କୋଲେଷ୍ଟ୍ରଲ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନ ଚେତ୍ ଆପଣ ହୃଦଘାତ ଏବଂ ବିପି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ଯେତେବେଳ ଶରୀରରେ ଖରାପ କୋଲେଷ୍ଟ୍ରଲ ପରିମାଣ ବଢିଥାଏ ସେତେବେଳେ ଏ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ଅନେକ ପ୍ରକାର ଟିପ୍ସ ରହିଛି। ଅନ୍ୟପଟେ କିଛି ଲୋକେ ଘରୋଇ ଉପଚାରରେ ନିୟନ୍ତ୍ରଣ କରନ୍ତି। କଣ ଆପଣ ଜାଣିଛନ୍ତି କି ଟମାଟୋ ରସ ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଯାଇପାରେ। ଆସନ୍ତୁ ଜାଣିବା ଟମାଟୋକୁ କିପରି ଖାଇଲେ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ପ୍ରବେଶ କରିବ ନାହିଁ।
 
୧. ଟମାଟୋ ରସ ପ୍ରତିଦିନ ପିଇବା ଦ୍ବାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ କରାଯାଇପାରେ। ଅନ୍ୟପଟେ ଗୁରୁତର ରୋଗୀ ଏହି ଜୁସ ପିଇବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ୍ । ଯାହା ଦ୍ବାରା ଆପଣଙ୍କର ଯେପରି କୌଣସି କ୍ଷତି ନ ହୁଏ।


COMMERCIAL BREAK
SCROLL TO CONTINUE READING

୨. ଆପଣ ଜାଣନ୍ତି କି ଗ୍ରୀନ ଟି କେବଳ ଓଜନ ହ୍ରାସ କରେ ତାହା ନୁହେଁ ବରଂ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ କରିଥାଏ। ଆପଣଙ୍କର ପ୍ରତିଦିନ ଗ୍ରୀନ ଟି୍ ପିଇବା ଅଭ୍ୟାସ ହିଁ ଆପଣଙ୍କ ପାଇଁ ଲାଭଦାୟକ ପରିଣତ ହେବ।


୩. ଓଟ କ୍ଷୀରରୁ ମଧ୍ୟ ଆପଣ ନିଜ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିପାରିବେ। ବାସ୍ତବରେ ଓଟ କ୍ଷୀରରେ ବିଟା ଗୁଲକାନ୍ ନାମକ ଏକ ପଦାର୍ଥ ରହିଛି ଯାହା ବାଇଟ୍ ସଲଟ୍ ସହ ମିଶି ଆପଣଙ୍କ ଅନ୍ତନଳୀରେ ଏକ ଜେଲ ପରି ସ୍ତର ସୃଷ୍ଟି କରିଥାଏ। ଯାହା ଆପଣଙ୍କ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆପଣଙ୍କୁ କହି ରଖୁଛୁ ଯେ କୋଲେଷ୍ଟ୍ରଲ ଦୁଇ ପ୍ରକାରର ରହିଛି ବ୍ୟାଡ ଆଣ୍ଡ ଗୁଡ୍ ମାନେ ଭଲ ଆଉ ଖରାପ। ବ୍ୟାଡ କୋଲେଷ୍ଟ୍ରଲ ବୃଦ୍ଧି ହେତୁ ହୃତଘାତର ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ଆପଣ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବା ଏବଂ ନିୟମିତ ବ୍ୟାୟାମ କରିବାକୁ ହେବ।