ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଆମେ ଆଖିରେ କୌଣସି ନା କୌଣସି ଜୀବଜନ୍ତୁଙ୍କ ଭାଇରାଲ ଭିଡିଓ ପଡୁଛି। ସେଥିରେ କୁକୁର, ବିଲେଇ, ହାତୀ, ଶୁଆ ଭଳି ପଶୁପକ୍ଷୀ ଦେଖିବାକୁ ମିଳିନ୍ତି। କିନ୍ତୁ ଆଜି ଏଭଳି ଏକ ଭିଡିଓ ବିଷୟରେ ଚର୍ଚ୍ଚା କରିବା, ଯେଉଁଛି ମଇଁଷିମାନେ special sandwich ଖାଉଛନ୍ତି। ଏହି ଭିଡିଓକୁ ଜଣେ ଭାରତୀୟ food blogger ନିଜ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅମର ସିରୋହି ନାମକ ଜଣେ food blogger ନିୟମିତ ଭାବେ ନିଜ ସୋସିାଲ ମିଡିଆ (Social Media) ପେଜରେ ନୂଆ ନୂଆ ବ୍ୟଞ୍ଜନ (Recipes) ସେୟାର କରନ୍ତି। ଆଉ ନିକଟରେ ସେ ମଇଁଷିଙ୍କୁ sandwich ଖୁଆଉଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ମଇଁଷିକୁ କୌଣସି ସାଧାରଣ  ନୁହଁ special ଆଉ ତାହା ପୁଣି ପୃଷ୍ଟିକର (nutrient) ଖାଦ୍ୟଶସ୍ୟରେ ପରିପୂର୍ଣ୍ଣ sandwich ଦିଆଯାଇଥିଲା।


Also Read: ବିଶ୍ୱର ଦାମୀ ପରିବା ! ରେଟ୍ ଜାଣିଲେ ଉଡିଯିବ ହୋସ୍


ମଇଁଷିକୁ ଦିଆଯାଇଥିବା sandwichରେ ଗହମ ଚୋକଡ, Oats, ସୋୟା ଚୋପା, ଆଖୁ ପତ୍ର, ଗହମ ନଡା, ଶୋରିଷ ଚୋପା, ଘିଅର ଗହମ ରୁଟି ପରି ଉଚ୍ଚ ପୁଷ୍ଟିକର ଶସ୍ୟର (Multiple grains) ବ୍ୟବହାର କରାଯାଇଛି। ଏହା ବ୍ୟତୀତ sandwichରେ vitamin H syrup ବି ଢଳାଯାଇଥିଲା। ଦୁଇଟି ବ୍ରେଡ୍ ଖଣ୍ଡ ମଧ୍ୟରେ ଏତେ ଗୁଡିଏ ଖାଦ୍ୟ ଶସ୍ୟ ଭର୍ତ୍ତି କରି ମଇଁଷିକୁ ଖାଇବାକୁ ଦିଆଯାଇଥିଲା।


 



food blogger ଅମର ସିରୋହି ଏହି ଭିଡିଓ ମାଧ୍ୟମରେ ଏକ ସଚେତନତା ବାର୍ତ୍ତମଧ୍ୟ ଦେଇଛନ୍ତି। ସେ କୁହନ୍ତି ଯେ, ମଣିଷର ପଶୁ ପ୍ରେମ ଯେ କେବଳ କୁକୁର ବିଲେଇଙ୍କ ଉପରେ ଆସେ ତାହା ନୁହେଁ, ଗାଇ, ଗୋରୁ, ଛେଳି, ମେଣ୍ଢା, କୁକୁଡା ପରି ସମସ୍ତ ଜୀବଙ୍କୁ ପ୍ରେମ କରିବା ଉଚିତ। ଆଉ ଯେଉଁମାନେ ଆମିଷ ଖାଇବାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ବାର୍ତ୍ତା ନାହିଁ ବୋସି ଅମର କହିଛନ୍ତି।