Cholesterol : ଖାଆନ୍ତୁ ଏହି ଚୋରାଟି ଫଳ, କମିବ କୋଲେଷ୍ଟ୍ରଲ ଓ ହୃଦଘାତ ଆଶଙ୍କା
Advertisement
Article Detail0/zeeodisha/odisha1368708

Cholesterol : ଖାଆନ୍ତୁ ଏହି ଚୋରାଟି ଫଳ, କମିବ କୋଲେଷ୍ଟ୍ରଲ ଓ ହୃଦଘାତ ଆଶଙ୍କା

Cholesterol : ଶରୀରରେ ଲିପୋପ୍ରୋଟିନର ଡେନସିଟି ହ୍ରାସ ପାଇଲେ କୋଲେଷ୍ଟ୍ରଲ (cholesterol) ବୃଦ୍ଧି ପାଇଥାଏ । ଯାହା ହୃଦଘାତର କାରଣ ହୋଇଥାଏ। 

 

ସୌଜନ୍ୟ : ସୋସିଆଲ ମିଡିଆ

Cholesterol : ଶରୀରରେ ଲିପୋପ୍ରୋଟିନର ଡେନସିଟି ହ୍ରାସ ପାଇଲେ କୋଲେଷ୍ଟ୍ରଲ (cholesterol) ବୃଦ୍ଧି ପାଇଥାଏ । ଯାହା ହୃଦଘାତର କାରଣ ହୋଇଥାଏ। ବିଶେଷ କରି ଅସାଧାରଣ ଜୀବନ ଶୈଳୀ, ବାହାର ଖାଦ୍ୟ, ଚିନିଯୁକ୍ତ ଖାଦ୍ୟ ଖାଇଲେ କୋଲେଷ୍ଟଲ ବଢିଥାଏ। ଯାହା ଉଚ୍ଚ ରକ୍ତଚାପ ,ମଧୁମେହ ରୋଗକୁ ମଧ୍ୟ ଡାକି ଆଣେ। ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କିଛି ଫଳ ମଧ୍ୟ ସହାୟକ ହୋଇଥାଏ । ଯାହା ଆପଣ ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରିପାରିବେ। ଯାହା ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖଟା ଫଳ ବେଶ  ସହାୟକ ହୋଇଥାଏ। ସେଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ।  ଯାହା ଏଲଡିଏଲ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ । ଭିଟାମିନ୍ ସି ହୃଦରୋଗ ଏବଂ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ । ଆଭୋକାଡୋ (Avocado)ରେ ମୋନୋସାସୁରେଟେଡ୍( monounsaturated) ଏବଂ ପଲିନସୁଚୁରେଟେଡ୍( polyunsaturated) ଫ୍ୟାଟ୍ ଥାଏ । ଯାହା ହୃଦୟ ପାଇଁ ବେଶ୍ ଲାଭଦାୟକ । ଯାହା ହାଇ ଡେନସିଟି ଲିପୋପ୍ରୋଟିନ୍  ଓ ଲୋ ଡେନସିଟି ଲିପୋପ୍ରୋଟିନ କୋଲୋଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। 

ସେହିପରି ଆଉ ଏକ ଫଳ ହେଉଛି ଜାମୁକୋଳି(Jamun)। ଜାମୁକାଳି ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ହୋଇଥିବା ବେଳେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ବେଶ ସହାୟକ ହୋଇଥାଏ । ଜାମୁକୋଳିରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ (phytonutrient) ଥାଏ । ଯାହା ହୃଦୟକୁ ସୁସ୍ଥ ରଖେ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯେ କୌଣସି ପ୍ରକାରେ ଆପଣଙ୍କ ଖାଦ୍ୟରେ ଏ କୋଳିକୁ ଅନ୍ତର୍ଭୁକ୍ତ କରନ୍ତୁ । ଯାହା ଶରୀରରୁ କୋଲୋଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବ। ସେହିପରି ଆଉ ଏକ ଫଳ ହେଉଛି କଦଳୀ (Banana) । କଦଳୀ ମଧ୍ୟ ଆପଣ ନିଜ ବ୍ରକଫାଟରେ ନେଇପାରିବେ । ଯେଉଁଥିରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ୍ ଭରପୁର ରହିଛି। ଏହା ପୋଟାସିୟମ ଓ ଫାଇବରର ଏକ ଉତ୍ତମ ଉତ୍ସ ।  ଯାହା କୋଲେଷ୍ଟ୍ରଲ ଓ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ଏହାବି ପଢନ୍ତୁ : Vitamin D ଅଭାବ ହେଲେ ଦେଖାଦିଏ ଏ ସବୁ ରୋଗ : ହୁଅନ୍ତୁ ସାବଧାନ୍, ଆପଣାନ୍ତୁ ଏସବୁ ଖାଦ୍ୟ

ଇଏତ ଗଲା ଖାଦ୍ୟପେୟର କଥା । ବ୍ୟାୟାମ ଦ୍ବାରା ମଧ୍ୟ ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମେଇପାରିବେ।  ଏଇରୋବିକ ବ୍ୟାୟାମ(Aerobic Exercise) ପ୍ରତ୍ୟେକ ଦିନ ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଏଇରୋବିକ୍‌ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଏଚ୍.ଡି.ଏଲ୍‌ର ମାତ୍ରା ୫ରୁ୧୦ ପ୍ରତିଶତ ବୃଦ୍ଧି ପାଇଥାଏ । କପାଳଭାତି ଓ ଅନୁଲୋମ ବିଲୋମ ପରି ପ୍ରାଣାୟମର ଅଭ୍ୟାସ ଦ୍ୱାରା ଆପଣ ଶରୀରରେ ଏଚ୍.ଡି.ଏଲ୍‌ର ପରିମାଣକୁ ବହୁ ପରିମାଣରେ ବୃଦ୍ଧି କରିପାରିବେ। ନିଆସିନ ଜାତୀୟ ଔଷଧର ବ୍ୟବହାର କରି ଆପଣ ଏଚ୍.ଡି.ଏଲର ମାତ୍ରାକୁ ବୃଦ୍ଧି କରିପାରିବେ । ଯଦି ଆପଣ ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି । ତେବେ ପ୍ରତି ୭ ପାଉଣ୍ଡର ହ୍ରାସଦ୍ୱାରା 1mg/Dl ପରିମାଣର ଏଚ୍.ଡି.ଏଲର ବୃଦ୍ଧି କରିପାରିବେ। ଧୂମପାନ ପରିତ୍ୟାଗ ଦ୍ୱାରା ଶରୀରରେ ୧୫ରୁ ୨୦ ପ୍ରତିଶତ ଏଚ୍.ଡି.ଏଲ୍‌ର ପରିମାଣ ବୃଦ୍ଧି ପାଇଥାଏ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)