Battery Waste Management, ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଆସିଛି । ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫୋନ୍, ଖେଳନା, ରିମୋଟ୍, ଘଣ୍ଟା, ଲ୍ୟାପଟପ, ଗାଡି ଅନ୍ୟ ଉପକରଣରେ ଲାଗୁଥିବା ବ୍ୟାଟେରୀକୁ ବ୍ୟବହାର ପରେ ଆପଣ ଫିଙ୍ଗିଦିଅନ୍ତି । କିନ୍ତୁ ବର୍ତ୍ତମାନ ସେହି ପୁରୁଣା ବ୍ୟାଟେରୀକୁ  ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକ ଆପଣଙ୍କ ଠାରୁ କିଣିବେ । ଫଳରେ ଗ୍ରାହକମାନେ ସିଧାସଳଖ ଉପକୃତ୍ତ ହେବେ । ତେବେ ଏବେଠାରୁ ପୁରୁଣା ବ୍ୟାଟେରୀକୁ ନ ଫିଙ୍ଗି ସାଇତି ରଖନ୍ତୁ ।


COMMERCIAL BREAK
SCROLL TO CONTINUE READING

ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ସରକାର ଦେଇଥିବା ଆଦେଶରେ ବ୍ୟାଟେରୀ ନିର୍ମାତାମାନଙ୍କୁ ଗ୍ରାହକଙ୍କଠାରୁ ପୁରୁଣା ବ୍ୟାଟେରୀ ସଂଗ୍ରହ କରିବାକୁ କୁହାଯାଇଛି । ପୁରୁଣା ବ୍ୟାଟେରୀକୁ ଫେରାଇବା ପାଇଁ କମ୍ପାନୀଗୁଡିକ ବ୍ୟାଟେରୀ ବାଇବ୍ୟାକ୍ କିମ୍ବା ଡିପୋଜିଟ ରିଫଣ୍ଡ ଭଳି ଯୋଜନା ଆରମ୍ଭ କରିପାରିବେ ବୋଲି ସରକାର ପରାମର୍ଶ ଦେଇଛନ୍ତି ।


Also Read: Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ?


Battery Waste Management ସହ ସରକାର ଏହି ପଦକ୍ଷେପ ମାଧ୍ୟମକେ ସର୍କୁଲାର ଅର୍ଥନୀତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଖରାପ ଜିନିଷ ହ୍ରାସ କରିବାରେ ସହାୟକ ହେବ । ସରକାର ଆଶା କରୁଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ଖଣିଜ ପଦାର୍ଥ ଏବଂ ଖଣି ଉପରେ କମ୍ପାନୀର ନିର୍ଭରଶୀଳତା ହ୍ରାସ ପାଇବ। ଏହି ସମୟରେ, ବ୍ୟାଟେରୀର ମୂଲ୍ୟ (ପୋର୍ଟେବଲ୍ କିମ୍ବା ଇଭି) ମଧ୍ୟ କମ୍ ହେବ । ପୁନଃବ୍ୟବହାର ପାଇଁ କଞ୍ଚାମାଲ ବ୍ୟବହାର କରିବାର ସମୟସୀମା ସ୍ଥିର କରାଯାଇଛି । ଏହାକୁ ତଦାରଖ କରିବା ପାଇଁ ସରକାର ଏକ କମିଟି ଗଠନ କରିବେ । ଏହି କମିଟି ସରକାରଙ୍କ ଆଦେଶ ପାଳନ କରୁନଥିବା ବ୍ୟାଟେରୀ କମ୍ପାନୀ ଗୁଡିକ ଉପରେ ଜରିମାନା ଲଗାଇବେ ।


ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, କ୍ଷତିପୂରଣ ପ୍ରଦାନ ଦ୍ୱାରା ବ୍ୟାଟେରୀ ନିର୍ମାତାଙ୍କ Extended Producer Responsibility ସମାପ୍ତ ହେବ ନାହିଁ । ତିନି ବର୍ଷ ମଧ୍ୟରେ ଲାଗୁ ହୋଇଥିବା 'ପରିବେଶ କ୍ଷତିପୂରଣ' ନିର୍ମାତାଙ୍କୁ ଫେରସ୍ତ କରାଯିବ । ତେବେ ଏଥିରେ କେତେକ ସର୍ତ୍ତ ରଖାଯାଇଛି । ସେଗୁଡିକ ହେଲା...


ବର୍ଷେ ମଧ୍ୟରେ ୭୫ ବର୍ଷ କ୍ଷତିପୂରଣ ଫେରସ୍ତ ହେବ । 
ଦୁଇ ବର୍ଷ ମଧ୍ୟରେ ୬୦ ପ୍ରତିଶତ କ୍ଷତିପୂରଣ ଫେରସ୍ତ ହେବ । 
ତିନି ବର୍ଷ ମଧ୍ୟରେ ୪୦ ପ୍ରତିଶତ କ୍ଷତିପୂରଣ ଫେରସ୍ତ କରାଯିବ ।


Also Read: ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ


ଗ୍ରାହକଙ୍କ ଠାରୁ ସଂଗ୍ରହ କରାଯାଇଥିବା ପୁରୁଣା ବା ନଷ୍ଟ ହୋଇଯାଇଥିବା ବ୍ୟାଟେରୀର ରିସାଇକେଲ ହେବ ବା ତାକୁ ପୁନଃବ୍ୟବହାରଯୋଗ୍ୟ କରାଯିବ । Precedence Research ଅନୁସାରେ ୨୦୩୦ ସୁଦ୍ଧା ବିଶ୍ୱରେ Lithium-ion battery recycling ମାର୍କେଟର ଆକାର ୪୦.୬ ବିଲିୟନ ଆମେରିକୀୟ ଡଲାର ହେବ । ୨୦୨୧ରେ ଏହା ୪.୯ ବିଲିୟନ ଡଲାର ଥିଲା। ୨୦୨୨ରୁ ୨୦୩୦ ମଧ୍ୟରେ CAGR ୨୬.୪୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।