Fennel Health Benefits: ଭାରତୀୟ ମାନଙ୍କ ରୋଷେଇ ଘରେ ମିଳୁଥିବା ମସଲା ଔଷଧ ଭାବରେ କାମ କରେ। ଏହିପରି ଗୋଟିଏ ମସଲା ହେଉଛି ପାନମହୁରି। ଅନେକ ତରକାରିରେ ସ୍ୱାଦ ବଢ଼ାଇବା ପାଇଁ ପାନମହୁରି ବ୍ୟବହୃତ ହୁଏ। ଆହୁରି ମଧ୍ୟ କିଛି ଦେଶୀ ରେସ୍ତୋରାଁରେ ମଧ୍ୟ ଭୋଜନ ପରେ ପାନମହୁରି ଖାଇବାକୁ ଦିଅନ୍ତି। ପାନ ମହୁରି ହେଉଛି ସ୍ୱାଦ ବୃଦ୍ଧି ଗୁଣର ଏକ ଭଣ୍ଡାର, ଅଳ୍ପ ଲୋକ ଏହା ଜାଣନ୍ତି। ଆଣ୍ଟିଅକ୍ସିଡାଣ୍ଟ ସହିତ ଏଥିରେ ଏପରି ଉପାଦାନ ମଧ୍ୟ ରହିଥାଏ ଯାହା ଶରୀରରେ ଇନ୍ଫେକ୍ସନକୁ ହ୍ରାସ କରିଥାଏ ଓ ଜୀବାଣୁ ମଧ୍ୟ ମାରିଥାଏ।


COMMERCIAL BREAK
SCROLL TO CONTINUE READING

1.ପାନମହୁରିରେ କ୍ୟାଲୋରୀରେ କମ୍ କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଆପଣ ନିଶ୍ଚୟ ଅନେକ ଥର ପଢ଼ିଥିବେ ଯେ ରୋଗରୁ ରକ୍ଷା ପାଇବା ପାଇଁ ଆମ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଆବଶ୍ୟକ। ପାନମହୁରିରେ ପଲିଫେନୋଲ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଅନେକ ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଗ୍ରହଣ କରନ୍ତି, ସେମାନଙ୍କ ପାଖରେ କର୍କଟ, ହୃଦ ରୋଗ, ସ୍ନାୟୁଗତ ରୋଗ, ମୋଟାପଣ ଏବଂ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମ୍ ଥାଏ।


2. ପାନମହୁରିରେ ଆନାଥୋଲ୍ ମିଳିଥାଏ ଯାହାର କର୍କଟ ସହିତ ଲଢ଼ିବାର କ୍ଷମତା ଅଛି। ଏକ ଟେଷ୍ଟ୍ ଟ୍ୟୁବ୍ ଗବେଷଣା ଅନୁଯାୟୀ ଏହା ସ୍ତନ କର୍କଟ କୋଷକୁ ମାରିଦିଏ ଏବଂ ଏହା ଶରୀରରେ ବିସ୍ତାର ହେବାରୁ ରକ୍ଷା କରିଥାଏ।


3. ପାନମହୁରିକୁ ମଧ୍ୟ ଚର୍ବିର ଶତ୍ରୁ ଭାବରେ ବିବେଚନା କରାଯାଏ। ଏଥିରେ ଫାଇବର ଥାଏ ଯାହାକି ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବାକୁ ଦିଏ ନାହିଁ। ଅନେକ ଲୋକ ମୋଟାପଣ କମାଇବା ପାନମହୁରି ଚା' ପିଇଥାନ୍ତି କିମ୍ବା ଚର୍ବି କମାଇବା ପାଇଁ ପାନମହୁରି ପାଣିରେ ଭିଜାଇ ଏହାକୁ ପିଅନ୍ତି।


4. ଏନିମାଲ ଷ୍ଟଡିରୁ ଜଣାପଡିଛି ଯେ ପାନମହୁରି ଏକ୍ସଟ୍ରାକ୍ଟ ବ୍ରେଷ୍ଟ ଓ ଲିବର କ୍ୟାନସରୁ ରକ୍ଷା କରିଥାଏ।


5. ପାନମହୁରିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଅନେକ ଷ୍ଟଡିରୁ ଜଣାପଡିଛି ଯେ ଏହା ଶରୀରରେ ଜୀବାଣୁ ଏବଂ ଘିମିର ବୃଦ୍ଧିକୁ ରୋକିଥାଏ।


6. ପାନମହୁରି ପାଣି ଋତୁସ୍ରାବ କଷ୍ଟରୁ ମୁକ୍ତି ମଧ୍ୟ ଦେଇଥାଏ। ଏହା ବ୍ୟତୀତ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଏହାକୁ ମଧ୍ୟ ପିଆଯାଏ।


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ଜାଣିବା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)