Roasted Chana : ଖାଆନ୍ତୁ ଭଜାଚଣା ,ପାଆନ୍ତୁ ଏସବୁ ଫାଇଦା
Health Tips : ଭଜା ଚଣା (Dry roasted chana) ସାଧାରଣତଃ ସମସ୍ତଙ୍କୁ ଖାଇବାକୁ ଭଲଲାଗେ। ପିଲାଠାରୁ ବୟସ୍କ ସମସ୍ତଙ୍କୁ ଏହା ଖାଇବାକୁ ବେଶ ଭଲ ଲାଗେ । କେବେଳ ଏହା ପାଟିକୁ ସୁଆଦ ଲାଗେ ନାହିଁ ସ୍ବାସ୍ଥ୍ୟପକ୍ଷେ ବେଶ ହିତକର ସାବ୍ୟସ୍ତ ହୋଇଛି ।
Health Tips : ଭଜା ଚଣା (Dry roasted chana) ସାଧାରଣତଃ ସମସ୍ତଙ୍କୁ ଖାଇବାକୁ ଭଲଲାଗେ। ପିଲାଠାରୁ ବୟସ୍କ ସମସ୍ତଙ୍କୁ ଏହା ଖାଇବାକୁ ବେଶ ଭଲ ଲାଗେ । କେବେଳ ଏହା ପାଟିକୁ ସୁଆଦ ଲାଗେ ନାହିଁ ସ୍ବାସ୍ଥ୍ୟପକ୍ଷେ ବେଶ ହିତକର ସାବ୍ୟସ୍ତ ହୋଇଛି । ଡାଇବେଟିସ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରୁଥିବା ବେଳେ ଓଜନ ହ୍ରାସ ମଧ୍ୟ କରିଥାଏ । ତେବେ, ଆସନ୍ତୁ ଜାଣିବା ଏହାକୁ ଡାଇବେଟିସ ରୋଗୀମାନେ କେମିତି ବ୍ୟବହାର କରିବେ । ଭଜାଚଣାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ଚଣାକୁ ଭାଜିକି ଖାଇବା ଦ୍ବାରା ଏହା ଅଧିକ ପୁଷ୍ଟିକର ହୋଇଥାଏ । ଭଜାଚଣା ଖାଇବା ଦ୍ବାରା ଶରୀରରେ ନୂଆ ରକ୍ତ କଣିକା ସୃଷ୍ଟି ହୋଇଥାଏ । ବିଶେଷକରି ଶିଶୁ, କିଶୋର ଏବଂ ଗର୍ଭବତୀ ମହିଳାମାନେ ଏହାକୁ ଅଧିକ ଖାଇବା ଉଚିତ୍ ।
ଭଜା ଚାଣାରେ ଡାଏଟାରୀ ଫାଇବର(dietary fiber) ର ଏକ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଇପାରିବ । ଭଜା ଚଣା ଶରୀରର ଓଜନ ହ୍ରାସରେ ସହାୟକ ହୋଇଥାଏ । ଭଜା ଚଣା ଆମ ଶରୀର ର ଓଜନ କମାଇବାରେ ସାହାଯ୍ୟ କରିଥାଏ । ଭଜା ବୁଟ ବା ଚଣା ସେବନ କରିବାରେ କେବଳ ପେଟ ଭର୍ତ୍ତି ହୋଇ ନଥାଏ ବରଂ ଓଜନ ମଧ୍ୟ କମ ହୋଇଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ୧ ରୁ ୨ ପାଉଣ୍ଡ୍ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦିନରେ ୫୦୦-୧୦୦୦ କ୍ୟାଲୋରୀ ବର୍ଣ କରିବାରେ ଭଜା ବୁଟ ବା ଚଣା ସାହାଯ୍ୟ କରିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଏକ ମୁଠା ଭଜା ବୁଟ ବା ଚଣା ଖାଇବେ ତେବେ ଏଥିରେ ୪୬-୫୦କ୍ୟାଲୋରୀ ବର୍ଣ ହୋଇଥାଏ। ଏବଂ କୋଷ୍ଠ କାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ରୋକିଥାଏ । ଭଜା ଚଣା ମଧ୍ୟ ସୁନ୍ଦର ସ୍ବାସ୍ଥ୍ୟ ଗଠନରେ ସହାୟକ ହୋଇଥାଏ ଓ ହାଡକୁ ମଧ୍ୟ ମଜବୁତ କରିଥାଏ ।
ଏହାବି ପଢନ୍ତୁ : Brinjal Side Effects: ବାଇଗଣ ଖାଉଛନ୍ତି କି ? ସାବଧାନ୍ ! ଭୋଗି ପାରନ୍ତି ଏହି ସୁବୁ ରୋଗ
ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଭଜା ଚାଣାରେ ଥିବା ଏନସିବି ମାଙ୍ଗାନିଜ ଏବଂ ଫସଫରସ୍ ଦ୍ୱାରା ଶରୀର ହାଡ ସୁସ୍ଥ ରହିବା ସହ ମଜବୁତ ମଧ୍ୟ ହୁଏ । ଏହାସହ ଗଣ୍ଠି ଯନ୍ତ୍ରଣା ପରି ସମସ୍ୟା ମଧ୍ୟ ରୁହେ ନାହିଁ । ସୁସ୍ଥ ହୃଦୟ ପାଇଁ ଭଜା ଚଣା ବେଶ ଲାଭକାରୀ ହୋଇଥାଏ । ଭଜା ଚଣାରେ ମାଙ୍ଗାନିଜ୍, ଫୋଲେଟ୍, ଫସଫରସ୍ ଏବଂ ତମ୍ବାର ଏକ ସମୃଦ୍ଧ ଉତ୍ସ । ଯାହା ହୃଦ୍ରୋଗ ବେଶ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି । ବିଶେଷକରି ଆମର ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ଓ ଆମ ହୃଦୟକୁ ସୁସ୍ଥ ରଖିଥାଏ ।
ଡାଇବେଟିସ ରୋଗୀ ମାନେ ବେଶେଷକରି ଭଜା ଚଣା ଖାଇବା ଉଚିତ୍ । କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଥିବା ଖାଦ୍ୟ ସମସ୍ତ ମଧୁମେହ ରୋଗୀଙ୍କ ପାଇଁ ଉତ୍କୃଷ୍ଟ ଅଟେ । କମ୍ ଜିଆଇର ଅର୍ଥ ହେଉଛି ସେହି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ଗ୍ରହଣ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ଅନ୍ୟ ଖାଦ୍ୟ ପଦାର୍ଥ ପରି ଅଧିକ ପରିବର୍ତ୍ତନ କରିବ ନାହିଁ । ଯେହେତୁ ଚଣାରେ ୨୮ କମ୍ ଜିଆଇ ଥାଏ । ଏହାକୁ ମଧୁମେହ ରୋଗୀମାନେ ନିଜର ସକାଳ ଜଳଖିଆରେ ଖାଇପାରିବେ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)