Curry Leaves Benefits News In Odia: ଖାଦ୍ୟରେ ସର୍ବୋତ୍ତମ ସ୍ୱାଦ ଏବଂ ରଙ୍ଗ ଆଣିବା ପାଇଁ ଭୃଶଙ୍କ ପତ୍ରର ଖାଦ୍ୟରେ (Curry Leaves Benefits) ବ୍ୟବହାର କରାଯାଏ। କ୍ୟାଲସିୟମ୍, ଆଇରନ୍, ଭିଟାମିନ୍ ସି, ଫସଫରସ୍ ସହିତ ଅନେକ ପୋଷକ ତତ୍ତ୍ୱ ଏଥିରେ ପ୍ରଚୁର ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।  ଅନେକ ଗମ୍ଭୀର ରୋଗରୁ ଆରୋଗ୍ୟ କରିବା ଠାରୁ ମୁହଁର ଚର୍ମକୁ ଉଜ୍ଜ୍ୱଳ କରିବା ଏବଂ କେଶ ବଢିବା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଲାଭଦାୟକ । ପେଷ୍ଟ ତିଆରି ଠାରୁ ଆରମ୍ଭ କରି ପନିପରିବା ଏବଂ ଖାଦ୍ୟ ରାନ୍ଧିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା କେଉଁ କେଉଁ ଗମ୍ଭୀର ରୋଗ ସବୁ ଦୂର ହୁଏ । 


COMMERCIAL BREAK
SCROLL TO CONTINUE READING

ସକାଳେ ଖାଲି ପେଟରେ କରି ପତ୍ତା ବା ଭୃଶଙ୍କ ପତ୍ର ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଏହା ସହିତ,ଅମ୍ଳତା ଏବଂ ପେଟର ଅନ୍ୟାନ୍ୟ ସମସ୍ୟାକୁ ଭଲ କରିଥାଏ। ଆପଣ ଏହି ଭୃଶଙ୍କ ପତ୍ରକୁ ଫୁଟାଇ ଏହାର ପାଣି ପିଇପାରିବେ |


ଡାଏବେଟିସ ସମସ୍ୟାରେ ଲାଭ ଦାୟକ ସାବ୍ୟସ୍ତ ହୋଇଥାଏ
ମଧୁମେହ ରୋଗରେ ଭୃଶଙ୍କ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ରକ୍ତରେ ଗ୍ଲୁକୋଜ୍ ସ୍ତରକୁ କମ କରିଥାଏ । ଏହା ଇନସୁଲିନ୍ ଉତ୍ପାଦନ କରୁଥିବା କୋଷଗୁଡ଼ିକୁ ସୁରକ୍ଷା ଦେଇଥାଏ। ଭୃଶଙ୍ଗ ପତ୍ର ଏହାକୁ ନଷ୍ଟ ହେବାକୁ ରୋକିଥାଏ । ମଧୁମେହ ରୋଗୀମାନେ ଏହାକୁ ଚୋବାଇ କିମ୍ବା ରସ କୁ ମଧ୍ୟ ପିଇପାରିବେ। ଚେହେରାର ଚର୍ମକୁ ଉଜ୍ଜ୍ୱଳ କରିବାରେ ଭୃଶଙ୍କ ପତ୍ର ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ପ୍ରୟୋଗ କରନ୍ତୁ । ଏଥିପାଇଁ ପତ୍ରରେ ମହୁ ଏବଂ ବେସନ ମିଶାଇ ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ । ଆପଣଙ୍କ ଚର୍ମ ଚମକି ଉଠିବ। 


ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା ପତଳା କେଶର ସମସ୍ୟା ମଧ୍ୟ ଦୂର ହୋଇପାରିବ । ଭୃଶଙ୍କ ପତ୍ରକୁ ଶୁଖାଇ ଦେବା ପରେ ପାଉଡର ତିଆରି କରି କେଶରେ ଲଗାଇବା ପରେ କେଶ ଲମ୍ବା ହୋଇଥାଏ। 


Also Read: Men Nipples: ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ


Also Read: Benefits of Pineapple sexually: ସୁଖମୟ ଯୌନ ଜୀବନ ପାଇଁ ବେଶ ଲାଭଦାୟୀ ସପୁରୀ


Also Read:  Diabetes Control: ମଧୁମେହକୁ ଭଲ କରିବ ଏହି ତିନୋଟି ମସଲା, ଘରେ ରଖିଛନ୍ତି ତ?