷେଇ ଘରୁ ପଡୋଶୀକୁ ଭୁଲରେ ବି ଦିଅନ୍ତୁନି ଏହି ଚାରୋଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ