Cardamom Benefits: ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବିଷୟରେ ଅଜଣା ରହନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଳେଇଚ ଖାଇବାର ଉପକାର ବିଷୟରେ ବିସ୍ତୃତ ଭାବରେ କହିବୁ ।
Trending Photos
Cardamom Benefits: ଅଳେଇଚ (Cardamom) ଦେଖିବାକୁ ବହୁତ ଛୋଟ ହୋଇଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ, ତାହା ବୋଧହୁଏ ସମସ୍ତେ ଜାଣନ୍ତି ନାହିଁ । ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବିଷୟରେ ଅଜଣା ରହନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଳେଇଚ ଖାଇବାର ଉପକାର ବିଷୟରେ ବିସ୍ତୃତ ଭାବରେ କହିବୁ ।
ନପୁଂସକତା ସମସ୍ୟା ମଧ୍ୟ ଦୂର ହୁଏ
ବାସ୍ତବରେ, ଅଳେଇଚ ଏପରି ଟନିକର କାମ କରିଥାଏ ଯାହା କାମୋତ୍ତେଜନାକୁ ବଢାଇଥାଏ । ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି (cardamom) ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।
ପାଟି ଦୁର୍ଗନ୍ଧ ଶେଷ କରେ
ଅଳେଇଚ କେବଳ ଯୌନ କ୍ଷମତା ପାଇଁ ଲଭାଦାୟକ ହୋଇଥାଏ ବରଂ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ । ସମସ୍ତେ ଜାଣନ୍ତି ଯେ ଅଳେଇଚ ପାଟିର ଗନ୍ଧକୁ ଦୂରେ କରିଥାଏ । ଯଦି ଆପଣଙ୍କ ପାଟିରୁ ଖରାପ ଗନ୍ଧ ବାହାରୁଛି, ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ଆପଣ ଅଳେଇଚ (cardamom) ଖାଇବା ଆରମ୍ଭ କରନ୍ତୁ । କିମ୍ବା ସକାଳେ ଉଠି ଏକ କପ୍ ଅଳେଇଚ ଚା ’ପିଅନ୍ତୁ ବା ଫୁଟାଯାଇଥିବା ଅଳେଇଚ ପାଣି ପିଅନ୍ତୁ ।
ଥଣ୍ଡାରେ ଆରାମ ପ୍ରଦାନ କରେ
ଆୟୁର୍ବେଦରେ ଅଳେଇଚ (cardamom) କୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶ୍ୱାସକ୍ରିୟା ସମସ୍ୟାକୁ ହ୍ରାସ କରେ ଯେପରିକି ଅସ୍ଥାମା, ଥଣ୍ଡା ଇତ୍ୟାଦି ରୋଗରେ କମି ଆସିଥାଏ ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ
ଅଧିକ ପଢ଼ନ୍ତୁ:-ଭାଙ୍ଗିଗଲା ରୋହିତ ଶର୍ମାଙ୍କ ଗତ ୯ ବର୍ଷ ଧରି ଚାଲିଆସୁଥିବା ରେକର୍ଡ, ୨୦୨୨ ମସିହାରେ କରିପାରିଲେନି ଏହି କାମ
ଅଧିକ ପଢ଼ନ୍ତୁ:-ଇଞ୍ଜେକ୍ସନ ନେଇ ଖେଳିଥିବା ଏହି ୨୯ ବର୍ଷୀୟ ଖେଳାଳିଙ୍କ କ୍ୟାରିୟର ଶେଷ! ରାହୁଲ ଦ୍ରାବିଡ଼ ବି ଛାଡ଼ିଲେ ସାଥ୍
ଗଳା ଯନ୍ତ୍ରଣା ଦୂର ହେବ
ଯଦି ଆପଣଙ୍କର ଗଳାରେ ସମସ୍ୟା କିମ୍ୱା ଯନ୍ତ୍ରଣା ହେଉଛି, ତେବେ ସକାଳେ ଉଠିବା ସମୟରେ ଓ ରାତିରେ ଶୋଇବ ସମୟରେ ଅଳେଇଚ (cardamom) କୁ ଚୋବାଇ ଚୋବାଇ ଖାଆନ୍ତୁ ଓ ଗରମ ପାଣି ପିଅନ୍ତୁ । ଏଥିରୁ ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ଆରାମ ମିଳିବ ।