ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନି (MS Dhoni) ଦୀର୍ଘ ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରାଜ କରିଯାଇଛନ୍ତି । ତାଙ୍କର ମ୍ୟାଚ୍ ଫିନିସିଂ କଳା ଏବଂ ଅଧିନାୟକତ୍ୱର କୌଣସି ଜବାବ ନାହିଁ । କିନ୍ତୁ ଧୋନିଙ୍କ ଭିତରେ ମ୍ୟାଚ ଜିତିବାର ପ୍ରତିଭାକୁ ସର୍ବପ୍ରଥମେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଚିହ୍ନିଥିଲେ । ଯାହାଙ୍କ କହିବା ପରେ ଧୋନିଙ୍କୁ ୨୦୦୪ରେ ଏକ ଦିବସୀୟ ମ୍ୟାଚରେ ଓ ପୁଣି ୨୦୦୫ରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା, ସେହି ବ୍ୟକ୍ତି ଜଣକ ଗାଙ୍ଗୁଲି ହିଁ ଥିଲେ । ଏହି ମଧ୍ୟରେ ପୂର୍ବତନ କୋଚ୍ ଜନ୍ ରାଇଟ୍ (John Wright) ଧୋନିଙ୍କ ଡେବ୍ୟୁକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଜନ୍ ରାଇଟ୍ କହିଛନ୍ତି ଯେ, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୪ ମସିହାରେ ପାକିସ୍ତାନ ଗସ୍ତ ପାଇଁ ଟିମ୍ ଇଣ୍ଡିଆ (Team India) ରେ ଧୋନିଙ୍କୁ ଚାହୁଁଥିଲେ କିନ୍ତୁ ସେ ଅତି ନିକଟରୁ ଦଳରେ ଆସିବାକୁ ବଞ୍ଚିତ ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ କୋଚ୍ ଜନ୍ ରାଇଟ୍ (John Wright) ଏକ ସାକ୍ଷାତକାରରେ କହିଛନ୍ତି ଯେ ଗାଙ୍ଗୁଲି (Sourav Ganguly) ଧୋନି (MS Dhoni) ଙ୍କୁ ପାକିସ୍ତାନ ଗସ୍ତରେ ଡେବ୍ୟୁ କରାଇବାକୁ ଚାହୁଁଥିଲେ । ସେହି ଗସ୍ତରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାର୍ଥିବ ପଟେଲ ୱିକେଟକିପର ଥିଲେ । ଅନ୍ୟପକ୍ଷେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜରେ ରାହୁଲ ଦ୍ରାବିଡ ୱିକେଟକିପର ଥିଲେ । ରାଇଟ୍ କହିଛନ୍ତି ଯେ ୨୦୦୪ ମସିହାରେ ପାକିସ୍ତାନ ଗସ୍ତ ସମୟରେ ଦଳରେ ଧୋନିଙ୍କ ସ୍ଥାନ ପ୍ରାୟ ପକ୍କା ଥିଲା । ଗାଙ୍ଗୁଲି କୌଣସି ପରିସ୍ଥିତିରେ ଦଳରେ ଧୋନିଙ୍କୁ ଚାହୁଁଥିଲେ । କିନ୍ତୁ ଧୋନିଙ୍କୁ ଦଳରେ ସାମିଲ କରାଯାଇ ନଥିଲା । ଏଠାରେ କହି ରଖୁଛୁ ଯେ, ଏହି ଗସ୍ତ ସମୟରେ ପାକିସ୍ତାନରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ୨-୧ରେ ଜିତିଥିଲା । ସେହିପରି ଏକ ଦିବସୀୟ ସିରିଜକୁ ମଧ୍ୟ ୨-୧ରେ ଜିତିଥିଲା ଟିମ ଇଣ୍ଡିଆ ।


ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ


ଜନ୍ ରାଇଟ୍ ସାକ୍ଷାତକାରରେ କହିଛନ୍ତି ଯେ, ଧୋନି ୨୦୦୪ ମସିହାରେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟି ଥିଲେ । ଗାଙ୍ଗୁଲି ତାଙ୍କ ବିଷୟରେ ଭଲ କଥା କହୁଥିଲେ । ରାଇଟ୍ କହିଛନ୍ତି ଯେ ସେ ମଧ୍ୟ ଗାଙ୍ଗୁଲିଙ୍କ ପାଟିରୁ ଧୋନିଙ୍କ ନାଁ ଶୁଣିଥିଲେ । ଧୋନି ପାକିସ୍ତାନ ଗସ୍ତରେ ଡେବ୍ୟୁ କରି ନଥିଲେ, ମାତ୍ର ୨୦୦୪ରେ ସେ ବାଂଲାଦେଶ ସିରିଜରେ ସୁଯୋଗ ପାଇଥିଲେ । ଏହା ପରେ ଡିସେମ୍ବର ୨୦୦୫ରେ ସେ ମଧ୍ୟ ଟେଷ୍ଟ ଦଳର ସଦସ୍ୟ ହୋଇଥିଲେ । ଏଠାରୁ ଧୋନି କେବେ ପଛକୁ ଚାହିଁ ନଥିଲେ । ଆଉ ଜଣେ ମହାନ ଅଧିନାୟକ ଭାବରେ ତାଙ୍କର କ୍ୟାରିଅର୍ ଶେଷ ହୋଇଛି ।