ନୂଆଦିଲ୍ଲୀ: ବଜାରରେ ଅନେକ ପ୍ରକାରର ନିବେଶ ସ୍କିମ (Investment Schemes) ଉପଲବ୍ଧ, ଯେଉଁଥିରେ ଭଲ ରିଟର୍ଣ୍ଣ ମିଳିଥାଏ କିନ୍ତୁ ଅଧିକ ବିପଦ ମଧ୍ୟ ରହିଥାଏ । ତଥାପି, ନିବେଶ ପାଇଁ FD (Fixed Deposite) ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଏ । ଏହି କାରଣରୁ, ଯେଉଁମାନେ ଆଦୌ କୌଣସି ବିପଦ ଚାହାଁନ୍ତି ନାହିଁ, ସେମାନଙ୍କର ଆଜିବି ବିଶ୍ୱାସ FD ଉପରେ ଅଛି ।


COMMERCIAL BREAK
SCROLL TO CONTINUE READING

ଦେଶର ଅନେକ ଛୋଟ, ବଡ, ବେସରକାରୀ ଏବଂ ସରକାରୀ ବ୍ୟାଙ୍କଗୁଡ଼ିକ ଏଫଡି କରିବା ପାଇଁ ବିଭିନ୍ନ ସ୍କିମ ପ୍ରଦାନ କରନ୍ତି । ଏହା ବ୍ୟତୀତ ପୋଷ୍ଟ ଅଫିସ ଅର୍ଥାତ୍ ଡାକଘର ମଧ୍ୟ FD ସ୍କିମର ସୁବିଧା ଦେଇଥାଏ । ଯାହାକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ କେଉଁଠାରୁ ଆପଣ ଅଧିକ ଲାଭ ପାଇବେ?


ସର୍ବପ୍ରଥମେ SBI ରେ FD ବିଷୟରେ ଜାଣନ୍ତୁ:
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିବେଶ ଆବଶ୍ୟକତା ଅନୁଯାୟୀ 7 ଦିନରୁ 10 ବର୍ଷ ମଧ୍ୟରେ ସମୟସୀମା ସହିତ FD ସ୍କିମ ପ୍ରଦାନ କରୁଛି । ସାଧାରଣ ଗ୍ରାହକଙ୍କ ପାଇଁ SBI FD ସୁଧ ହାର 2.9% ରୁ 5.4% ମଧ୍ୟରେ ରହିଥାଏ । ଏହି ଜମା ଉପରେ ବରିଷ୍ଠ ନାଗରିକମାନଙ୍କୁ SBI 50 bps ଅଧିକ ଦେଇଥାଏ ।


SBI ରେ FD ଉପରେ ସୁଧ ହାର କ’ଣ ରହିଛି (₹ 2 କୋଟିରୁ କମ୍)
7 ଦିନରୁ 45 ଦିନ - 2.9% 
46 ଦିନରୁ 179 ଦିନ - 3.9%
180 ଦିନରୁ 210 ଦିନ - 4.4% 
211 ଦିନରୁ 1 ବର୍ଷରୁ କମ୍ - 4.4% 
1 ବର୍ଷରୁ 2 ବର୍ଷରୁ କମ୍ - 5% 
2 ବର୍ଷରୁ 3 ବର୍ଷରୁ କମ୍ - 5.1%
3 ବର୍ଷରୁ 5 ବର୍ଷରୁ କମ୍ - 5.3%
5 ବର୍ଷ ଏବଂ 10 ବର୍ଷ ପର୍ଯ୍ୟନ୍ତ - 5.4%


Post Office ଫିକ୍ସଡ ଡିପୋଜିଟ ସ୍କିମ:
ଅନ୍ୟ ପଟେ, ଯଦି ଆମେ ପୋଷ୍ଟ ଅଫିସର FD ଯୋଜନା ବିଷୟରେ ଆଲୋଚନା କରିବା, ତେବେ ଏହା ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏକ ସମୟ ପାଇଁ FD ପ୍ରଦାନ କରନ୍ତି । ବ୍ୟାଙ୍କ FD ପରି, ନିବେଶକମାନେ ପୋଷ୍ଟ ଅଫିସରେ ଟର୍ମ ଜମା କାର୍ଯ୍ୟକାଳ ମଧ୍ୟରେ ନିଶ୍ଚିତ ରିଟର୍ଣ୍ଣ ଅର୍ଜନ କରିପାରିବେ ।


ପୋଷ୍ଟ ଅଫିସରେ FD ଉପରେ କ’ଣ ରହିଛି ସୁଧ ହାର?
1 ବର୍ଷ - 5.5%
2 ବର୍ଷ - 5.5%
3 ବର୍ଷ - 5.5%
5 ବର୍ଷ - 6.7%