Diabetes : ମଧୁମେହ ବା ଡାଇବେଟିସ(Diabetes) । ଆଜିକାଲି ଏ ରୋଗରେ ଅଧିକାଂଶ ପୀଡିତ ।  ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି। ପିଲାଠୁ ବୟସ୍କ ସମସ୍ତ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ।  ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଓ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି। ଆମ ହାତପାହାନ୍ତାରେ ଥିବା ଏମିତି କିଛି ସାମଗ୍ରୀ ରହିଛି । ଯାହାକୁ ବ୍ୟବହାର କରିବା ମାତ୍ର ଏ ରୋଗ ଦୂରେଇ ଯାଇଥାଏ । 


COMMERCIAL BREAK
SCROLL TO CONTINUE READING

ନିମ୍ବ ପତ୍ର ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ । ନମ୍ବ ପତ୍ରର ସେବନ ଶରୀରରେ ଭଲ ପ୍ରଭାବ ପକାଇଥାଏ ।  ନିମ୍ବ ପତ୍ରରେ ଥିବା  ଫ୍ଲାଭୋନାଏଡ୍, ଟ୍ରାଇଟରପେନଏଡ୍, ଆଣ୍ଟିଭାଇରାଲ୍ କମ୍ପୋନେଡସ , ଗ୍ଲାଇକୋସାଇଡ୍ ଥିବାରୁ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ଅଟେ । ସେହିପରି ଆଉ ଏକ ଫଳ ହେଉଛି ଜମୁକୋଳି । ମଧୁମେହ ରୋଗୀଙ୍କ ପାଇଁ ଏହି କୋଳି ରାମବାଣ ସଦୃଶ ।  ଜାମୁରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି  । ସେହିପରି ଡାଲଚିନି ବ୍ୟବହାର ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବେଶ ହିତକର । ଏହା ଇନସୁଲିନର ପ୍ରଭାବକୁ ଅନୁକରଣ କରି କୋଷରେ ଗ୍ଲୁକୋଜ୍ ପରିବହନ ବୃଦ୍ଧି କରି ମଧୁମେହ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏହା ଇନସୁଲିନ ସମ୍ବେଦନଶୀଳତା ବୃଦ୍ଧି କରି ରକ୍ତରେ ଶର୍କରା କମ କରିବାରେ ସାହାଯ୍ୟ କରିଥାଏ । ଗ୍ଲୁକୋଜକୁ କୋଷକୁ ଯିବାରେ ଇନସୁଲିନକୁ ଅଧିକ କ୍ରିୟାଶୀଳ କରିଥାଏ । 


ଏହାବି ପଢନ୍ତୁ : Cholesterol : ଖାଆନ୍ତୁ ଏହି ଚୋରାଟି ଫଳ, କମିବ କୋଲେଷ୍ଟ୍ରଲ ଓ ହୃଦଘାତ ଆଶଙ୍କା


ଏହାସହ କଲରା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବେଶ ଉପାଦେୟ । ଅଧିକାଂଶ ଲୋକେ କଲରା ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର। ଏଥିରେ ପଲିପେପ୍ଟାଇଡ୍-ପି ପ୍ଲାଣ୍ଟ ଇନସୁଲିନ୍ (polypeptide-p plant insulin) ସହିତ ଚାରାଣ୍ଟିନ୍, ଭିସିନ୍, ଗ୍ଲାଇକୋସାଇଡ୍ ଏବଂ ଆରବିନୋସାଇଡ୍ ଭଳି ତିକ୍ତ ରାସାୟନିକ ପଦାର୍ଥ ରହିଥାଏ । ଯାହା ଯକୃତ, ମାଂସପେଶୀ ଏବଂ ଚର୍ବି କୋଷରେ ଗ୍ଲୁକୋଜ ଅପ୍ଟେକ୍ ଏବଂ ଗ୍ଲାଇକୋଜେନ୍ ସିନ୍ଥେସିସ୍ ବୃଦ୍ଧି କରି ରକ୍ତରେ ଶର୍କରା ସ୍ତରକୁ ଠିକ୍ ରଖିଥାଏ । 



କାହାକୁ ଅଧିକ ହେବାର ଆଶଙ୍କା :


ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ । ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।



ମଧୁମେହର ଲକ୍ଷଣ


ମଧୁମେହ ରୋଗୀଙ୍କ ଠାରେ ଏହି ବିଶେଷ ଲକ୍ଷଣ ଦେଖାଦେଇଥାଏ । ଯେପରିକି ଅଧିକ ଶୋଷ ଲାଗିବା, ଅଧିକ ପରିସ୍ରା, ଓଜନ କମିଯିବା, ଅଧିକ ଭୋକ, ଅଧିକ ଥକା,ମାନ୍ଦା ଦୁର୍ବଳ ଲାଗିବା ଓ ଆଖିକୁ ଝାପସା ଦେଖାଯିବା  । ସେହିପରି,ଯୌନାଙ୍ଗରେ ଘା' ହେବା,ଯୌନଶକ୍ତି କମିଯିବା, ଘା' ନ ଶୁଖିବା, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି । କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ଦେଖାଦେଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଜଣାପଡିଥାଏ । 


 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)