ଆରମ୍ଭ ହୋଇଛି ବର୍ଷା ଋତୁ । ସାଧାରଣତଃ ବର୍ଷା ଋତୁରେ ଲୋକେ ବିଭିନ୍ନ ପ୍ରକାର ଚର୍ମ ସମସ୍ୟାକୁ ସାମ୍ନା କରିଥାନ୍ତି ।  ଏହାସହିତ ବର୍ଷା ଋତୁରେ ଆଲର୍ଜି ମଧ୍ୟ ବୃଦ୍ଧି ପାଇଥାଏ । ବର୍ଷାଦିନେ ଆଲର୍ଜି ସହିତ ଛୋଟ ପାଲାମାନେ ଥଣ୍ଡା, କାଶରେ ପୀଡ଼ିତ ହୋଇଥାନ୍ତି । ସିଧାସଳଖ ବର୍ଷା ଜଳ ସଂସ୍ପର୍ଶ, ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ ଏବଂ ଶରୀରରେ ଘା, ଫୁଲା ଏବଂ ଦାଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ, ବର୍ଷାଦିନେ ବୁଲୁଥିବା କୀଟପତଙ୍ଗ, ମାଛି ଏବଂ ମଶା କାମୁଡ଼ିବା ଦ୍ୱାରା ଆଲର୍ଜି ମଧ୍ୟ ହୋଇଥାଏ । ଏପରିକି ବାୟୁମଣ୍ଡଳରେ ପ୍ରଦୂଷଣ କାରଣରୁ ଆଲର୍ଜି ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।


COMMERCIAL BREAK
SCROLL TO CONTINUE READING

ଯଦିଓ ବର୍ଷାଦିନେ ହେଉଥିବା ଆଲର୍ଜି ଅନେକ ସମୟରେ ଆପେଆପେ ଭଲ ହୋଇଯାଇଥାଏ । କିନ୍ତୁ କିଛି ସମୟରେ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇଥାଏ । ଯଦି ଆପଣ ବର୍ଷା ଦିନେ କୌଣସି ଚର୍ମ ସମସ୍ୟାରେ ପୀଡ଼ିତ ହୁଅନ୍ତି ଏଥିପ୍ରତି ସତର୍କ ରହିବା ଜରୁରୀ । କାରଣ ସଠିକ ସମୟରେ ଉପଚାରରେ ବିଳମ୍ବ କଲେ ଏହା ସଙ୍ଗୀନ ସମସ୍ୟା ସୃଷ୍ଟି କରିଥାଏ । ଏବେ ଜାଣି ନିଅନ୍ତୁ ବର୍ଷାଦିନେ ହେଉଥିବା ଚର୍ମ ସମସ୍ୟା ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ । ବର୍ଷାଦିନେ ହେଉଥିବା ମୁଖ୍ୟ ଚର୍ମ ରୋଗ ମଧ୍ୟରେ...


  • ଏକଜିମା

  • ଫୁଲା ରୋଗ

  • ବ୍ରଣ

  • ଘା’

  • ଶୁଷ୍କତା

  • ଡର୍ମଟାଇଟିସ୍


ଜାଣନ୍ତୁ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଉପାୟ


  • ବର୍ଷାଋୁତୁରେ କିଛି ଫୁଲ ଗଛ ଆଲର୍ଜିର କାରଣ ବନିଥାନ୍ତି । ଏହିପରି ଉଦ୍ଭିଦକୁ ଆପଣଙ୍କ ଘର, ବାଲକୋନି ଏବଂ ଟେରାସରୁ ଦୂରକୁ ହଟାଇ ଦେଇପାରନ୍ତି ।

  • ଯଦି ଆପଣଙ୍କ ଘରେ ଗୃହପାଳିତ ପଶୁ ଅଛନ୍ତି, ତେବେ ବର୍ଷା ଦିନେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ କାରଣ ସେମାନଙ୍କ ବାଳ, ମଳ ଆଲର୍ଜି ସମସ୍ୟା ବଢ଼ାଇପାରେ ।

  • ଆପଣଙ୍କ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଜମା ହୋଇଥିବା ଧୂଳି ଏବଂ ମଇଳାକୁ କିଛି ସମୟ ବ୍ୟବଧାନରେ ସଫା କରିଦିଅନ୍ତୁ ।

  • ଯଦି ଘରେ କାର୍ପେଟ ଅଛି, ସେଗୁଡ଼ିକୁ ବର୍ଷାଦିନ ବ୍ୟବହାର କରନ୍ତୁ ନାହିଁ । କାରଣ, କାର୍ପେଟରେ ଧୂଳି, ମଇଳା ଜମି ରହିବା ଫଳରେ ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ରହିଥାଏ ।

  • ବର୍ଷାଦିନେ ସ୍ନାନ କରିବା ପରେ ଚର୍ମରେ ନିଶ୍ଚୟ ମଶ୍ଚରାଇଜର ଲଗାନ୍ତୁ । ଏହା ଚର୍ମର ଶୁଷ୍କତାକୁ ହ୍ରାସ କରିଥାଏ ଏବଂ କୁଞ୍ଚନ ସମସ୍ୟାକୁ ହ୍ରାସ କରିଥାଏ ।

  • ବାହାରକୁ ଯିବା ସମୟରେ ମୁହଁକୁ ଏକ ସ୍କାର୍ଫ କିମ୍ବା ସଫା କପଡ଼ାରେ ଘୋଡାନ୍ତୁ ଯାହା ପ୍ରଦୂଷଣ ପ୍ରଭାବରୁ ତ୍ୱଚାକୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଆଲର୍ଜି ସୃଷ୍ଟି କରିବ ନାହିଁ ।