Brinjal Side Effects: ବାଇଗଣ ଖାଉଛନ୍ତି କି ? ସାବଧାନ୍ ! ଭୋଗି ପାରନ୍ତି ଏହି ସୁବୁ ରୋଗ
Advertisement

Brinjal Side Effects: ବାଇଗଣ ଖାଉଛନ୍ତି କି ? ସାବଧାନ୍ ! ଭୋଗି ପାରନ୍ତି ଏହି ସୁବୁ ରୋଗ

Brinjal Side Effects:ବାଇଗଣ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । କିଏ ବାଇଗଣ ଭଜା କରିକି ଖାଏ ତ ଆଉ କେହି କେହି ଦହି ବାଇଗଣ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ହେଲେ ବାଇଗଣ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇ ନ ଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ବାଇଗଣ ଖାଇବା ଉଚିତ୍ ନୁହେଁ । 

ସୌଜନ୍ୟ : ସୋସିଆଲ ମିଡିଆ

Brinjal Side Effects: ବାଇଗଣ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । କିଏ ବାଇଗଣ ଭଜା କରିକି ଖାଏ ତ ଆଉ କେହି କେହି ଦହି ବାଇଗଣ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ହେଲେ ବାଇଗଣ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇ ନ ଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ବାଇଗଣ ଖାଇବା ଉଚିତ୍ ନୁହେଁ । କାରଣ ଏହା ସେମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଅନେକ ଥର ଡାକ୍ତରମାନେ ମଧ୍ୟ ଗର୍ଭାବସ୍ଥା ଥିବା ମହିଳାଙ୍କୁ ବାଇଗଣ ନ ଖାଇବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି । ତେବେ ଜାଣନ୍ତୁ କେଉଁମାନେ ବାଇଗଣ ଖାଇବା ଉଚିତ୍ ନୁହେଁ । 

ଦୁର୍ବଳ ହଜମ ପ୍ରକ୍ରିୟା ଥିବା ଲୋକ ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କର ହଜମ ପ୍ରକ୍ରିୟା ଦୁର୍ବଳ(weak digestive system) ଅଛି ,ତେବେ ବାଇଗଣ ଭଳି ପରିବାକୁ ଆପଣଙ୍କ ଖାଦ୍ୟପେୟରେ ସାମିଲ କରିବା ଉଚିତ୍ ନୁହେଁ । ଯଦି ଆପଣ ବାଇଗଣ ଖାଇବେ ତେବେ, ଏହା ଗ୍ୟାସ ସମସ୍ୟା ସୃଷ୍ଟି କରିପାରେ ।  ଆଲର୍ଜି ସମସ୍ୟା ଭୋଗୁ ଥିବା ଲୋକେ(People with allergies) ମଧ୍ୟ ବାଇଗଣ ଠାରୁ ଦୂରେଇ ରହିବା ଉଚିତ୍ । ଯଦି ଆପଣଙ୍କର କୌଣସି ପ୍ରକାର ଆଲର୍ଜି ଥାଏ । ତେବେ  ଆପଣ ବାଇଗଣ ଖାଆନ୍ତୁ ନାହିଁ ।  ଏହା ଆପଣଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ ।  

 ଏହାବି ପଢନ୍ତୁ : Diabetes ପାଇଁ ରାମବାଣ କାକୁଡି, ଜାଣନ୍ତୁ କେମିତି ?

ମାନଷିକ ଅବସାଦ ଥିବା ଲୋକେ ମଧ୍ୟ ବାଇଗଣ ଖାଇବାକ ଉଚିତ୍ ନୁହେଁ । ଯଦି ଆପଣ ମାନଷିକ ଅବସାଦ(People with depression)ରେ ପୀଡିତ ଆଉ ଏଥିପାଇଁ ଆପଣ ଔଷଧ ଖାଉଛନ୍ତି । ତେବେ ବାଇଗଣ ଭଳି ପରିବା ଠାରୁ ନିଜକୁ ଦୂରରେ ରଖନ୍ତୁ । ଏହି ପରିବା ମାନଷିକ ଅବସାଦରେ ପୀଡିତ ଥିବା ଲୋକଙ୍କ ପାଇଁ ସମସ୍ୟା ଆହୁରୀ ବଢାଇବା ସହ ଔଷଧର ପ୍ରଭାକୁ ଶରୀରରେ କମ୍ କରିଥାଏ । ସେହିପରି, ଆଖି ସମସ୍ୟାରେ ପୀଡିତ ଥିବା ଲୋକେ ମଧ୍ୟ ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କ ଆଖିରେ କୌଣସି ସମସ୍ୟା ଥାଏ । । ଯେପରିକି କମ୍ ଦୃଷ୍ଟିଶକ୍ତି ଥିବା ଲୋକେ , ଆଖି ପୋଡାଜଳା ହେବା , ଆଖି ଫୁଲିବା ସମସ୍ୟା ଦେଇ ଗତି କରୁଛନ୍ତି । ତେବେ, ଆପଣ ବାଇଗଣ ଖାଆନ୍ତୁ ନାହିଁ ।  

ରକ୍ତହୀନତା ଭୋଗୁଥିବା ଲୋକେ ମଧ୍ୟ ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କ ଠାରେ ରକ୍ତ ହୀନତା ସମସ୍ୟା ଅଛି ତେବେ, ଆପଣ ବାଇଗଣ ଖାଆନ୍ତୁ ନାହିଁ। ପାଇଲ୍ସରେ ପୀଡିତ ଥିବା ଲୋକେ ମଧ୍ୟ ବାଇଗଣ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ। ଷ୍ଟୋନ୍ ଡିଜିଜରେ ପୀଡିତ ଥିବା ଲୋକେ ମଧ୍ୟ ବାଇଗଣ ଖାଇବା ଉଚିତ୍ ନୁହେଁ । ବାଇଗଣରେ ଥିବା ଅକ୍ସାଲେଟ୍(Oxalate) ଷ୍ଟୋନ ରୋଗୀଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟିକରେ । ଏବଂ ଆପଣଙ୍କ ରୋଗକୁ ଆହୁରୀ ବଢାଇପାରେ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)