Raja yoga in December 2023: ଡିସେମ୍ବର(December) ମାସ ଆରମ୍ଭ ହୋଇ ଯାଇଛି।  ଏହି ମାସରେ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବେ।  ଗ୍ରହମାନଙ୍କର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ ଅନେକ ଶୁଭ ଯୋଗ ସୃଷ୍ଟି ହେବ। ଯେଉଁଥିରେ ଚାରୋଟି ରାଜଯୋଗ ମଧ୍ୟ ରହିଛି। ଏହି ମାସରେ ସୃଷ୍ଟି ହେଉଥିବା ଚାରୋଟି ରାଜଯୋଗ ହେଉଛି, ମଙ୍ଗଳ, ଶନି, ଶୁକ୍ର, ବୃହସ୍ପତି ଏବଂ ଚନ୍ଦ୍ର ଦ୍ୱାରା ଗଠିତ ରାଜଯୋଗ । ଡିସେମ୍ବର ମାସରେ ମଙ୍ଗଳ ସହିତ ରୁଚକ ରାଜଜୋଗା ଏବଂ ଶନିଙ୍କ ସହ ଶଶ ରାଜଯୋଗା ଗଠନ ହେବ। ସେହିପରି, ଶୁକ୍ରଙ୍କ ମାଲାଭିଆ ରାଜଯୋଗ ଏବଂ ଚନ୍ଦ୍ରଙ୍କ ସଂଯୋଗ ହେତୁ ଗଜକେସରୀ ରାଜଯୋଗ ଗଠନ ହେବ। ତେବେ, ଏହି ୪ ରାଜଯୋଗ (Raja yoga in December 2023) କାରଣରୁ ୩ ରାଶିଙ୍କ ଭାଗ୍ୟରେ(zodiac signs) ବଡ଼ ପରିବର୍ତ୍ତନ ଆସିବ। 


COMMERCIAL BREAK
SCROLL TO CONTINUE READING

Also Read : PM Kisan Yojana: ଆକାଉଣ୍ଟରେ ପହଞ୍ଚି ନାହିଁ କି ପିଏମ୍ କିସାନର ୧୫ ତମ କିସ୍ତି? ଏଠାରେ କରନ୍ତୁ ଯୋଗାଯୋଗ, ପାଇଯିବେ ଟଙ୍କା


ମେଷ: ଡିସେମ୍ବର ପ୍ରଥମ ସପ୍ତାହରେ ମଙ୍ଗଳ ରୁଚକ ରାଜଯୋଗ କାରଣରୁ ଏହି ରାଶିର ଲୋକେ ଶୁଭଫଳ ପାଇବେ।  ଚାକିରି ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି କରିବେ । ଚାକିରିରେ ପଦୋନ୍ନତିର ଯୋଗ ରହିଥିବା ବେଳେ ନୂତନ ନିଯୁକ୍ତି ଅଫର ମଧ୍ୟ ଆପଣଙ୍କୁ ମିଳିପାରେ। ଏହା ସହିତ ଆଟକି ରହିଥିବା ଟଙ୍କା ଫେରସ୍ତ ପାଇବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ସେହିପରି, ସମୟ ଅନୂକୁଳ ଥିବାରୁ ଆପଣଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ଆପଣ ସଚେତନ ରହିବା ନିହାତି ଆବଶ୍ୟକ। ମୋଟ ଉପରେ, କହିବାକୁ ଗଲେ ଡିସେମ୍ବର ମାସରେ, ମେଷ ରାଶି ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।


ତୁଳା : ସେହିପରି, ଶନିଙ୍କ ସହ ଶଶ ରାଜଯୋଗା କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବ। ରାଜଯୋଗର ପ୍ରଭାବ ହେତୁ,ବ୍ୟବସାୟରେ ଅଧିକ ଲାଭ ମିଳିବ। ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ। ଏବଂ ଅବିବାହିତଙ୍କ ପାଇଁ ସମୟ ଅନୂକୁଳ ରହିଛି। ଏହି ସମୟରେ ଭଲ ବିବାହ ପ୍ରସ୍ତାବ ଆସିପାରେ। କାର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଦରମା ମଧ୍ୟ ବୃଦ୍ଧି ହେବ। ଏବଂ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିଛି।  ଦଳ ବଦଳ କଲେ ଭଲ ପଦବୀରେ ରହିବେ। 



ଧନୁ: ସେହିପରି ଏହି ରାଶିର ଲୋକଙ୍କ ପାଇଁ ବି ଡିସେମ୍ବର ମାସ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଶୁକ୍ରଙ୍କ ମାଲାଭିଆ ରାଜଯୋଗ କାରଣରୁ ଏହି ରାଶିର ଲୋକଙ୍କ ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ। ଏହି ଅବଧିରେ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ। ସେଥିରେ  ଅତୁଳନୀୟ ସଫଳତା ପାଇବେ। ଆୟ ବୃଦ୍ଧି ଘଟିବ। ଅର୍ଥିକ ସ୍ଥିତି ମଜବୁତ୍ ହେବ। ଚାକିରୀ କରୁଥିବା ଲୋକଙ୍କ ପଦୋନ୍ନତିର ଯୋଗ ବି ରହିଛି । ଏବଂ ନୂଆ ଚାକିରି ଅଫର ବି ପାଇପାରନ୍ତି। ସେୟାର ମାର୍କେଟରେ ବି ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅନୂକୁଳ ରହିଛି।  


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)